Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା
ଆଜିର ଖବର

ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା

July 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା
ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପିଆଇବି କାର୍ଯ୍ୟାଳୟରେ ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନଙ୍କ ପାଇଁ ‘ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନଶୀଳ ଧାରା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିକାଶମୁଖୀ ଯୋଗାଯୋଗ ଧାରା, ଡିଜିଟାଲ ରୂପାନ୍ତରଣ, ରଣନୀତିକ ଯୋଗାଯୋଗ ଏବଂ ଭବିଷ୍ୟତର ପ୍ରଚାର କୌଶଳ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କର୍ମଶାଳାରେ ଅଧ୍ୟକ୍ଷତା କରି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଦ୍ରୁତ ଗତିରେ ବଦଳୁଥିବା ଗଣମାଧ୍ୟମ ପରିଦୃଶ୍ୟରେ ରଣନୀତିକ ଯୋଗାଯୋଗର ବଢୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବେ ପ୍ରସାର କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆରମ୍ଭରୁ ହିଁ ରଣନୀତିକ ଯୋଗାଯୋଗ ପଦ୍ଧତି ଅବଲମ୍ବନ କରିଆସୁଛି। ତଥ୍ୟ-ଆଧାରିତ ଯୋଗାଯୋଗ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ୟକ୍ତିଗତ ଡିଜିଟାଲ୍ ସଂପୃକ୍ତିର ଯୁଗରେ, ଯୋଗାଯୋଗ ବିଶେଷଜ୍ଞମାନେ ପ୍ରଭାବଶାଳୀ ରହିବା ପାଇଁ ନିରନ୍ତର ଭାବେ ନିଜର ଦକ୍ଷତା ବୃଦ୍ଧି କରିବା ସହ ଅଭିନବ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ।

ପ୍ରାମାଣିକ ଏବଂ ସଙ୍କଟକାଳୀନ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ବିଶ୍ୱସନୀୟତା, ସାଧୁତା ଏବଂ ଜନସାଧାରଣଙ୍କ ଆସ୍ଥା ହିଁ ପ୍ରଭାବଶାଳୀ ଯୋଗାଯୋଗର ମୂଳଦୁଆ। ପୌରାଣିକ କଥାବସ୍ତୁର ଉଦାହରଣ ଦେଇ ସେ କହିଥିଲେ ଯେ କର୍ତ୍ତବ୍ୟ ପ୍ରତି ନିଷ୍ଠା, ସାଧୁତା, ସାହସ ଏବଂ ଆତ୍ମ-ଅନୁଶାସନ ପ୍ରତ୍ୟେକ ଯୋଗାଯୋଗ ବିଶେଷଜ୍ଞଙ୍କ ପାଇଁ ଅପରିହାର୍ଯ୍ୟ ଗୁଣ ଅଟେ।

ଆଲବର୍ଟ କାମସଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଦି ଷ୍ଟ୍ରେଞ୍ଜର’ର ସନ୍ଦର୍ଭ ଦେଇ ଶ୍ରୀ ମିଶ୍ର ଅଂଶଗ୍ରହଣକାରୀମାନଙ୍କୁ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ମାନବ ଆଚରଣ ତଥା ସାମାଜିକ ବାସ୍ତବତା ବିଷୟରେ ଅନ୍ତର୍ଦୃଷ୍ଟି ବିକଶିତ କରିବାକୁ ଉତ୍ସାହିତ କରିଥିଲେ। ଅର୍ଥପୂର୍ଣ୍ଣ ଯୋଗାଯୋଗ କେବଳ ସୂଚନା ପ୍ରସାରଣ ମଧ୍ୟରେ ସୀମିତ ନୁହେଁ, ବରଂ ଏଥିପାଇଁ ସହାନୁଭୂତି, ପ୍ରାସଙ୍ଗିକ ବୁଝାମଣା ଏବଂ ନୈତିକ ଦାୟିତ୍ୱବୋଧ ଆବଶ୍ୟକ ବୋଲି ସେ କହିଥିଲେ।  ଅଧିକାରୀମାନଙ୍କୁ ସତ୍ୟବାଦୀ, ନାଗରିକ-କେନ୍ଦ୍ରିକ ଏବଂ ପ୍ରଭାବଶାଳୀ ଜନସାଧାରଣ ଯୋଗାଯୋଗ ପ୍ରତି ପ୍ରତିବଦ୍ଧ ରହିବା ସହ ନିଜର ବୃତ୍ତିଗତ ଦକ୍ଷତାକୁ ନିରନ୍ତର ବୃଦ୍ଧି କରିବାକୁ ଏବଂ ବଦଳୁଥିବା ଯୋଗାଯୋଗ ବ୍ୟବସ୍ଥା ସହ ନିଜକୁ ଖାପଖୁଆଇ ଚଳିବାକୁ ସେ ଅନୁରୋଧ କରିଥିଲେ।

