Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ୟାରିସ୍‌ରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ : ନବଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌ ଓ ପରିବାରବାଦର ଜାଗା ନାହିଁ
ଆଜିର ଖବର

ପ୍ୟାରିସ୍‌ରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ : ନବଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌ ଓ ପରିବାରବାଦର ଜାଗା ନାହିଁ

August 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜି-୭ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି । ଆଜି ଫ୍ରାନ୍ସଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ବହୁମତ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ଆଗାମୀ ପାଞ୍ଚ ବର୍ଷର ଭିଜନ ମଧ୍ୟ ରଖିଛନ୍ତି । ମୋଦି ଭାରତ ଓ ଫ୍ରାନ୍ସର ବନ୍ଧୁତ୍ବ ଅତୁଟ ବୋଲି କହିଛନ୍ତି । ଏମିତି କୌଣସି ନିଷ୍ପତ୍ତି ନାହିଁ ଯେଉଁଥିରେ ଦୁଇ ଦେଶ ଉଭୟଙ୍କୁ ସମର୍ଥନ କରିନାହାନ୍ତି । ଏକ ଭଲ ବନ୍ଧୁର ଅର୍ଥ ହେଉଛି ସୁଖ ହେଉ କି ଦୁଃଖ ପ୍ରତ୍ୟେକ ପରିସ୍ଥିତିରେ ସାଥ୍‌ ଦେବା ବୋଲି କହିଛନ୍ତି ମୋଦି। ଭାରତରେ ଫ୍ରାନ୍ସର ଫୁଟବଲ୍‌ ଟିମ୍‌ର ପ୍ରଶଂସକ କମ୍‌ ନାହାନ୍ତି ।  ଫ୍ରାନ୍ସ ଫୁଟବଲ୍‌ ଟିମ୍‌ ବିଶ୍ବକପ୍‌ ଜିତିଲେ,  ଭାରତ ଏହାର ଉତ୍ସବ ମନାଉଛି । ଫୁଟ୍‌ବଲପ୍ରେମୀ ଫ୍ରାନ୍ସବାସୀ ଗୋଲ୍‌ର ଗୁରୁତ୍ବ ବୁଝନ୍ତି । ଆମେ ଏମିତି ଗୋଲ୍‌ ରଖିଛୁ, ଯାହା ଆଗରୁ ଅସମ୍ଭବ କୁହାଯାଉଥିଲା। ଭାରତ ନବ ଭାରତରେ ନିର୍ମାଣରେ ଭାରତ ଅଗ୍ରସର ହେଉଛି । ଏହି ନୂଆ ଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌, ପରିବାରବାଦକୁ ଦୃଢ ବିରୋଧ କରିଛି । ଦୁନିଆର ସବୁଠୁ ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଯୋଜନା’ ପ୍ରଣୟନ କରିଛି । ସେହିପରି ଜନଧନ ଯୋଜନା ଆଧାରରେ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି । ୨୦୩୦ଭିତରେ ଭାରତକୁ ସମ୍ପୂର୍ଣ୍ଣ ଟିବି ମୁକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମୋଦି । ମୋଦି ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ତାଙ୍କ ସରକାରର ଉପଲବ୍ଧି ବିଷୟରେ କହିଛନ୍ତି ।  ଭାରତରେ ଏବେ ଅସ୍ଥାୟୀ ବୋଲି କିଛି ନାହିଁ । ତାକୁ ବାହାର କରି ଫିଙ୍ଗି ଦେଇଛୁ । ମାତ୍ର ୭୫ ଦିନର ସରକାରରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରିବାରବାଦ, ଭ୍ରଷ୍ଟାଚାରକୁ ଛାଡ଼ି ଏବେ ନୂଆ ଭାରତ ସ୍ୱପ୍ନରେ ଆଗେଇ ଚାଲିଛୁ । ପରିବାରବାଦ, ଭ୍ରଷ୍ଟାଚାର, ଭାଇ-ପୁତୁରାବାଦ, ଆତଙ୍କବାଦ ଉପରେ ଯେଉଁଭଳି ଲଗାମ ଦିଆଯାଇଛି ତାହା କେବେ ହୋଇ ନ ଥିଲା । ନୂଆ ଭାରତରେ ଅଟକିବା କିମ୍ବା ଥକିବା ଭଳି ପ୍ରସଙ୍ଗର ପ୍ରଶ୍ନ ଉଠୁନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026
Latest News

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

“ବନ୍ଧୁ ବାଛିପାରିବେ, କିନ୍ତୁ ପଡ଼ୋଶୀ ନୁହେଁ”: ବ୍ରିକ୍ସ ସମ୍ମିଳନୀ ଉପରେ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା

September 11, 2026

ଜରାଙ୍ଗେଙ୍କ ପ୍ରତିବାଦ ରୋକିବା ପାଇଁ ଆବେଦନ: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.