Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଥଳଭାଗ ଅତିକ୍ରମ କଲା ଅବପାତ
ଆଜିର ଖବର

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଏହା ବାଲେଶ୍ୱର ନିକଟରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ବର୍ତ୍ତମାନ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଉପକୂଳ ଅତିକ୍ରମ ପୂର୍ବରୁ ଅବପାତଟି ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିଲୋମିଟର ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଥିଲା। ପରେ ଏହା ବାଲେଶ୍ୱର ନିକଟ ଦେଇ ଉତ୍ତର ଉପକୂଳ ଅତିକ୍ରମ କରିଛି।

ଅବପାତର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ୋ ପବନ ବହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଜଳବନ୍ଦୀ, ସହରାଞ୍ଚଳରେ ପାଣି ଜମିବା ଏବଂ ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇପାରେ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ସାଧାରଣ ଲୋକଙ୍କୁ ପାଣିପାଗ ବିଭାଗର ସରକାରୀ ସୂଚନା ଓ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଅବପାତ ଲଘୁଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Latest News

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.