Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ୟାରିସ୍‌ରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ : ନବଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌ ଓ ପରିବାରବାଦର ଜାଗା ନାହିଁ
ଆଜିର ଖବର

ପ୍ୟାରିସ୍‌ରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ : ନବଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌ ଓ ପରିବାରବାଦର ଜାଗା ନାହିଁ

August 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜି-୭ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି । ଆଜି ଫ୍ରାନ୍ସଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ବହୁମତ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ଆଗାମୀ ପାଞ୍ଚ ବର୍ଷର ଭିଜନ ମଧ୍ୟ ରଖିଛନ୍ତି । ମୋଦି ଭାରତ ଓ ଫ୍ରାନ୍ସର ବନ୍ଧୁତ୍ବ ଅତୁଟ ବୋଲି କହିଛନ୍ତି । ଏମିତି କୌଣସି ନିଷ୍ପତ୍ତି ନାହିଁ ଯେଉଁଥିରେ ଦୁଇ ଦେଶ ଉଭୟଙ୍କୁ ସମର୍ଥନ କରିନାହାନ୍ତି । ଏକ ଭଲ ବନ୍ଧୁର ଅର୍ଥ ହେଉଛି ସୁଖ ହେଉ କି ଦୁଃଖ ପ୍ରତ୍ୟେକ ପରିସ୍ଥିତିରେ ସାଥ୍‌ ଦେବା ବୋଲି କହିଛନ୍ତି ମୋଦି। ଭାରତରେ ଫ୍ରାନ୍ସର ଫୁଟବଲ୍‌ ଟିମ୍‌ର ପ୍ରଶଂସକ କମ୍‌ ନାହାନ୍ତି ।  ଫ୍ରାନ୍ସ ଫୁଟବଲ୍‌ ଟିମ୍‌ ବିଶ୍ବକପ୍‌ ଜିତିଲେ,  ଭାରତ ଏହାର ଉତ୍ସବ ମନାଉଛି । ଫୁଟ୍‌ବଲପ୍ରେମୀ ଫ୍ରାନ୍ସବାସୀ ଗୋଲ୍‌ର ଗୁରୁତ୍ବ ବୁଝନ୍ତି । ଆମେ ଏମିତି ଗୋଲ୍‌ ରଖିଛୁ, ଯାହା ଆଗରୁ ଅସମ୍ଭବ କୁହାଯାଉଥିଲା। ଭାରତ ନବ ଭାରତରେ ନିର୍ମାଣରେ ଭାରତ ଅଗ୍ରସର ହେଉଛି । ଏହି ନୂଆ ଭାରତରେ ଭ୍ରଷ୍ଟାଚାର, ତିନି ତଲାକ୍‌, ପରିବାରବାଦକୁ ଦୃଢ ବିରୋଧ କରିଛି । ଦୁନିଆର ସବୁଠୁ ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଯୋଜନା’ ପ୍ରଣୟନ କରିଛି । ସେହିପରି ଜନଧନ ଯୋଜନା ଆଧାରରେ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି । ୨୦୩୦ଭିତରେ ଭାରତକୁ ସମ୍ପୂର୍ଣ୍ଣ ଟିବି ମୁକ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମୋଦି । ମୋଦି ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ତାଙ୍କ ସରକାରର ଉପଲବ୍ଧି ବିଷୟରେ କହିଛନ୍ତି ।  ଭାରତରେ ଏବେ ଅସ୍ଥାୟୀ ବୋଲି କିଛି ନାହିଁ । ତାକୁ ବାହାର କରି ଫିଙ୍ଗି ଦେଇଛୁ । ମାତ୍ର ୭୫ ଦିନର ସରକାରରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରିବାରବାଦ, ଭ୍ରଷ୍ଟାଚାରକୁ ଛାଡ଼ି ଏବେ ନୂଆ ଭାରତ ସ୍ୱପ୍ନରେ ଆଗେଇ ଚାଲିଛୁ । ପରିବାରବାଦ, ଭ୍ରଷ୍ଟାଚାର, ଭାଇ-ପୁତୁରାବାଦ, ଆତଙ୍କବାଦ ଉପରେ ଯେଉଁଭଳି ଲଗାମ ଦିଆଯାଇଛି ତାହା କେବେ ହୋଇ ନ ଥିଲା । ନୂଆ ଭାରତରେ ଅଟକିବା କିମ୍ବା ଥକିବା ଭଳି ପ୍ରସଙ୍ଗର ପ୍ରଶ୍ନ ଉଠୁନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Latest News

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.