ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ଶୋପିୟାଁରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଚାରି ଦିନର ଏନକାଉଣ୍ଟର ପରେ ଆଜି ଜଣେ ଲସ୍କର-ଏ-ତୈୟବା ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବର ସେୟାର କରିଛି।