ଭୁବନେଶ୍ଵର: ବହୁ ଚର୍ଚ୍ଚିତ ଭୁବନେଶ୍ଵରର ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାର ଏନଆଇଏ କୁ ବଡ ସଫଳତା ମିଳିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିଛି। ସେ ବିସ୍ଫୋରଣ ପରେ ଫେରାର ହୋଇଯାଇଥିଲେ ଏବଂ ଉତ୍ତର ପ୍ରଦେଶରେ ଲୁଚି ରହିଥିଲେ। ଅଭିଯୁକ୍ତଜଣଙ୍କ ଭୁବନେଶ୍ବରର ପଟିଆ ଅଞ୍ଚଳର ରୋହନ ରଞ୍ଜନ ରାଉତ ବୋଲି ଜଣାପଡିଛି। ଉକ୍ତ ବିସ୍ଫୋରଣରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା।
ତେବେ ରୋହନଙ୍କ ବିରୋଧରେ ବିସ୍ଫୋରକ ସାମଗ୍ରୀ ରଖିବା ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି।


