Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ
ଆଜିର ଖବର

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଗା ଧାରାବାହିକ 'ଶ୍ରାବଣୀ
ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ 'ଶ୍ରାବଣୀ': ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

ଭୁବନେଶ୍ଵର: ଜୀ ସାର୍ଥକ ଓଡ଼ିଶାର ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଭାବରେ ଓଡ଼ିଆ କଳା, ସଂସ୍କୃତି ତଥା ନାରୀତ୍ଵକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ଓ ସେହି ପରିପ୍ରେକ୍ଷିରେ ଜୁଲାଇ ୨୭ ତାରିଖ ସନ୍ଧ୍ୟା ୭:୩୦ରୁ ଜୀ ସାର୍ଥକରେ ପ୍ରସାରିତ ହେଉଛି ନୂଆ ମେଗା ଧାରାବାହିକ ‘ଶ୍ରାବଣୀ’। ଏହା ଏପରି ଦୁଇଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଆଧାରିତ, ଯେଉଁମାନଙ୍କ ଚିନ୍ତାଧାରା ଓ ପୃଷ୍ଠଭୂମି ସମ୍ପୂର୍ଣ୍ଣ ଅଲଗା।

ଏହି କାହାଣୀର ମୁଖ୍ୟ ଆକର୍ଷଣ ହେଉଛନ୍ତି ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସ୍ନେହୀ ତଥା ସାହସୀ ଝିଅ ‘ଶ୍ରାବଣୀ’ ଏବଂ କ୍ଷମତାଶାଳୀ, କଠୋର ନିୟମରେ ଓ ଅନୁଶାସନରେ ବନ୍ଧା ତ୍ରିପାଠୀ ପରିବାରର ମୁଖ୍ୟ ‘ରାଜେଶ୍ୱରୀ ଦେବୀ’। ଯେତେବେଳେ ଶ୍ରାବଣୀ ତ୍ରିପାଠୀ ପରିବାରରେ ପାଦ ରଖେ, ତା’ର ସରଳତା ଓ ମାନବିକତା ରାଜେଶ୍ୱରୀ ଦେବୀଙ୍କ କଠୋର ଆଭିମୁଖ୍ୟକୁ କ’ଣ ବଦଳାଇ ପାରିବ? ଏହି ଦୁଇ ମହିଳାଙ୍କ ମଧ୍ୟରେ ଏକ ସେତୁ ସାଜିଛନ୍ତି ‘ସାଗର’, ଯିଏ ନିଜ ମା’ଙ୍କ ପ୍ରତି ଅତୁଟ ବିଶ୍ୱାସ ରଖିବା ସହ ଶ୍ରାବଣୀର ନିଷ୍କପଟତା ପ୍ରତି ଆକୃଷ୍ଟ ହୁଅନ୍ତି। ପାରିବାରିକ ରାଜନୀତି ଏବଂ ଏକ ନିଆରା ପ୍ରେମ କାହାଣୀ ଭିତରେ, ଶ୍ରାବଣୀ ପ୍ରମାଣ କରିବ ଯେ ପ୍ରକୃତ ଶକ୍ତି ଅହଙ୍କାର ବା କ୍ଷମତାରେ ନୁହେଁ, ବରଂ ନିଃସ୍ୱାର୍ଥପର ଭଲପାଇବା ଓ ମାନବିକତାରେ ଥାଏ।

ଏହି ମେଗା ସିରିଏଲରେ ମୁଖ୍ୟ ଭୂମିକା ଅର୍ଥାତ ଶ୍ରାବଣୀ ଚରିତ୍ରରେ ସୋନାଲି ଚୌଧୁରୀ, ସାଗର ଭୂମିକାରେ ଜ୍ୟୋତି ରଞ୍ଜନ ଏବଂ ରାଜେଶ୍ୱରୀ ଦେବୀ ଚରିତ୍ରରେ ନୀତୁ ସିଂହ ଅଭିନୟ କରୁଛନ୍ତି।

ଏହି ନୂତନ ଧାରାବାହିକ ସମ୍ପର୍କରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ଦର୍ଶକମାନଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ଶ୍ରାବଣୀ କେବଳ ଏକ ଧାରାବାହିକ ନୁହେଁ, ଏହା ଏକ ପରିବର୍ତ୍ତନର କାହାଣୀ। ଗୋଟିଏ ସାଧାରଣ ଝିଅ କିପରି ନିଜର ଭଲପାଇବା ଓ ଦୟାଭାବ ଦ୍ୱାରା ଗୋଟିଏ ବିରାଟ ଓ ପ୍ରଭାବଶାଳୀ ପରିବାରର ହୃଦୟ ଜିଣିପାରେ, ତାହା ଏଥିରେ ଦର୍ଶାଯାଇଛି। ମୋର ଦୃଢ଼ ବିଶ୍ୱାସ, ଆମ ଓଡ଼ିଶାର ଦର୍ଶକମାନେ ଏହି କାହାଣୀକୁ ନିଶ୍ଚୟ ଆଦୃତ କରିବେ। ପ୍ରତିଦିନ ସନ୍ଧ୍ୟା ୭:୩୦ରେ କେବଳ ଜୀ ସାର୍ଥକରେ ସପରିବାର ଏହି ଧାରାବାହିକଟିକୁ ଦେଖିବାକୁ ମୁଁ ସମସ୍ତଙ୍କୁ ଆନ୍ତରିକ ଅନୁରୋଧ କରୁଛି।”

ଜୀ ସାର୍ଥକ ପାରିବାରିକ କାହାଣୀ ମେଗା ଧାରାବାହିକ ଶ୍ରାବଣୀ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.