Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା
ଆଜିର ଖବର

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା
ଭୁବନେଶ୍ୱର: ଓଡ଼ିଶାରେ ପ୍ରାଥମିକ ଠାରୁ ଉଚ୍ଚଶିକ୍ଷା (କେଜି ରୁ ପିଜି) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ନିମନ୍ତେ ରାଜ୍ୟ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ହୋଇଛି, ତାହାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସ୍ୱାଗତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧିକ ସହଜଲବ୍ଧ, ସମାନତା ଭିତ୍ତିକ ଓ ସୁଲଭ କରିବା ପାଇଁ ସ୍କୁଲ କଲେଜ ମାନଙ୍କରେ ଉପଯୁକ୍ତ ସଂଖ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ, ଅନୁଷ୍ଠାନର ପରିଚାଳନା ଓ ସୁରକ୍ଷା ନିମନ୍ତେ ଉପଯୁକ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେଲେ ଏହା ଫଳପ୍ରଦ ହୋଇପାରିବ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି।
ସୂଚନାଥାଉକି, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ରାଜ୍ୟସରକାର ତାଙ୍କର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗତ ଜୁନ୍ ୧୨ ତାରିଖରେ ଘୋଷଣା କରି ଏକମାସର ଅବଧି ମଧ୍ୟରେ ଏହାକୁ କ୍ୟାବିନେଟ ବୈଠକରେ ପାରିତ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ଯୋଗ୍ୟ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେଜିରୁ ପିଜି ଯାଏଁ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିବେ। ଏହି ଯୋଜନା ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ହିଁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜଣେ ବି ଛାତ୍ରଛାତ୍ରୀ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ସରକାର ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ନିୟମିତ ବା ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି ଛାଡ଼ କରାଯିବ।
ଏତଦ୍‌ଭିନ୍ନ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ କିପରି ଚାଲିବ ସେ ଦିଗରେ ସରକାର କେତେଦୂର ଚିନ୍ତା କରିଛନ୍ତି ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେତେବେଳେ ସରକାରୀ ବିଦ୍ୟାଳୟକୁ କଣ୍ଟିଜେନ୍‌ସି ଫଣ୍ଡ ଦେଉଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଆର୍ଥିକ ପ୍ରୋତ୍ସାହନ, ଇଲେକ୍ଟ୍ରି ବିଲ୍ ଆଦି ପ୍ରଦାନ କରୁଛନ୍ତି, ସେତେବେଳ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଟଙ୍କାଟିଏ ନଦେଇ ଶିକ୍ଷକ ଅଭିଭାବକ ବୈଠକ କଥା କହୁଛନ୍ତି, ସରକାର ଯେପରି ସରକାରୀ ବିଦ୍ୟାଳୟ ଗୁଡ଼ିକୁ ସମସ୍ତ ସୁବିଧା ଯୋଗାଉଛନ୍ତି ସେହିପରି ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସମସ୍ତ ସରକାରୀ ସୁବିଧା ଯୋଗାଇବା ଦରକାର ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଯାହାଫଳରେ ଏକ ସୁସ୍ଥ ବାତାବରଣ ଓ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇ ପାରିବ। ପ୍ରଥମେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଖାଲିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି କରିବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ସରକାର ସମସ୍ତ ବର୍ଗର ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରନ୍ତେ ସବୁ ବିଦ୍ୟାଳୟଗୁଡ଼ିକ ସରକାରୀ ସୁବିଧା ପାଇ ପାରନ୍ତା, ସମସ୍ତ ପିଲା ସମାନ ଭାବରେ ସୁବିଧା ସୁଯୋଗ ହାସଲ କରିପାରନ୍ତେ, ସମାନ ଢଙ୍ଗରେ କେଜିରୁ ପିଜି ଏକପ୍ରକାର ଶିକ୍ଷକ ରହନ୍ତେ ଏବଂ ସମସ୍ତଙ୍କୁ ସବୁ ସୁବିଧା ମିଳି ପାରନ୍ତା ବୋଲି ଓଷ୍ଟା ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି।
ସ୍ୱର୍ଗତଃ ବିଜୁବାବୁ ୩୦୦୦ ବିଦ୍ୟାଳୟକୁ ଏକକାଳୀନ ସରକାରୀକରଣ କରିଥିଲେ। ଏହାର ଦୀର୍ଘ ୩୦ ବର୍ଷ ପରେ ଆଉ କୌଣସି ବିଦ୍ୟାଳୟ ସରକାରୀକରଣ ହୋଇନାହିଁ। ସରକାର କେଜିରୁ ପିଜି ଯୋଜନା ନିମନ୍ତେ ଯେଉଁ ଘୋଷଣା କରିଛନ୍ତି ଯଦି ସମସ୍ତ ବର୍ଗର ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରନ୍ତେ ତେବେ ଡବଲ ଇଞ୍ଜିନ ସରକାରଙ୍କର ଏହା ଐତିହାସିକ ପଦକ୍ଷେପ ହୋଇ ପାରନ୍ତା ଏବଂ ଓଡ଼ିଶାରେ ଗୋଟିଏ ପ୍ରକାର ବିଦ୍ୟାଳୟର ବ୍ୟବସ୍ଥା ଚାଲିବା ସହିତ ସମସ୍ତେ ସମାନ ସୁବିଧା ସୁଯୋଗ ପାଇପାରନ୍ତେ ବୋଲିି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।
ଓଷ୍ଟା କେଜି ରୁ ପିଜି ମାଗଣା ଶିକ୍ଷାଦାନ ବ୍ୟବସ୍ଥା ସଫଳ ରୂପାୟନ ସରକାରୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.