ସଭାକୁ ସମ୍ବୋଧିତ କରି ବିଶିଷ୍ଟ ସାମ୍ବାଦିକ ଭାସ୍କର ପରିଛା ଭାରତୀୟ ସୂଚନା ସେବା (ଆଇଆଇଏସ)କୁ ସରକାର ଏବଂ ନାଗରିକଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ ବର୍ଣ୍ଣନା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଜନସାଧାରଣଙ୍କ ନିକଟରେ ପ୍ରାମାଣିକ, ବିଶ୍ୱସନୀୟ ଏବଂ ଯାଞ୍ଚ ହୋଇଥିବା ସଠିକ ସୂଚନା ପହଞ୍ଚାଇବାରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୋଭିଡ-୧୯ ମହାମାରୀ ସମୟରେ ସଠିକ୍ ସୂଚନା ପ୍ରସାରଣର ଗୁରୁତ୍ୱକୁ ମନେ ପକାଇ ଶ୍ରୀ ପରିଛା କହିଥିଲେ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା ଯୋଗାଯୋଗର ଗତିକୁ ଯଥେଷ୍ଟ ବୃଦ୍ଧି କରିଥିଲେ ମଧ୍ୟ ସମ୍ପାଦକୀୟ ନିଷ୍ପତ୍ତି, ତଥ୍ୟ ଯାଞ୍ଚ (ଫ୍ୟାକ୍ଟ-ଚେକିଂ) ଏବଂ ସାମ୍ବାଦିକତାର ନୈତିକତାକୁ ଏହା ବଦଳାଇ ପାରିବ ନାହିଁ। ସେ ସଞ୍ଚାର ବିଶେଷଜ୍ଞମାନଙ୍କୁ ନିରପେକ୍ଷ, ବିଶ୍ୱସନୀୟ ହେବା ସହ ଜନସ୍ୱାର୍ଥକୁ ବଜାୟ ରଖିବା ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତିକୁ ଆପଣେଇବାକୁ ଅନୁରୋଧ କରିଥିଲେ।

ଏହି ବୈଷୟିକ ଅଧିବେଶନରେ, ଉପସ୍ଥିତ ଅଧିକାରୀମାନେ ସେମାନଙ୍କର ସମ୍ପୃକ୍ତ ଗଣମାଧ୍ୟମ ଶାଖା ଦ୍ୱାରା ଆପଣାଯାଇଥିବା ସର୍ବୋତ୍ତମ ଯୋଗାଯୋଗ ଏବଂ ପ୍ରଚାର ଶୈଳୀ ଉପସ୍ଥାପନ କରିଥିଲେ। ଭବିଷ୍ୟତର ଯୋଗାଯୋଗ ଅଭିଯାନ ପାଇଁ ଅଭିନବ କୌଶଳର ସନ୍ଧାନ କରିବା ସହିତ ପିଆଇବି, ସିବିସି, ଆକାଶବାଣୀ, ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଶାଖା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅଧିକାରୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ “କ୍ୟାଚ୍ ଦି ରେନ୍” ଏବଂ “ଧୂମ୍ରପାନକୁ ନା କୁହନ୍ତୁ” ଶପଥ ମଧ୍ୟ ପାଠ କରାଯାଇଥିଲା।

ଏହି କର୍ମଶାଳାରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡ. ଅଭିଷେକ ମିଶ୍ର, ଆକାଶବାଣୀ କଟକର ସମାଚାର ବିଭାଗ ମୁଖ୍ୟ ଡ. ଏସ.ଏନ. ପଟ୍ଟନାୟକ, ପିଆଇବି ଉପ-ନିର୍ଦ୍ଦେଶକ ମନୋଜ କୁମାର ଜାଲି, ଆକାଶବାଣୀର ଉପ-ନିର୍ଦ୍ଦେଶକ ପ୍ରକାଶ ଦାଶ, ସିବିସିର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ, ସିବିସିର ସହକାରୀ ନିର୍ଦ୍ଦେଶକ ଏମ.ପି ଜେନା, ସିବିସିର ସହକାରୀ ନିର୍ଦ୍ଦେଶକ ପାର୍ଥସାରଥୀ ମଲ୍ଲିକ, ଆକାଶବାଣୀର ସମ୍ବାଦ ସମ୍ପାଦକ ନିର୍ମାଲ୍ୟ ବେହେରା, ଦୂରଦର୍ଶନର ସମ୍ବାଦ ସମ୍ପାଦକ ସୁଦର୍ଶନ ସାହୁ, ଦୂରଦର୍ଶନର ସମ୍ବାଦ ସମ୍ପାଦକ ପଦ୍ମଲୋଚନ ପ୍ରଧାନ, ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଏବଂ ପିଆଇବିର ଆଇଏ ବିକାଶ ରଞ୍ଜନ ଦଳାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଆଇଆଇଏସ୍ ଅଧିକାରୀ ଏଆଇ ଯୁଗ ଓଡିଶା ପିଆଇବି କାର୍ଯ୍ୟାଳୟ ଭାରତୀୟ ସୂଚନା ସେବା ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନଶୀଳ ଧାରା
Share. Facebook Twitter LinkedIn Email WhatsApp Copy Link

Related Posts

ସେମିକନ୍ ୨.୦କୁ କ୍ୟାବିନେଟ୍ ଅନୁମୋଦନ

July 16, 2026

ବଲାଙ୍ଗିର ଅମୃତ ଭାରତ ଷ୍ଟେସନ: ପରିବର୍ତ୍ତନର ଏକ ନୂତନ ଯାତ୍ରା, ଆଧୁନିକତା ଓ ଐତିହ୍ୟର ସମନ୍ୱୟ

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026
Latest News

ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା

July 16, 2026

ସେମିକନ୍ ୨.୦କୁ କ୍ୟାବିନେଟ୍ ଅନୁମୋଦନ

July 16, 2026

ବଲାଙ୍ଗିର ଅମୃତ ଭାରତ ଷ୍ଟେସନ: ପରିବର୍ତ୍ତନର ଏକ ନୂତନ ଯାତ୍ରା, ଆଧୁନିକତା ଓ ଐତିହ୍ୟର ସମନ୍ୱୟ

July 16, 2026

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.