ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ମଣ୍ଡଳ ଅନ୍ତର୍ଗତ ବାଲେଶ୍ୱର ଷ୍ଟେସନରେ ନାରାୟଣଗଡ଼–ଭଦ୍ରକ ତୃତୀୟ ଲାଇନ୍ ରେଳପଥରେ ୟାର୍ଡ଼ ରିମୋଡେଲିଂ କାର୍ଯ୍ୟ ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକର ଚଳାଚଳରେ ପରିବର୍ତ୍ତନ କରାଯିବ:
ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି (Short terminated and Short Originated)
* ୨୯ ଜୁଲାଇ ୨୦୨୬ ରୁ ୧୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଟ୍ରେନ୍ ନଂ. ୬୮୪୦୮ ଭୁବନେଶ୍ୱର–ବାଲେଶ୍ୱର ମେମୁ ବାଲେଶ୍ୱର ଷ୍ଟେସନ ପରିବର୍ତ୍ତେ ଭଦ୍ରକ ଷ୍ଟେସନରେ ଯାତ୍ରା ସମାପ୍ତ କରିବ। ସେହିପରି ଟ୍ରେନ୍ ନଂ. ୬୮୪୦୭ ବାଲେଶ୍ୱର–ଭୁବନେଶ୍ୱର ମେମୁ ବାଲେଶ୍ୱର ଷ୍ଟେସନ ପରିବର୍ତ୍ତେ ଭଦ୍ରକ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଏହି ଅବଧି ମଧ୍ୟରେ ଉଭୟ ଟ୍ରେନ୍ କେବଳ ଭୁବନେଶ୍ୱର–ଭଦ୍ରକ ମଧ୍ୟରେ ଚଳାଚଳ କରିବ। ଫଳସ୍ୱରୂପ, ଟ୍ରେନ୍ ନଂ. ୬୮୪୦୭ ବାଲେଶ୍ୱର ପରିବର୍ତ୍ତେ ଭଦ୍ରକରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ୍ ଗୁଡ଼ିକର ମାର୍ଗ ପରିବର୍ତ୍ତନ (Diversion of Trains)
* ଟ୍ରେନ୍ ନଂ. ୧୨୮୭୬ ଆନନ୍ଦ ବିହାର ଟର୍ମିନାଲ–ପୁରୀ ନୀଳାଚଳ ଏକ୍ସପ୍ରେସ, ଯାହା ୨୮ ଜୁଲାଇ, ୨ ଅଗଷ୍ଟ, ୪ ଅଗଷ୍ଟ ଏବଂ ୭ ଅଗଷ୍ଟ ୨୦୨୬ ତାରିଖରେ ଆନନ୍ଦ ବିହାର ଟର୍ମିନାଲରୁ ଯାତ୍ରା ଆରମ୍ଭ କରିବ, ତାହା ନିର୍ଦ୍ଧାରିତ ଚାଣ୍ଡିଲ ଜଙ୍କସନ–ଟାଟାନଗର–ହିଜଲି–ବାଲେଶ୍ୱର–ଭଦ୍ରକ–ଯଖପୁରା ମାର୍ଗ ପରିବର୍ତ୍ତେ ଚାଣ୍ଡିଲ ଜଙ୍କସନ–କାଣ୍ଡ୍ରା–ସିନି–ରାଜଖରସୱାନ–ନୟାଗଡ଼–ଯଖପୁରା ମାର୍ଗ ଦେଇ ଚଳାଚଳ କରିବ।
* ସେହିପରି, ଟ୍ରେନ୍ ନଂ. ୨୨୮୨୪ ନୂଆଦିଲ୍ଲୀ–ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ, ଯାହା ୨୮ ଜୁଲାଇ, ୪ ଅଗଷ୍ଟ ଏବଂ ୫ ଅଗଷ୍ଟ ୨୦୨୬ ତାରିଖରେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ, ତାହା ମଧ୍ୟ ଏହାର ନିର୍ଦ୍ଧାରିତ ଚାଣ୍ଡିଲ ଜଙ୍କସନ–ଟାଟାନଗର–ହିଜଲି–ବାଲେଶ୍ୱର–ଭଦ୍ରକ–ଯଖପୁରା ମାର୍ଗ ପରିବର୍ତ୍ତେ ଚାଣ୍ଡିଲ ଜଙ୍କସନ–କାଣ୍ଡ୍ରା–ସିନି–ରାଜଖରସୱାନ–ନୟାଗଡ଼–ଯଖପୁରା ମାର୍ଗ ଦେଇ ଚଳାଚଳ କରିବ।
* ଟ୍ରେନ୍ ନଂ. ୨୨୮୧୧ ଭୁବନେଶ୍ୱର–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ଯାହା ୨୯ ଜୁଲାଇ, ୨ ଅଗଷ୍ଟ, ୫ ଅଗଷ୍ଟ ଏବଂ ୯ ଅଗଷ୍ଟ ୨୦୨୬ ତାରିଖରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ତାହା ଏହାର ନିର୍ଦ୍ଧାରିତ ଯଖପୁରା–ଭଦ୍ରକ–ବାଲେଶ୍ୱର–ହିଜଲି–ମିଦନାପୁର–ଆଦ୍ରା–ଏନ୍.ଏସ୍.ସି. ବୋଷ ଜଙ୍କସନ ଗୋମୋହ ମାର୍ଗ ପରିବର୍ତ୍ତେ ଯଖପୁରା–ନୟାଗଡ଼–ରାଜଖରସୱାନ–ସିନି–କାଣ୍ଡ୍ରା–ପୁରୁଲିଆ–ରୁକନି–ଭୋଜୁଡିହ–ଏନ୍.ଏସ୍.ସି. ବୋଷ ଜଙ୍କସନ ଗୋମୋହ ମାର୍ଗ ଦେଇ ଚଳାଚଳ କରିବ।
