ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ଓମ୍ଫେଡ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଜରିଆରେ ପୁରୀ ବଡଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ୨୫ ହଜାର ମ୍ୟାଙ୍ଗୋ ଜୁସ୍ ବଣ୍ଟନ କରାଯାଇଛି। ଲଗାଣ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶନାର୍ଥି ଭକ୍ତଙ୍କର ସମାଗମ ହୋଇଥିଲା।
ଏହି ଅବସରରେ ୨୫ ହଜାର ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଓମ୍ଫେଡ୍ ପକ୍ଷରୁ ମ୍ୟାଙ୍ଗୋ ଜୁସ୍ ବଣ୍ଟନ କରାଯାଇଥିଲା। ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୁରୀ ସହ ଓଡିଶାର ବିଭିନ୍ନ ସ୍ଥାନ ଯଥା,-ବାରିପଦା, କେନ୍ଦୁଝର, କେନ୍ଦ୍ରାପଡା, କୋରାପୁଟ ଆଦିରେ ହେଉଥିବା ରଥଯାତ୍ରାରେ ଓମ୍ଫେଡ୍ ନିଜର ଷ୍ଟଲ ଖୋଲିଥିଲା। ଏହି ଅବସରରେ କେବଳ ପୁରୀ ପାଇଁ ମିଠାଦହି, ରାବିଡ, ଫ୍ଲେଭର ମିଲ୍କ, ଲସି ଆଦିରେ ୪ ଟି କ୍ରୟ କଲେ ଗୋଟିଏ ଫ୍ରି ଅଫର ମଧ୍ୟ ଦେଇଛି।
ଶ୍ରଦ୍ଧାଳୁମାନେ ଓମ୍ଫେଡ୍ ମ୍ୟାଙ୍ଗୋ ଜୁସ୍ ଆଗ୍ରହର ସହ ପିଇଥିଲେ। ଆମର ସ୍ୱେଚ୍ଛାସେବୀମାନେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନାର୍ଥି ଭକ୍ତଙ୍କୁ ଜୁସ୍ ବଣ୍ଟନ କରିଥିଲେ।


