Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ
ଆଜିର ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

ରଣପୁର: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାଥ ରଥା ରୁଢ ହୋଇ ମାଉସୀ ଘରକୁ ଯିବେ। ସେଥିପାଇଁ ରଣପୁର ରାଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ଶ୍ରୀ ଜିଉଙ୍କ ଅପେକ୍ଷାରେ। ମଙ୍ଗଳବାର ଶ୍ରୀ ଜିଉଙ୍କର ନେତ୍ର ଉତ୍ସବ ପରେ ତିନି ରଥରେ ଧ୍ଵଜା ବନ୍ଧା ହୋଇଛି। ବୁଧବାର ବିଶ୍ରାମ ଥିବାରୁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ପାଇଁ ଭିଡ଼ ଲାଗିଥିଲା।

ଓଡିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀ ଭଳି ଏଟାରେ ଚତୁର୍ଦ୍ଧାା ମୂର୍ତ୍ତି, ବଡଦେଉଳ, ବଡ ବଡ ୩ ଟି ରଥ ନିର୍ମଣ କରାଯାଏ। ପୁରୀରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି।

ରଥଯାତ୍ରା ପାଇଁ ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରିଥିବା ଜଣାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ତହସିଲଦାର ଙ୍କ ଠାରୁ ଜଣାଯାଇଛି। ସେହିପରି ବିଦ୍ୟୁତ ବିଭାଗ, ଅଗ୍ନି ସମ ବିଭାଗ, ସ୍ୱାସ୍ଥ ବିଭାଗ ତରଫରୁ ବ୍ୟାପକ ସତର୍କତ ଅବଲମ୍ବନ କରାଯାଇଛି।

ଆଜି ସକାଳୁ ୩ ରଥ ପ୍ରତିଷ୍ଠା ହେବ। ପରେ ଶ୍ରୀ ଜିଉମାନଙ୍କ ସେବାନୀତରି ପରେ ଧାଡି ପହଣ୍ଡିରେ ରଥା ରୁଢ ହେବେ। ଗୁଣ୍ଡିଚା ଦିନ ୩ ଠାକୁର ରଥ ରୁଢା ହେବା ପରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ ଏକ ସୁସଜିତ ବିମାନରେ ଆସି ରଥ ପ୍ରତିଷ୍ଠା କରିବେ। ଗୁଣ୍ଡିଚାରେ ଛେରାପହଁରା କରି ଯିବା ପରେ ଅପରାହ୍ନରେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହଛି।

ଅନ୍ୟ ପକ୍ଷରେ ରଥ ଯାତ୍ରା ଭିଡରେ ବେପାର କରିବାପାଇଁ ବଡ ଦାଣ୍ଡରେ ଶହଶହ ବର୍ଷ ଧରି ଗରିବ ଉଠା ଦୋକାନୀ ମାନେ ଦୋକାନ କରି କିଛି ପଇସା ରୋଜଗାର କରିବା ସହ ନିଜ ପରିବାର ପରିପୋଷଣ କରିଥାଆନ୍ତି। ଦୀର୍ଘ ବର୍ଷ ଧରି ଗୁଣ୍ଡିଚା ଠାରୁ ଶ୍ରୀଜିଉ ନିଲାଦ୍ରି ବିଜେ ପରେ ମଧ୍ୟ ବିଭିନ୍ନ ଉଠା ଦେକାନୀମାନେ ବଡ ଦାଣ୍ଡର ୨ ପାର୍ଶ୍ଵରେ ଦୋକାନ କରିଥାଆନ୍ତି। କିନ୍ତୁ କିଛିବର୍ଷ ପ୍ରଶାସନ ଏହି ଉଠା ଦେକାନିମାନଙ୍କୁ ବସିବାକୁ ଅନୁମୋତି ଦେଇନଥିବାରୁ ଏହି ଉଠା ଦୋକାନି ମାନଙ୍କ ମଧ୍ୟରେ ଅସୁନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଚଳିତ ବର୍ଷ ପ୍ରଶାସନ ଅନୁମତି ଦେଇଥିବାରୁ ଅଳ୍ପ ସଂଖ୍ୟକ ଷ୍ଟଲ ବଡ ଦାଣ୍ଡରେ ପଡିଛି। ରାଜବାଟି ପରିସରରେ ପ୍ରତି ବର୍ଷ ଭଳି ମୀନା ବଜାର ପଡିଛି।

ଅପର ପକ୍ଷରେ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହେଉଥିବା ବେଳେ ଏବେ ପ୍ରଶାସନ ତରଫରୁ କିଛି କ୍ଷେତ୍ରରେ ଅବହେଲା କରିଥିବା ଅଭିଯୋଗ ହେଉଛି। ପ୍ରତିକୁପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ବିଶୋଧନ ପାଇଁ ବିଚିଙ୍ଗି ପକାଯାଇନାହିଁ। ଏପରିକି ଅନେକ ଗଳି କନ୍ଦିରେ ଆବର୍ଜ୍ଜନା ଗଦା ହୋଇଛି। ଏପରିକି ରଣପୁର ଅଚଂଳରେ ବାରମ୍ବାର ବିଦ୍ୟୁତ କାଟ ଜନସାଧାରଣରେ ଅସନ୍ତୋଷର କାରଣ ହୋଇଛି।

ଆଜି ସକାଳ ଶ୍ରୀଜିଉଙ୍କର ଅବକାଶ, ବଲ୍ଲଭ, ସକାଳ ଧୂପ ଓ ମଙ୍ଗଳାର୍ପଣ ପରେ ତିନି ଠାିକୁରଙ୍କୁ ରଥାରୁଡ଼ କରାଜିବ। ଦୂର୍ଗା ମଣ୍ଡପ ଉପରେ ଧାରା ବିବରଣୀ ଦେବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଦୋଳ ମଣ୍ଡପ ଉପରୁ ସଙ୍ଗୀତ କଳା ବିଦ୍ୟାନିକେତନ ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହେବ।

ଛେରା ପହଁରା ଦ୍ୱିତୀୟ ଶ୍ରୀକ୍ଷେତ୍ର ପୋଲିସ ମୁତୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026
Latest News

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.