Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ
ଆଜିର ଖବର

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Signs MoU with CSTEP to Boost Clean Energy and Farmer Development
Odisha Signs MoU with CSTEP to Boost Clean Energy and Farmer Development

ଭୁବନେଶ୍ଵର: ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ନୀତି ଗବେଷଣା ସଂସ୍ଥା ‘CSTEP’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୫ ବର୍ଷିଆ ସହଭାଗିତା ମାଧ୍ୟମରେ ସଠିକ୍ ତଥ୍ୟ, ଆଧୁନିକ ଡିଜିଟାଲ୍ ବ୍ୟବସ୍ଥା ଏବଂ ଚାଷୀ-କୈନ୍ଦ୍ରିକ ଯୋଜନା ବ୍ୟବହାର କରି ରାଜ୍ୟର ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି କରାଯିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରୀଡ଼କୋ ପରିଚାଳନା ନିର୍ଦ୍ଦେଶକ ଡ଼. ସତ୍ୟପ୍ରିୟ ରଥ ଏବଂ ଓଏଚପିସି , ଓପିଜିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ବୁଝାମଣା ଅଧୀନରେ ‘SAFARI’ ମଡେଲ ଜରିଆରେ ଏକ ସ୍ୱତନ୍ତ୍ର ଡିଜିଟାଲ୍ ମଡେଲ୍ ଓ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯିବ। ଏହା ସରକାରୀ ବିଭାଗଗୁଡ଼ିକୁ ଭବିଷ୍ୟତ ପାଇଁ ସଠିକ୍ ବିଦ୍ୟୁତ୍ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ।

ଏହାସହିତ, ‘ଆଗ୍ରିଭୋଲ୍ଟାଇକ୍ସ’ (AgriPV) ବା ଚାଷ ଜମିରେ ସୌର ଶକ୍ତି ଉତ୍ପାଦନ ପ୍ରକଳ୍ପକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ।ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ଜମିରେ ଚାଷ ସହ ସୌର ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ, ଯାହା ଚାଷୀଙ୍କ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟ କରିବ।ଏହାଦ୍ୱାରା ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା ସୁଦୃଢ଼ ହେବା ସହ ଲୋକଙ୍କୁ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବାରେ ସହାୟକ ହେବ।

Clean Energy CSTEP Farmer Development Odisha signs MoU ବୁଝାମଣା ପତ୍ର ସ୍ୱାକ୍ଷରିତ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ମୂଲ୍ୟରେ ବିରାମ: ଜାଣନ୍ତୁ ଆଜିର ଦର

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026

ରାତି ୧୨ରୁ ସକାଳ ୬ ଯାଏଁ ବନ୍ଦ ରହିବ ଇନଷ୍ଟା ଏବଂ ଫେସବୁକ୍: ମେଟାର ବଡ଼ ନିଷ୍ପତ୍ତି

August 27, 2026

ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

August 27, 2026
Latest News

ସୁନା ମୂଲ୍ୟରେ ବିରାମ: ଜାଣନ୍ତୁ ଆଜିର ଦର

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026

ରାତି ୧୨ରୁ ସକାଳ ୬ ଯାଏଁ ବନ୍ଦ ରହିବ ଇନଷ୍ଟା ଏବଂ ଫେସବୁକ୍: ମେଟାର ବଡ଼ ନିଷ୍ପତ୍ତି

August 27, 2026

ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

August 27, 2026

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.