Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା
ଆଜିର ଖବର

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସାପ୍ତାହିକ ‘ମଙ୍ଗଳ ମିଳନ’ ବୈଠକ ମଙ୍ଗଳବାର (ଅଗଷ୍ଟ 4) ନୂଆଦିଲ୍ଲୀର ସଂସଦ ପାଠାଗାର ଭବନସ୍ଥିତ ଜିଏମସି ବାଲଯୋଗୀ ଅଡିଟୋରିୟମ୍‌ରେ ସକାଳ 9.30ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏନଡିଏର ସାଂସଦ ଓ ବରିଷ୍ଠ ନେତାମାନେ ଯୋଗଦେବେ।

ସୂଚନାନୁସାରେ, ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ପରିପ୍ରେକ୍ଷୀରେ ବୈଠକରେ ସଂସଦୀୟ ରଣନୀତି, ସରକାରଙ୍କ ପ୍ରମୁଖ ଯୋଜନା, ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟ ପ୍ରଗତି ଏବଂ ବିରୋଧୀଙ୍କ ଉଠାଉଥିବା ପ୍ରସଙ୍ଗର ମୁକାବିଲା ପାଇଁ ରଣକୌଶଳ ଉପରେ ଆଲୋଚନା ହୋଇପାରେ।

ଗତ ସପ୍ତାହର ‘ମଙ୍ଗଳ ମିଳନ’ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସେହି ବୈଠକରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ କିରେନ ରିଜିଜୁ ସାଂସଦମାନଙ୍କୁ ସମ୍ବୋଧିତ କରିଥିବା ବେଳେ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଭାରତର ସାମ୍ପ୍ରତିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଓ ଏହାର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସାଂସଦମାନଙ୍କୁ ଅବଗତ କରାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ (ଲଲ୍ଲନ ସିଂହ) ମତ୍ସ୍ୟ କ୍ଷେତ୍ରର ବିକାଶ, ସରକାରୀ ପଦକ୍ଷେପ ଏବଂ ଭବିଷ୍ୟତ ରୋଡମ୍ୟାପ୍ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏପଟେ, ସଂସଦରେ ବିରୋଧୀ ଦଳ 20 ଜୁଲାଇର ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ଚୋରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ଜାରି ରଖିଛି। ଏଭଳି ପରିସ୍ଥିତିରେ ଆସନ୍ତାକାଲିର ଏନଡିଏ ବୈଠକରେ ବିରୋଧୀଙ୍କ ଆକ୍ରମଣର ଜବାବ ଦେବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇପାରେ।

mangalmilan NDA
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.