Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ
ଆଜିର ଖବର

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ
ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଦେଶର ଶିଳ୍ପ ଓ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଅପରିହାର୍ଯ୍ୟ ବୋଲି ଶନିବାର ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଥିବା ଭାରତୀୟ ଜାତୀୟ ଯାନ୍ତ୍ରିକ ଏକାଡେମୀ (ଆଇଏନଏଇ) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଦ୍ୱିତୀୟ ଟେକ୍ନୋଲୋଜି କନ୍‌କ୍ଲେଭରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ପଣ୍ଡା କହିଥିଲେ ଯେ, ଭାରତରେ ଇସ୍ପାତ ଉତ୍ପାଦନ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇନାହିଁ ଏବଂ ଦେଶର ସମସ୍ତ ଇସ୍ପାତ କାରଖାନା ବିଦେଶରୁ ଅଣାଯାଇଥିବା ପ୍ରଯୁକ୍ତି ଉପରେ ନିର୍ଭର କରୁଛି।

ସେ କହିଥିଲେ, “ଇସ୍ପାତ ଉତ୍ପାଦନରେ ପ୍ରଦୂଷଣ ହ୍ରାସ କରିବା ସହ ସ୍ୱଦେଶୀ ପ୍ରଯୁକ୍ତିର ବିକାଶ ପାଇଁ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି।”

ଇସ୍ପାତ ଉତ୍ପାଦନ ଏକ ଅତ୍ୟନ୍ତ ପ୍ରଦୂଷଣକାରୀ ପ୍ରକ୍ରିୟା ହୋଇଥିବାରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଶିକ୍ଷାବିତ୍‌, ବୈଷୟିକ ବିଶେଷଜ୍ଞ ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରହିବା ଆବଶ୍ୟକ ବୋଲି ଡକ୍ଟର ପଣ୍ଡା କହିଥିଲେ । ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ବଡ଼ ଆହ୍ୱାନ ହୋଇଥିବା ବେଳେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ହିଁ ଏହାର ସମାଧାନର ରାସ୍ତା ବାହାର କରିପାରିବ ବୋଲି ସେ କହିଥିଲେ।

ବର୍ତ୍ତମାନ ବାର୍ଷିକ ୧୬୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକୁ ଆଗାମୀ ଚାରିରୁ ପାଂଚ ବର୍ଷ ମଧ୍ୟରେ ପ୍ରାୟ ୩୦୦ ନିୟୁତ ଟନ୍‌କୁ ବୃଦ୍ଧି କରିବା ଭାରତର ଲକ୍ଷ୍ୟ ଥିବା ବେଳେ ଇସ୍ପାତ ଉତ୍ପାଦନରେ କୋକ୍ ପରିବର୍ତ୍ତେ ହାଇଡ୍ରୋଜେନ୍‌୍ ବ୍ୟବହାର ଏକ ପରିବେଶ ଅନୁକୂଳ ବିକଳ୍ପ ହୋଇପାରିବ ବୋଲି ସେ କହିଥିଲେ।

ସେଲର ପାଂଚଟି ପ୍ରମୁଖ ଇସ୍ପାତ କାରଖାନାରେ କ୍ଷମତା ବୃଦ୍ଧି ସହ ଡିଜିଟାଲାଇଜେସନ୍ ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ମାଧ୍ୟମରେ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରାଯାଉଥିବା ଡକ୍ଟର ପଣ୍ଡା କହିଥିଲେ। ପ୍ରଯୁକ୍ତିଭିତିକ ଷ୍ଟାର୍ଟଅପଗୁଡ଼ିକ ମଧ୍ୟ ଏହି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତି ବିକାଶରେ ସହଯୋଗ କରିପାରିବେ ବୋଲି ସେ କହିଥିଲେ।

