ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭବାନୀପୁର ଗ୍ରା:ପ ଅନ୍ତର୍ଗତ ସାହାସପୁର ଗ୍ରାମର ଅନେକ ବିଜେଡ଼ି କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି।
ଭବାନୀପୁର ଗ୍ରା:ପର ବିଜେଡି ଉପସଭାପତି ଯୋଗେନ୍ଦ୍ର ନାୟକ, ଭୈରବ ସାହୁ, ଅନୀଲ ବଳିୟାରସିଂହଙ୍କ ସମେତ ସାହାସପୁର ଗ୍ରାମର ବିଜେଡି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ଦଳରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ମତବ୍ୟକ୍ତ କରିଛନ୍ତି।
ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଭବାନୀପୁର ଗ୍ରା:ପର ସରପଞ୍ଚ କାର୍ତ୍ତିକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


