Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ
ଆଜିର ଖବର

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଶ୍ରୀଜଗନ୍ନାଥଙ୍କ ଅଣସର ନୀତିର ଆଜି ଏକାଦଶ ଦିନ ଏବଂ ଦଶମୀ ତିଥି। ଦଇତାପତି ସେବାୟତମାନଙ୍କ ଗୁପ୍ତ ଉପଚାର ପରେ ମହାପ୍ରଭୁଙ୍କ ଶରୀରରୁ ଜ୍ୱରର ତାତି ହ୍ରାସ ପାଇଥିବା ବିଶ୍ୱାସ କରାଯାଏ। ଏହି ପବିତ୍ର ଦିନରେ ଶୟନ ଅବସ୍ଥାରୁ ଉଠି ଶ୍ରୀବିଗ୍ରହମାନେ ଚକାବିଜେ ନୀତି ସମ୍ପନ୍ନ କରିବେ।

ଅନ୍ୟପଟେ, ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କାମନାରେ ଆଜି ରାଜବୈଦ୍ୟ ପାରମ୍ପରିକ ଔଷଧ ଦଶମୂଳମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜିମା ଦେବେ। ଆସନ୍ତାକାଲି ମହାପ୍ରଭୁ ଦଶମୂଳମୋଦକ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ପରମ୍ପରାରେ ବିଶ୍ୱାସ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଅଣସର ପଞ୍ଚମୀରେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା। ଏହାପରେ କ୍ରମାଗତ ଚାରି ଦିନ ଧରି ଓଷ ଲାଗି ନୀତି ସମ୍ପନ୍ନ ହୋଇଥିବାବେଳେ ଆଜି ଦଶମୀ ତିଥିରେ ଚକାବିଜେ ନୀତି ଅନୁଷ୍ଠିତ ହେଉଛି।

ସ୍ନାନପୂର୍ଣ୍ଣିମାରେ ୧୦୮ ଘଟ ଜଳରେ ମହାସ୍ନାନ ପରେ ଅସୁସ୍ଥ ହୋଇଥିବା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଅଣସର ତାଟି ଭିତରେ ଦଇତାପତି ସେବାୟତମାନଙ୍କ ଗୁପ୍ତ ସେବା ଓ ଉପଚାର ପାଇ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆଜିର ଚକାବିଜେ ନୀତି ଏହି ସୁସ୍ଥତାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ବୋଲି ଗଣାଯାଏ।

ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ପରେ ବେହେରଣ ଦ୍ୱାର ଖୋଲାଯାଇ ଅଣସରର ଦଶମୀ ନୀତି ଆରମ୍ଭ ହେବ। ଦଇତାପତି ସେବାୟତମାନେ ଶ୍ରୀବିଗ୍ରହଙ୍କୁ ଚକା ଉପରେ ବିଜେ କରାଇବେ। ଏହା ପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀର ସମସ୍ତ ନୀତି ସମ୍ପନ୍ନ ହେବ।

ଅଣସରର ଏକାଦଶ ଦଶମୂଳମୋଦକ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026
Latest News

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.