ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଗିରିଶଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବରଗଡ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ବିଶେଷ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଠନ ଦିଗରେ ଆତ୍ମସଚେତନତା, ଅଧ୍ୟୟନର ଅଭ୍ଯାସ, ଜୀବନର ଲକ୍ଷ୍ୟ ଚୟନ, ସୁଚରିତ୍ର ବିକାଶ, ମାନସିକ ଚାପ ସଫଳ ସମ୍ପାଦନ ଓ ଜୀବନ କୌଶଳର ପ୍ରଶିକ୍ଷଣର ଆବଶ୍ୟକତା ସଂପର୍କରେ ପି.ପି.ଟି ମାଧ୍ୟମରେ ବିଶଦ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀର ୯୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଶେଷରେ ନାକଟିଦେଉଳ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସରୋଜିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


