Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

August 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
CM reviews Twin City traffic and beautification plans
CM reviews Twin City traffic and beautification plans

ଭୁବନେଶ୍ୱର: ରାଜ୍ୟକୁ ଅଧିକ ଶିଳ୍ପ ନିବେଶ ଆକର୍ଷିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଅବସରରେ ସେ ଓଡ଼ିଶା ଫୁଡ୍ ପ୍ରୋସେସିଂ–୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍ ଶୋରେ ଯୋଗଦେବା ସହ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନିବେଶ ସମ୍ଭାବନାକୁ ନେଇ ଆଲୋଚନା କରିବେ।

୭ ଓ ୮ ତାରିଖରେ ଆୟୋଜିତ ବୈଠକରେ ରାଜ୍ୟରେ ଫୁଡ୍ ପ୍ରୋସେସିଂ ଶିଳ୍ପର ସମ୍ପ୍ରସାରଣ, ଆଲୁମିନିୟମ୍ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ଏବଂ ନୂତନ ପୁଞ୍ଜିନିବେଶର ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଡାଉନଷ୍ଟ୍ରିମ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଆକର୍ଷିତ କରିବା ଦିଗରେ ସରକାର ରଣନୀତି ପ୍ରସ୍ତୁତ କରିବେ।

ଏହି ରୋଡ୍ ଶୋରେ ଦେଶର ଅଗ୍ରଣୀ ଫୁଡ୍ ପ୍ରୋସେସିଂ କମ୍ପାନୀ ଓ ଶିଳ୍ପ ସଂସ୍ଥାଗୁଡ଼ିକ ସହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଶିଳ୍ପ ପରିବେଶ ଓ ନିବେଶ ସୁବିଧା ସମ୍ପର୍କରେ ସେ ନିବେଶକମାନଙ୍କୁ ଅବଗତ କରାଇବେ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହେବେ। କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୮ ତାରିଖରେ ଓଡ଼ିଶା ଫେରିବେ। ତେବେ କୌଣସି ଅପରିହାର୍ଯ୍ୟ କାରଣରୁ ଗସ୍ତରେ ପରିବର୍ତ୍ତନ ହେଲେ ସେ ୯ ତାରିଖ ସକାଳେ ଫେରିପାରନ୍ତି।

cmodisha ଦିଲ୍ଲୀଗସ୍ତ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁସିସି ଉପରେ ଗୃହମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ଓମାର ଅବଦୁଲ୍ଲା: ରାଜି ହେବ କି କେନ୍ଦ୍ର?

September 15, 2026

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026
Latest News

ୟୁସିସି ଉପରେ ଗୃହମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ଓମାର ଅବଦୁଲ୍ଲା: ରାଜି ହେବ କି କେନ୍ଦ୍ର?

September 15, 2026

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.