ନୂଆଦିଲ୍ଲୀ: UPI ପେମେଣ୍ଟ ଉପରେ ଶୁଳ୍କ ଲାଗିବା ନେଇ ଚାଲିଥିବା ଚର୍ଚ୍ଚାରେ ସ୍ପଷ୍ଟୀକରଣ ଦେଇଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ (PCI)। ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ ବୋଲି PCI ପକ୍ଷରୁ କୁହାଯାଇଛି।
PCIର ସୂଚନା ଅନୁସାରେ, UPI କାରବାର ପାଇଁ ଗ୍ରାହକ କିମ୍ବା କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। UPI ବ୍ୟବସ୍ଥାରେ ସାଇବର ସୁରକ୍ଷା ବୃଦ୍ଧି ଓ ଠକେଇ ରୋକିବା ପାଇଁ RBI ପକ୍ଷରୁ ନିବେଶ କରାଯାଉଛି। ତେବେ ଏହି ନିବେଶର ଅର୍ଥ ଗ୍ରାହକଙ୍କ ଉପରେ ଡିଜିଟାଲ ପେମେଣ୍ଟ ଶୁଳ୍କ ଲାଗିବା ନୁହେଁ ବୋଲି PCI ସ୍ପଷ୍ଟ କରିଛି।
ଏହା ସହିତ, UPI ପେମେଣ୍ଟକୁ ନେଇ ଗ୍ରାହକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ PCI ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।


