Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ
ଆଜିର ଖବର

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୟପୁର: ଲାଞ୍ଚ କାରବାର ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଜୟପୁରର ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଏକକାଳୀନ ୩ଟି ଠିକଣାରେ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ବାଲି ଖାଦାନର ଲିଜ୍‌ ଅବଧି ବୃଦ୍ଧି କରିବା ପାଇଁ ସତ୍ୟଜିତ ରାଉତ ଜଣେ ଆବେଦନକାରୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ଏବଂ ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ ହାତେନାତ ଧରିଥିଲା।

ଗିରଫ ପରେ ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ଜୟପୁରର ଲିଙ୍ଗରାଜନଗର ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ଅତିରିକ୍ତ ୨.୯ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪.୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

ଏହା ସହ କଟକ ଜିଲ୍ଲାର ବିଦ୍ୟାଧରପୁର ଓ ଓଳକଣା ସ୍ଥିତ ତାଙ୍କ ପୈତୃକ ଘରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ତଦନ୍ତକାରୀ ଅଧିକାରୀମାନେ ବ୍ୟାଙ୍କ ଖାତା, ଜମିଜମା ସମ୍ବନ୍ଧୀୟ କାଗଜପତ୍ର, ବିନିଯୋଗ ଓ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରୁଛନ୍ତି।

ଭିଜିଲାନ୍ସ ତଦନ୍ତ ଜାରି ରହିଥିବାରୁ ଆଗାମୀ ଦିନରେ ଅଧିକ ନଗଦ ଅର୍ଥ କିମ୍ବା ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ଏହି ଘଟଣା ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

ଡେପୁଟି ଡିରେକ୍ଟର ମାଇନ୍ସ ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 8, 2026

ହର୍ମୁଜ୍ ନିକଟରେ ଡ୍ରୋନ୍ ଆକ୍ରମଣ: ଗୁଜୁରାଟ ଆସୁଥିବା LNG ଜାହାଜରେ ଥିଲେ ଚାରି ଭାରତୀୟ

July 8, 2026

ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେବ କର୍କଟ ରୋଗ: ଷ୍ଟ୍ରାଣ୍ଡ ଲାଇଫ୍ ସାଇନ୍େସସକୁ ମିଳିଲା ପେଟେଣ୍ଟ

July 8, 2026
Latest News

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 8, 2026

ହର୍ମୁଜ୍ ନିକଟରେ ଡ୍ରୋନ୍ ଆକ୍ରମଣ: ଗୁଜୁରାଟ ଆସୁଥିବା LNG ଜାହାଜରେ ଥିଲେ ଚାରି ଭାରତୀୟ

July 8, 2026

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.