Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ
ଆଜିର ଖବର

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ
ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ଦ୍ୱିତୀୟ ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ-୨୦୨୬ ଭୁବନେଶ୍ୱର ଓଡେଶା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର ଉପ ସଭାପତି ପ୍ରିୟଦର୍ଶନ ପୃଷ୍ଟି ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ପରେ ସଂଘର ସାଧାରଣ ସମ୍ପାଦକ କହ୍ନେଇ ମୋଦି ସଂଗଠନ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କର୍ମଚାରୀ ନେତା ଓ ସମାଜସେବୀ ତଥା ସଂଘର ସଭାପତି ପ୍ରଭାତ ମହାନ୍ତି ଯୋଗ ଦେଇ ବିଦ୍ୟୁତ୍ କ୍ଷେତ୍ରରେ ପ୍ରଶାସନିକ କର୍ମଚାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅବଦାନ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ। ସଂଗଠନର କର୍ମକର୍ତ୍ତା ମାନେ କିପରି ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ସେ ବିଷୟ ରେ ବିଶଦ ଆଲୋଚନା କରିଥିଲେ।

ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଯେ, ବିଦ୍ୟୁତ୍ କ୍ଷେତ୍ର ରେ କାର୍ଯ୍ୟରତ ପ୍ରଶାସନିକ କର୍ମଚାରୀ ମାନଙ୍କ ସଂଖ୍ୟା ଅଧିକ ନହେଲେ ବି ସେମାନଙ୍କର ବିଦ୍ୟୁତ୍ କ୍ଷେତ୍ର ପ୍ରତି ଅବଦାନ କିଛି କମ୍ ନୁହେଁ, ବିଭିନ୍ନ ନୀତି ନିୟମ ର ଅନୁପାଳନ ଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଟେକ୍ନୋଲୋଜିର ପ୍ରସାର ରେ ପ୍ରଶାସନିକ କର୍ମଚାରିଙ୍କ ବଳିଷ୍ଠ ଭୂମିକା ଅଛି ଏହାକୁ ଭବିଷ୍ୟତ ରେ ବଜାୟ କରି ରଖିବାକୁ ଆହ୍ୱାନ କରିଥିଲେ।

ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କର୍ମଚାରୀ ନେତା ବିଜୟ ମଲ୍ଲ ଯୋଗ ଦେଇ ଗଣତନ୍ତ୍ରରେ ବିଭିନ୍ନ ସଂଗଠନର ଆବଶ୍ୟକତା ଓ ଦାଇତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ବିଦ୍ୟୁତ୍ ସେବା କ୍ଷେତ୍ର ରେ ଥିବା ପ୍ରଶାସନିକ କର୍ମଚାରୀ ମାନଙ୍କ ବଳିଷ୍ଠ ଅବଦାନ ପାଇଁ ଭୂୟସୀ ପ୍ରଶଂସା ବ୍ୟକ୍ତ କରିଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ପରିଶେଷରେ ସଂଗଠନର ଉପ ସଭାପତି ପ୍ରିୟଦର୍ଶନ ପୃଷ୍ଟି ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅମରେନ୍ଦ୍ର ଆଚାର୍ଯ୍ୟ ଏବଂ ମୋନାଲିସା ବେହେରା ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ କର୍ମକର୍ତ୍ତା ଯଥା ସୂର୍ଯ୍ୟକାନ୍ତ ବରାଳ, ରଘୁନାଥ ହେମ୍ବ୍ରମ, ଦେବିପ୍ରସାଦ ଜେନା, ଦିପ୍ତିକର ମାଝୀ, ରାକେଶ ପରିଡ଼ା, ଦିବ୍ୟ ରଞ୍ଜନ ଭୋଇ, ପ୍ରିୟନାଥ ମହାନ୍ତି, ଅସ୍ମିତା କର, ଦିପ୍ତିମୟୀ ନାଥ, ରୋଶନୀ ଗନ୍ତାଘରିଆ, ଶ୍ୱେତା ପ୍ରଜ୍ଞା ଯୋଶୀ, ସୁନୀଲ କୁମାର ପରିଚ୍ଛା, ସୌରଭ କୁମାର ପ୍ରଧାନ, ମହେଶ୍ୱର ମୁର୍ମୁ, ଶିବ ଶଙ୍କର ସାହୁ, ବିଷ୍ଣୁପ୍ରସାଦ ନାୟକ, ଅଭିନବ ତିର୍କୀ, ତାପସ କୁମାର ମଲ୍ଲିକ, ଅମରେଶ ବେହେରା, ରଶ୍ମି ରଞ୍ଜନ ପରିଡ଼ା, ସ୍ୱାଧୀନ କୁମାର ଜେନା, ତୃପ୍ତିରଞ୍ଜନ ମିଶ୍ର, ସନତ ପଟ୍ଟନାଏକ, ସଞ୍ଜୀବ ମିତ୍ର ଠାକୁର, ସାଗର ଅମାତ, ସୌରଭ କୁମାର ପ୍ରଧାନ, ସନ୍ତୋଷ ମହାପାତ୍ର ଏବଂ ଜିତ ରଞ୍ଜନ ମଲ୍ଲିକ ଆଦି ପରିଚାଳନା କରିଥିଲେ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘ ଓଡେଶା ଭବନ ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଛାତ୍ର ପ୍ରତିବାଦ ସ୍ଥଗିତ: ସରକାରଙ୍କୁ ୬୦ ଦିନର ଅଲ୍ଟିମେଟମ୍

August 19, 2026

କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

August 19, 2026

ଗାଲେ ଟେଷ୍ଟ ଜିତିଲା ଭାରତ: ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

August 19, 2026

ହକି ବିଶ୍ୱକପରେ ଭୟଙ୍କର ଦୁର୍ଘଟଣା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଆରୁ ଛାଡ଼ିଲେ ଭାରତୀୟ ଖେଳାଳି

August 19, 2026
Latest News

ଅପରେସନ୍ ସିନ୍ଦୂର ଡକ୍ୟୁମେଣ୍ଟାରୀ: ବିଚଳିତ ହୋଇ ରାତି ୨ଟାରେ ବିବୃତ୍ତି ଜାରି କଲା ପାକିସ୍ତାନ

August 19, 2026

ରାଞ୍ଚି ଛାତ୍ର ପ୍ରତିବାଦ ସ୍ଥଗିତ: ସରକାରଙ୍କୁ ୬୦ ଦିନର ଅଲ୍ଟିମେଟମ୍

August 19, 2026

କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

August 19, 2026

ଗାଲେ ଟେଷ୍ଟ ଜିତିଲା ଭାରତ: ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

August 19, 2026

ହକି ବିଶ୍ୱକପରେ ଭୟଙ୍କର ଦୁର୍ଘଟଣା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଆରୁ ଛାଡ଼ିଲେ ଭାରତୀୟ ଖେଳାଳି

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.