ଭୁବନେଶ୍ଵର: ତାମିଲନାଡୁର କୋଏମ୍ୱାଟୁରରେ ଚାଲିଥିବା ଷୋଢ଼ଶ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬ ର ଚାମ୍ପିଅନ ହୋଇଛି ଓଡ଼ିଶା ଦଳ। ଫାଇନାଲରେ ଓଡ଼ିଶା ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଛି। ରୋମାଞ୍ଚକର ଫାଇନାଲ ମୁକାବିଲାରେ ଓଡ଼ିଶା ଟିମ୍ ୨–୧ ଗୋଲ୍ ବ୍ୟବଧାନରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ଦଳର ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସହଯୋଗୀ ସଦସ୍ୟମାନଙ୍କୁ ଏହି ସଫଳତା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।


