ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋସେଟ୍ ହଠାତ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ ଗସ୍ତରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ IPL ସିଜିନ୍ ଅର୍ଥାତ୍ IPL 2027 ରେ ସେ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସର ଦାୟିତ୍ୱ ନେବେ ବୋଲି କୁହାଯାଉଛି।
ଇଏସପିଏନ୍ କ୍ରିକଇନ୍ଫୋ ରିପୋର୍ଟରେ ଇସ୍ତଫା ପତ୍ର ସେୟାର କରାଯାଇଛି। ପୂର୍ବରୁ ଏପରି ଅନୁମାନ କରାଯାଉଥିଲା ଯେ, ପୂର୍ବତନ ନେଦରଲ୍ୟାଣ୍ଡ ଖେଳାଳି, ଯିଏ ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ, ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା T20 ସିରିଜ୍ ପରେ ପଦ ଛାଡିବେ।