* ସେହିପରି, ଟ୍ରେନ୍ ନଂ. ୨୨୮୨୩ ଭୁବନେଶ୍ୱର–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ଯାହା ୩ ଅଗଷ୍ଟ, ୪ ଅଗଷ୍ଟ ଏବଂ ୭ ଅଗଷ୍ଟ ୨୦୨୬ ତାରିଖରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ତାହା ଏହାର ନିର୍ଦ୍ଧାରିତ ଯଖପୁରା–ଭଦ୍ରକ–ବାଲେଶ୍ୱର–ହିଜଲି–ଟାଟାନଗର–ସିନି ମାର୍ଗ ପରିବର୍ତ୍ତେ ଯଖପୁରା–ନୟାଗଡ଼–ରାଜଖରସୱାନ–ସିନି–କାଣ୍ଡ୍ରା–ଚାଣ୍ଡିଲ ଜଙ୍କସନ ମାର୍ଗ ଦେଇ ଚଳାଚଳ କରିବ।
* ଏହାବ୍ୟତୀତ, ଟ୍ରେନ୍ ନଂ. ୧୨୮୧୬ ଆନନ୍ଦ ବିହାର ଟର୍ମିନାଲ–ପୁରୀ ନନ୍ଦନକାନନ ଏକ୍ସପ୍ରେସ, ଯାହା ୩ ଅଗଷ୍ଟ ୨୦୨୬ ତାରିଖରେ ଆନନ୍ଦ ବିହାର ଟର୍ମିନାଲରୁ ଯାତ୍ରା ଆରମ୍ଭ କରିବ, ତାହା ଏହାର ନିୟମିତ ଏନ୍.ଏସ୍.ସି. ବୋଷ ଜଙ୍କସନ ଗୋମୋହ–ଆଦ୍ରା–ମିଦନାପୁର–ହିଜଲି–ବାଲେଶ୍ୱର–ଭଦ୍ରକ–ଯଖପୁରା ମାର୍ଗ ପରିବର୍ତ୍ତେ ଏନ୍.ଏସ୍.ସି. ବୋଷ ଜଙ୍କସନ ଗୋମୋହ–ଭୋଜୁଡିହ–ରୁକନି–ପୁରୁଲିଆ–କାଣ୍ଡ୍ରା–ସିନି–ରାଜଖରସୱାନ–ନୟାଗଡ଼–ଯଖପୁରା ମାର୍ଗ ଦେଇ ଚଳାଚଳ କରିବ।
ଟ୍ରେନ୍ ଗୁଡ଼ିକର ସମୟ ପରିବର୍ତ୍ତନ (Rescheduling of trains)
* ଟ୍ରେନ୍ ନଂ. ୨୨୮୨୩ ଭୁବନେଶ୍ୱର–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୩୦ ଓ ୩୧ ଜୁଲାଇ ୨୦୨୬ ତାରିଖରେ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ ଛାଡ଼ିବ। ସେହିପରି, ଟ୍ରେନ୍ ନଂ. ୨୨୮୨୪ ନୂଆଦିଲ୍ଲୀ–ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୧ ଅଗଷ୍ଟ ୨୦୨୬ ତାରିଖରେ ନୂଆଦିଲ୍ଲୀରୁ ଏହାର ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ ଛାଡ଼ିବ।
* ଟ୍ରେନ୍ ନଂ. ୨୨୮୧୧ ଭୁବନେଶ୍ୱର–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୨ ଅଗଷ୍ଟ ୨୦୨୬ ତାରିଖରେ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଛାଡ଼ିବ। ସେହିପରି, ଟ୍ରେନ୍ ନଂ. ୨୨୮୧୨ ନୂଆଦିଲ୍ଲୀ–ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୭ ଅଗଷ୍ଟ ୨୦୨୬ ତାରିଖରେ ନୂଆଦିଲ୍ଲୀରୁ ଏହାର ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଛାଡ଼ିବ।
* ଏହାବ୍ୟତୀତ, ଟ୍ରେନ୍ ନଂ. ୧୨୮୧୫ ପୁରୀ–ଆନନ୍ଦ ବିହାର ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ୩, ୫ ଏବଂ ୬ ଅଗଷ୍ଟ ୨୦୨୬ ତାରିଖରେ ପୁରୀରୁ ଏହାର ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ବରେ ଛାଡ଼ିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ। ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।


