Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିମଲାରେ ଓଡିଶା ବିଧାନସଭା ଗୃହ କମିଟିର ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା
ଆଜିର ଖବର

ସିମଲାରେ ଓଡିଶା ବିଧାନସଭା ଗୃହ କମିଟିର ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା

August 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡିଶା ବିଧାନସଭାର ଗୃହ କମିଟି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ଯାଇଥିବା ଏହି ଦଳ ହିମାଚଳ ବାଚସ୍ପତି ରାଜୀବ ଜିନ୍ଦଲଙ୍କୁ ଭେଟିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଦଳ ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କରେ ସମସ୍ତ ଜ୍ଞାନ ଆହରଣ କରିଥିଲେ । ଉଭୟ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ପରେ ସଦସ୍ୟ ମାନେ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିବା ସହିତ ଏହି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିବରଣୀର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ । ବିବରଣୀ ବ୍ୟତିରେକ ପ୍ରଶ୍ନୋତ୍ତର, ବିଲ୍‌, ଆଇନ୍‌, ପ୍ରସ୍ତାବ କିଭଳି ଅନ୍‌ଲାଇନ୍‌ କରାଯାଉଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ଗୃହ କମିଟି । ବାଚସ୍ପତିଙ୍କ ସହ ଆଲୋଚନା ପୂର୍ବରୁ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟାହ୍ନ ଭୋଜନର ଆଲୋଚନା କରିଥିଲେ । ପ୍ରଦୀପ୍ତ କୁମାର ନାୟକ, ବିକ୍ରମ କେଶରୀ ଆରୁଖ, ତୁଷାରକାନ୍ତି ବେହେରା, ପ୍ରମିଳା ମଲ୍ଲିକ, ତାରା ପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦାଶରଥି ଶତପଥୀ, ପୂର୍ଣ୍ଣଚନ୍ଦ୍ର ଦଳାଇ, ଆଶିଷ ରଞ୍‌ଜନ ଖୁଣ୍ଟିଆ, ଦିଲ୍ଲୀପ ମହାନ୍ତି ପ୍ରମୁ୍‌ଖ ଏହି କମିଟିରେ ସାମିଲଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.