Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ
ଆଜିର ଖବର

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଯାଜପୁର : ସରକାରୀ ଅନୁମୋଦନ ବିନା ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତର ସହ ନେଇଛି। ଏହି ପ୍ରସଙ୍ଗରେ ବିଭାଗର ଅତିରିକ୍ତ ସଚିବ ଗିରୀଶ ଚନ୍ଦ୍ର ସିଂହ ଗତ ୩ ଜୁଲାଇରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖି ତିନି ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ବ୍ଲକ୍ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଅତିଥି ଶିକ୍ଷକ ବ୍ୟବସ୍ଥା ଜାରି ରଖିବା ସମ୍ପର୍କିତ ପ୍ରସ୍ତାବ ଏବେ ମଧ୍ୟ ସରକାରଙ୍କ ବିଚାରାଧୀନ ରହିଛି। ଏପର୍ଯ୍ୟନ୍ତ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ କୌଣସି ଔପଚାରିକ ଅନୁମତି, କାର୍ଯ୍ୟନିର୍ବାହୀ ଆଦେଶ କିମ୍ବା ଅନୁମୋଦନ ଜାରି କରାଯାଇନାହିଁ।

ଏପରି ପରିସ୍ଥିତିରେ ବିଭାଗୀୟ ଅନୁମୋଦନ ବିନା ଜିଲ୍ଲାସ୍ତରରେ ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ‘ଗୁରୁତର ପ୍ରଶାସନିକ ତ୍ରୁଟି’ ଏବଂ ‘କ୍ଷମତାର ଅପବ୍ୟବହାର’ ବୋଲି ବର୍ଣ୍ଣନା କରିଛି। କେଉଁ କ୍ଷମତା ବଳରେ ଏବଂ କେଉଁ ପରିସ୍ଥିତିରେ ଏପରି ବିଜ୍ଞପ୍ତି ଜାରି କରାଗଲା, ସେ ସମ୍ପର୍କରେ ଲିଖିତ ଜବାବ ଦେବାକୁ ଯାଜପୁର ଡିଇଓଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ, ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମଗାଯିବା ପରେ ଯାଜପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆଜି (୬ ଜୁଲାଇ) ପୂର୍ବରୁ ୩୦ ଜୁନରେ ଜାରି କରିଥିବା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି।

ଏହାସହ ସମସ୍ତ ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ସଂସ୍କୃତ ଟୋଲର ପ୍ରଧାନଶିକ୍ଷକମାନଙ୍କୁ ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅତିଥି ଶିକ୍ଷକ ନିଯୁକ୍ତି ସମ୍ପର୍କିତ କୌଣସି ଆବେଦନ କିମ୍ବା ପ୍ରସ୍ତାବ ଗ୍ରହଣ ନ କରିବାକୁ କୁହାଯାଇଛି।

ଏହି ଘଟଣା ପରେ ଚଳିତ ୨୦୨୬–୨୭ ଶିକ୍ଷାବର୍ଷରେ ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ, ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଶିକ୍ଷକ ଆଶାୟୀମାନେ ଅପେକ୍ଷା କରି ରହିଛନ୍ତି।

ଯାଜପୁର ଡିଇଓ ସରକାରୀ ଅନୁମୋଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026
Latest News

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.