Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ
ଆଜିର ଖବର

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯାଜପୁର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଯାଜପୁର ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ଛୋଟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ବୈତରଣୀ ନଦୀରେ ଜଳସ୍ତର ବଢ଼ୁଥିବାରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ପ୍ରଭାବିତ ହୋଇପାରେ। ତେବେ ବର୍ତ୍ତମାନ ସ୍ଥିତିରେ ବଡ଼ ଧରଣର ବନ୍ୟା ହେବାର କୌଣସି ସମ୍ଭାବନା ନଥିବା ସେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡ ଅଞ୍ଚଳରେ ବର୍ଷା ଅପେକ୍ଷା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ରେକର୍ଡ ହୋଇଛି। ବିଶେଷକରି ଖଇରମାଳରୁ ବରଗଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ସ୍ଥାନୀୟ ନଦୀ ଓ ନାଳଗୁଡ଼ିକରେ ଜଳପ୍ରବାହ ବଢ଼ିଛି।

ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଅଧିକାଂଶ ଜଳଭଣ୍ଡାର (ରିଜର୍ଭର)ରେ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ଖାଲି ରହିଥିବାରୁ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବଡ଼ ସମସ୍ୟା ହେବ ନାହିଁ।

ତେବେ ବୈତରଣୀ ଅବବାହିକାରେ ଲଗାତାର ବର୍ଷା ଜାରି ରହିଲେ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଉଥିବା ବେଳେ, ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ଛୋଟ ବନ୍ୟା ଜଳସ୍ତର ବଡ଼ ବନ୍ୟା ବୈତରଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026
Latest News

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.