ଆଇଏନଏଇର ସଭାପତି ଜେ.ଡି. ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ଆଇଏନଏଇ ସଭାପତି ଓ ବିଟ୍‌ସ ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନୀଲ ମାନ୍ନା, ଡାନିଏଲି ଇଣ୍ଡିଆର ସିନିୟର ଭାଇସ୍ ପ୍ରେସିଡେଂଟ ମନୋରଞ୍ଜନ ରାମ ଏବଂ ଆଇଏନଏଇ ଭୁବନେଶ୍ୱର ଚାପ୍‌ଟରର ଅଧ୍ୟକ୍ଷ ତଥା ସୋଆର ଆନ୍ତର୍ଜାତିକ ଊପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଆଇଟି ଭୁବନେଶ୍ୱରର ଗବେଷଣା ଡିନ୍ ତଥା ଆଇଏନଏଇ ଭୁବନେଶ୍ୱର ଚାପ୍ଟରର ସମ୍ପାଦକ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ମନୋରଞ୍ଜନ ରାମ କହିଥିଲେ ଯେ ଭାରତ ଏପର୍ଯ୍ୟନ୍ତ ଇସ୍ପାତ ଉତ୍ପାଦନରେ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳ। “ସ୍ୱଦେଶୀ ପ୍ରଯୁକ୍ତି ବିକାଶ ବିନା ଭାରତ କେବେ ମଧ୍ୟ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ,” ବୋଲି ସେ କହିଥିଲେ।
ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ବ୍ୟୟ ତୁଳନାତ୍ମକ ଭାବେ କମ୍ ଥିବାରୁ ନୂତନ ପ୍ରଯୁକ୍ତି ବିକାଶ ପାଇଁ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ଦୁଇ ଦିନିଆ ଏହି କନ୍‌କ୍ଲେଭରେ ବିତରଣ ଭିତିକ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍‌, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ରେଆର ଆର୍ଥର୍ ଉତୋଳନ, ସ୍ୱାସ୍ଥ୍ୟ ପ୍ରଯୁକ୍ତି, ପରିବହନ ଓ ଲଜିଷ୍ଟିକ୍ସ ଏବଂ ପରବର୍ତୀ ପିଢ଼ି ଯୋଗାଯୋଗ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ।

ଦେଶର ବିଭିନ୍ନ ସ୍ଥାନରୁ ପ୍ରଯୁକ୍ତିବିଦ୍ୟା, ଗବେଷକ, ଅଧ୍ୟାପକ, ଶିଳ୍ପ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନେ ଏହି କନ୍‌କ୍ଲେଭରେ ସାମିଲ ହୋଇଛନ୍ତି। ଗତବର୍ଷ ଆଇଆଇଟି ବମ୍ବେରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କନ୍‌କ୍ଲେଭ ହେଉଛି ୪୦ ବର୍ଷ ପୁରୁଣା ଆଇଏନଏଇର ଏକ ପ୍ରମୁଖ କାର୍ଯ୍ୟକ୍ରମ।

ପ୍ରଫେସର ଦାମୋଦର ଆଚାର୍ଯ୍ୟ କହିଥିଲେ ଏହି କନ୍‌କ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବ ଯାନ୍ତ୍ରିକ ପେସାଦାରମାନଙ୍କୁ ଦେଶର ଉଦୀୟମାନ ପ୍ରଯୁକ୍ତିଗତ ସମସ୍ୟା ସହ ପରିଚିତ କରାଇବା ସହ ସେଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା। ଏହା ସହିତ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅଭିନବ ପ୍ରଯୁକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ।

ଏହି କନ୍‌କ୍ଲେଭରେ ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭୁବନ ଚନ୍ଦ୍ର ପାଠକ, ଅଏଲ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରଞ୍ଜିତ ରଥ, ଅନୁରାଗ ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ୟୁ.ବି. ଦେଶାଇ, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ମୁମ୍ବାଇର ପ୍ରଫେସର ଜି.ଡି. ଯାଦବ, ଆଇଆଇଟି ମାଡ୍ରାସର ପ୍ରଫେସର ଶାନ୍ତି ପବନ ଏବଂ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରବି ନାରାୟଣ ପାତ୍ର ବକ୍ତବ୍ୟ ରଖିବେ।

ଏଥି ସହ ପରିବହନ ଓ ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଶକ୍ତି ନିର୍ଭରଶୀଳ ଶିଳ୍ପଗୁଡ଼ିକରେ ଶକ୍ତି ବ୍ୟବହାର ହ୍ରାସ ଓ ବିବିଧୀକରଣ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ।

ଏହି କନ୍‌କ୍ଲେଭରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦିକର, ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମର ମହାନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଯୋଗଦେଇ ମତ ରଖିବେ।

ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ ଶିକ୍ଷା ଓ ଅନୁସନ୍ଧାନ ସୋଆ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026
Latest News

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.