ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅକ୍ଷୟ କୁମାର ଫୋବର୍ସ ହାଇଏଷ୍ଟ ପେଡ୍ ଅଭିନେତା ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । 2019 ପାଇଁ ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ବାର୍ଷିକ 65 ମିଲିୟନ୍ ଡଲାର ଆୟ ସହିତ ଅକ୍ଷୟ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଡ୍ବେନ୍ ଜନ୍ସନ୍ 89.4 ମିଲିୟନ୍ ଡଲାର ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ଅଭିନେତା କ୍ରିସ୍ ହେମ୍ସଓ୍ବର୍ଥ (ଥର୍) 76.4 ମିଲିୟନ୍ ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଆଇରନ୍ ମ୍ୟାନ୍ ରବର୍ଟ ଡାଉନି ଜୁନିୟର୍ 66 ମିଲିୟନ୍ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଜ୍ୟାକି ଚାନ୍ 58 ମିଲିୟନ୍ ଡଲାର ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଜୁନ୍ 1, 2018ରୁ ଜୁନ୍ 1, 2019 ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।
ଫୋବର୍ସ ହାଇଏଷ୍ଟ ପେଡ୍ ଶ୍ରେଷ୍ଠ 10 ତାଲିକା :
1. ଡ୍ବେନ୍ ଜନ୍ସନ୍ (89.4 ମିଲିୟନ୍)
2. କ୍ରିସ୍ ହେମ୍ସଓ୍ବର୍ଥ (76.4 ମିଲିୟନ୍)
3. ରବର୍ଟ ଡାଉନି ଜୁନିୟର୍ (66 ମିଲିୟନ୍)
4. ଅକ୍ଷୟ କୁମାର (65 ମିଲିୟନ୍)
5.ଜ୍ୟାକି ଚାନ୍ (57 ମିଲିୟନ୍)
6. ବ୍ରାଡ୍ଲି କୁପର୍ (57 ମିଲିୟନ୍)
7. ଆଡାମ୍ ସ୍ୟାଣ୍ଡଲର (57 ମିଲିୟନ୍)
8. କ୍ରିସ୍ ଏଭାନ୍ସ (43.5 ମିଲିୟନ୍)
9. ପଲ୍ ରଡ୍ (41 ମିଲିୟନ୍)
10.ଓ୍ବିଲ୍ ସ୍ମିଥ୍ (35 ମିଲିୟନ୍)