Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ଭାରତ: ଗୁରନୁର ବ୍ରାର ନେଲେ ୧୦ ୱିକେଟ୍
ଆଜିର ଖବର

ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ଭାରତ: ଗୁରନୁର ବ୍ରାର ନେଲେ ୧୦ ୱିକେଟ୍

July 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ଭାରତ: ଗୁରନୁର ବ୍ରାର ନେଲେ ୧୦ ୱିକେଟ୍
ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ଭାରତ: ଗୁରନୁର ବ୍ରାର ନେଲେ ୧୦ ୱିକେଟ୍

ନୂଆଦିଲ୍ଲୀ: ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କ ୧୦ ୱିକେଟ୍ ଏବଂ ସାଇ ସୁଦର୍ଶନଙ୍କ ଚମତ୍କାର ଶତକୀୟ ପାଳି ଯୋଗୁଁ ଭାରତ ଏ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ ଶ୍ରୀଲଙ୍କା- ଏକୁ ୧୦ ୱିକେଟ୍ ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଦଳ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଚତୁର୍ଥ ଇନିଂସରେ ବିଜୟ ପାଇଁ ମାତ୍ର ୩୩ ରନ୍ ଆବଶ୍ୟକ କରୁଥିବା ବେଳେ, ଟିମ୍ ଇଣ୍ଡିଆ କୌଣସି କ୍ଷତି ବିନା ୩୬ ରନ୍ କରି ୧୦ ୱିକେଟ୍ ରେ ମ୍ୟାଚ୍ ଜିତିଥିଲା। ଗୁରନୁର ବ୍ରାର ପ୍ରଥମ ଇନିଂସରେ ୪ ଏବଂ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇଥିଲେ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଭାରତ ଏ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଏ ଅଧିନାୟକ ସହାନ ଅରାଚିଗେଙ୍କ ୧୨୭ ରନ୍ ସହାୟତାରେ ୩୬୬ ରନ୍ କରିଥିଲା। ଭାରତ ପାଇଁ ଗୁରନୁର ବ୍ରାର ଏବଂ ସାରାଂଶ ଜୈନ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ, ଯେତେବେଳେ ୟଶ ଠାକୁର ୨ ଟି ୱିକେଟ୍ ନେଇଥିଲେ।

ସାଇ ସୁଦର୍ଶନଙ୍କ ୧୬୮, ଦେବଦତ୍ତ ପାଡିକ୍କଲଙ୍କ ୯୪, ସାରାଂଶ ଜୈନଙ୍କ ୭୦ ଏବଂ ଅଧିନାୟକ ଧ୍ରୁବ ଜୁରେଲଙ୍କ ୫୩ ରନ୍ ସାହାଯ୍ୟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୫୪୩ ରନ୍ କରି ଶ୍ରୀଲଙ୍କା ଦଳ ଉପରେ ୧୭୭ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଶ୍ରୀଲଙ୍କା ପାଇଁ କେଶର ନୁୱାନ୍ଥା ୫ ୱିକେଟ୍ ନେଇଥିଲେ।

ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ୨୦୯ ରନ୍ ରେ ଅଟକି ଯାଇଥିଲା। ଏଶେନ୍ ବଣ୍ଡାରା ସର୍ବାଧିକ ୮୭ ରନ୍ କରିଥିଲେ। ଭାରତ ପାଇଁ ଗୁରନୁର ବ୍ରାର ୬ ୱିକେଟ୍, ସାରାଂଶ ଜୈନ ୨ ଟି ୱିକେଟ୍ ନେଇଥିଲେ, ଯେତେବେଳେ ଆକିବ୍ ନବି ଏବଂ ୟଶ ଠାକୁର ପ୍ରତ୍ୟେକେ ୧ ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତୀୟ ଏ ଦଳ ୬.୨ ଓଭରରେ ବିନା କ୍ଷତିରେ ୩୬ ରନ୍ କରି ବିଜୟ ପାଇଁ ୩୩ ରନ୍ ର ଲକ୍ଷ୍ୟ ହାସଲ କରି ୧୦ ୱିକେଟ୍ ରେ ମ୍ୟାଚ୍ ଜିତିଥିଲା। ଏହି ବିଜୟ ସହିତ ଭାରତୀୟ ଦଳ ସିରିଜ୍ ଜିତିଥିଲା। ସିରିଜ୍ ର ପ୍ରଥମ ଟେଷ୍ଟ୍ ଡ୍ର ଥିଲା।

ଅଗଷ୍ଟରେ ମୁଖ୍ୟ ଭାରତୀୟ ଦଳ ମଧ୍ୟ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବ। ଧ୍ରୁବ ଜୁରେଲ, ସାଇ ସୁଦର୍ଶନ ଏବଂ ଗୁରନୁର ବ୍ରାରଙ୍କ ଭଳି ଖେଳାଳିଙ୍କୁ ସିନିୟର ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ଶ୍ରୀଲଙ୍କା ଏ ବିପକ୍ଷ ସିରିଜ୍ ରୁ ପ୍ରାପ୍ତ ଅଭିଜ୍ଞତା ଟିମ୍ ଇଣ୍ଡିଆ (ସିନିୟର) ପାଇଁ ସହାୟକ ହେବ।

Auqib Nabi Dar Gurnoor Brar SAI SUDARSHAN Sri Lanka A Vs India A
Share. Facebook Twitter LinkedIn Email WhatsApp Copy Link

Related Posts

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026

ଦୁର୍ଘଟଣା ଘଟାଇ ଦୁଇ ଯୁବକଙ୍କୁ ହାଣିଲେ

September 28, 2026
Latest News

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026

ଦୁର୍ଘଟଣା ଘଟାଇ ଦୁଇ ଯୁବକଙ୍କୁ ହାଣିଲେ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.