Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର
ଆଜିର ଖବର

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର
ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

ଭୁବନେଶ୍ୱର: ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଜାତୀୟ ସ୍ତରର ‘ଢାଇ ଅକ୍ଷର’ ପତ୍ରଲିଖନ ଅଭିଯାନ ଅନୁଷ୍ଠିତ ହେବ। ଏହି ଅଭିଯାନ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅଭିଯାନର ବିଷୟବସ୍ତୁ ରଖାଯାଇଛି ‘‘ଏ ଲେଟର୍‌ ଟୁ ମଦର୍‌ ଆର୍ଥ: ମାଇ ପ୍ରମିଜ୍‌ ଟୁ ପ୍ରୋଟେକ୍ଟ ନେଚର୍‌’’ (ଧରିତ୍ରୀ ମା’କୁ ଗୋଟିଏ ଚିଠି: ପ୍ରକୃତିର ସୁରକ୍ଷା ପାଇଁ ମୋର ପ୍ରତିଶ୍ରୁତି। ୧୮ ବର୍ଷରୁ କମ୍‌ ଏବଂ ୧୮ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀଙ୍କ ପାଇଁ ଅନ୍ତର୍ଦେଶୀୟ ପତ୍ର ଏବଂ ଲଫାପା ବର୍ଗ ଭଳି ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

‘ଢାଇ ଅକ୍ଷର’ ପତ୍ରଲିଖନ ଅଭିଯାନରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଲଫାପା ବର୍ଗରେ ଗୋଟିଏ ସାଦା ଏ-ଫୋର୍‌ ସାଇଜ୍‌ କାଗଜରେ ୧ ହଜାରରୁ କମ୍‌ ଶବ୍ଦ ମଧ୍ୟରେ ପତ୍ର ଲେଖିବେ। ସେହିପରି ଅନ୍ତର୍ଦେଶୀୟ ପତ୍ର ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ଇନଲ୍ୟାଣ୍ଡ ଲେଟର୍‌ରେ ପତ୍ର ଲେଖିପାରିବେ। ଏହି ପତ୍ର ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ଯେକୌଣସି ଆଞ୍ଚଳିକ ଭାଷାରେ ଲେଖାଯାଇପାରିବ। କେବଳ ହସ୍ତଲିଖିତ ପତ୍ର ଗ୍ରହଣ କରାଯିବ। ଟାଇପ୍‌ ହୋଇଥିବା ପତ୍ର ଗ୍ରହଣ କରାଯିବ ନାହିଁ। ପ୍ରତିଯୋଗୀମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ସର୍କଲ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ସେମାନଙ୍କର ପତ୍ର ପଠାଇବା ଆବଶ୍ୟକ। ଏହି ତାରିଖ ପରେ ହସ୍ତଗତ ହୋଇଥିବା ପତ୍ରକୁ ଗ୍ରହଣ କରାଯିବ ନାହିଁ।

ପ୍ରତ୍ୟେକ ବର୍ଗରେ ପ୍ରଥମ ପୁରସ୍କାର ବିଜେତାଙ୍କୁ ଡାକ ପରିମଣ୍ଡଳ ସ୍ତରରେ ୨୫ ହଜାର ଟଙ୍କା ଏବଂ ଜାତୀୟ ସ୍ତରରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଦ୍ୱିତୀୟ ପୁରସ୍କାର ପାଇଁ ଯଥାକ୍ରମେ ୧୦ ହଜାର ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ। ସେହିପରି ତୃତୀୟ ପୁରସ୍କାର ସ୍ୱରୂପ ଦୁଇଟି ସ୍ତରରେ ଯଥାକ୍ରମେ ୫ ହଜାର ଏବଂ ୧୦ ହଜାର ଟଙ୍କା ଦିଆଯିବ।

ଅନ୍ୟପକ୍ଷରେ ଡାକ ବିଭାଗ ପକ୍ଷରୁ ଦୀନଦୟାଲ ସ୍ପର୍ଶ ଯୋଜନାରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପ୍ରଦାନ କରିବା ଲାଗି ଘୋଷଣା କରାଯାଇଛି। ଦୁଇଟି ସ୍ତରର ପ୍ରତିଯୋଗିତା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଗତ ରେକର୍ଡ ସହିତ ଫିଲାଟେଲି ଡିପୋଜିଟ୍‌ ଆକାଉଣ୍ଟ ରହିଥିବା କିମ୍ବା ସେ ସ୍କୁଲ୍‌ ଫିଲାଟେଲି କ୍ଲବର ସଦସ୍ୟ ହୋଇଥିବା ଆବଶ୍ୟକ। ପ୍ରଥମ ସ୍ତରରେ ଲିଖିତ ଫିଲାଟେଲି ବା ଡାକ ଟିକଟ୍‌ ସଂଗ୍ରହ ସଂକ୍ରାନ୍ତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହେବ। ଦ୍ୱିତୀୟ ସ୍ତରରେ ଅନ୍ତିମ ଚୟନ ପାଇଁ ଫିଲଟେଲି ପ୍ରକଳ୍ପ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ୧୧ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୃକ୍ତ ଡାକ ପରିମଣ୍ଡଳରେ ଆବେଦନ ପହଞ୍ଚିବା ଆବଶ୍ୟକ। ଲିଖିତ ଫିଲାଟେଲି ପ୍ରଶ୍ନୋତ୍ତର (ପ୍ରଥମ ସ୍ତର) ଲାଗି ପ୍ରାରମ୍ଭିକ ତାରିଖ ୨୭.୦୯.୨୦୨୬ ଧାର୍ଯ୍ୟ କରାଯାଇଛି।

‘ଢାଇ ଅକ୍ଷର’ ଡାକ ବିଭାଗ ଦୀନଦୟାଲ ସ୍ପର୍ଶ ଯୋଜନା ପତ୍ର ଲିଖନ ଅଭିଯାନ ବାର୍ଷିକ ବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026
Latest News

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.