Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ
ଆଜିର ଖବର

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟାଇମ୍‍ପାସ୍‍ ପୁସ୍ତକପର୍ବ
ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ଖଣ୍ଡ ଗ୍ରନ୍ଥାବଳୀ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ବରିଷ୍ଠ ଆଇ.ପି.ଏସ. ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଥିଲେ ଯେ ନିର୍ଭୀକ, ସ୍ପଷ୍ଟ ଏବଂ ସମାଜର ତଥାକଥିତ ବଡ଼ଲୋକଙ୍କ ଔଦ୍ଧତ୍ୟ ବିରୁଦ୍ଧରେ ବିବୁଧରଞ୍ଜନଙ୍କ ବାର୍ତ୍ତା ଖୁବ୍ ଶାଣିତ। ଏଥିସହିତ ଆଧ୍ୟାତ୍ମିକତାର ସୁଗନ୍ଧ ଭିନ୍ନ ରାସ୍ତାରେ ଚାଲିବାର ଆହ୍ୱାନ ମଧ୍ୟ ତାଙ୍କ ଲେଖାରେ ଥାଏ।

ବିଶିଷ୍ଟ କଥାକାର ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନସଚିବ ଦେବପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକଙ୍କ ସାହସିକ ଉଦ୍ୟମର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ବ୍ୟକ୍ତିଗତ ଭାବେ ଲେଖକ କୋମଳ ହୃଦୟର ହୋଇଥିଲେ ବି ସାମାଜିକ ବ୍ୟବସ୍ଥା ପ୍ରତି ସେ ସବୁବେଳେ ଖୁବ୍ ରୁକ୍ଷ। ଜଣେ ସଶକ୍ତ ଲେଖକ ବ୍ୟବସ୍ଥା ବଦଳେଇ ଦେବାର କ୍ଷମତା ରଖେ।

ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ର ସଂପାଦକ ନବୀନ ଦାସ ଲେଖକଙ୍କ ପୁସ୍ତକ ଓ ବ୍ୟକ୍ତିତ୍ୱ ଉପରେ ମତ ଦେଇ କହିଥିଲେ ଯେ ବିବୁଧରଞ୍ଜନଙ୍କ ଲେଖା ଖୁବ୍ ସତ୍ୟନିଷ୍ଠ ଓ ସାହସିକ। ସେସବୁକୁ ଠିକ୍ ଭାବେ ନପଢି ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ।

ଲୋକାର୍ପଣ ଅବସରରେ ଫ୍ଲୋରିଡ଼ା ଆମେରିକାରୁ ଆସିଥିବା ନିଷ୍ଠାପର ପାଠକ ଉତ୍କଳେନ୍ଦୁ ମିଶ୍ର ଯୋଗଦେଇ ପ୍ରଥମ ସେଟ୍‍ ଗ୍ରନ୍ଥାବଳୀ କ୍ରୟ କରିଥିଲେ।

ଲେଖକ ଡ. ବିବୁଧରଞ୍ଜନ ନିଜ ଦୀର୍ଘ ଲେଖକୀୟ ଜୀବନର ସଂଘର୍ଷ ଓ ସୃଜନଯାତ୍ରା ସଂପର୍କରେ ସୂଚନା ଦେବା ସହିତ ସଂପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ତାଙ୍କର ସବୁ ଲେଖା ହେଉଛି ସତ୍ୟର ଅନ୍ୱେଷଣ।

ଲେଖକ ତଥା ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଉତ୍ସବ ସଂଚାଳନ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ସୁବ୍ରତ ମହାନ୍ତି, ମୁକ୍ତିଜିତ ସାହୁ, ପ୍ରିୟାଂଶୁ ପ୍ରିୟଦେବ ଓ ସମାସ ବଳ! ଶତାଧିକ ଲେଖକ ଓ ବିବୁଧପ୍ରେମୀ ପାଠକ ପୁସ୍ତକପର୍ବରେ ଯୋଗଦେଇ ଏହାକୁ ସଫଳ କରିଥିଲେ।

Time Pass ଟାଇମପାସ ଟାଇମ୍‍ପାସ୍‍ ପୁସ୍ତକପର୍ବ ଡକ୍ଟର ବିବୁଧରଞ୍ଜନ ସରୋଜ ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ: ଇତିହାସ ରଚିବାକୁ ପ୍ରସ୍ତୁତ ଟିମ ଇଣ୍ଡିଆ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026

ହଠାତ୍ ତୃତୀୟ ଦିନିକିଆ ପାଇଁ ବଦଳିଲା ଟିମ୍ ଇଣ୍ଡିଆ: ସାମିଲ ହେଲେ ଏହି ଖେଳାଳି

July 18, 2026

ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

July 18, 2026
Latest News

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ: ଇତିହାସ ରଚିବାକୁ ପ୍ରସ୍ତୁତ ଟିମ ଇଣ୍ଡିଆ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026

ହଠାତ୍ ତୃତୀୟ ଦିନିକିଆ ପାଇଁ ବଦଳିଲା ଟିମ୍ ଇଣ୍ଡିଆ: ସାମିଲ ହେଲେ ଏହି ଖେଳାଳି

July 18, 2026

ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.