Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭୀ ମୁମ୍ବାଇ ସିଡକୋର ପିଏମଏୱାଇ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ଆଜିର ଖବର

ନଭୀ ମୁମ୍ବାଇ ସିଡକୋର ପିଏମଏୱାଇ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

August 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Dr. Mahapatra Reviews CIDCO PMAY Project in Navi Mumbai
Dr. Mahapatra Reviews CIDCO PMAY Project in Navi Mumbai

ଭୁବନେଶ୍ଵର/ନଭୀ ମୁମ୍ବାଇ: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଖାରକୋପର ଏବଂ ବାମନଡୋଙ୍ଗରୀ ପ୍ରକଳ୍ପ ସ୍ଥଳରେ ଥିବା ସିଡକୋର ପିଏମଏୱାଇ(CIDCO PMAY) ଯୋଜନା ଅଧୀନରେ ସୁଲଭ ଗୃହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ନିର୍ମିତ ଏହି ପ୍ରକଳ୍ପରେ ବ୍ୟବହୃତ ଆଧୁନିକ ନିର୍ମାଣ ପ୍ରଯୁକ୍ତି ମଡେଲ୍ର ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦ୍ରୁତ ନିର୍ମାଣ, ଗୁଣବତ୍ତା ଓ ସ୍ଥାୟୀତ୍ୱ ବୃଦ୍ଧି ପାଇଁ ବ୍ୟବହୃତ ପ୍ରିକାଷ୍ଟ କଂକ୍ରିଟ୍ ଏବଂ ଆଲୁମିନିୟମ୍ ଫର୍ମୱାର୍କ ପ୍ରଣାଳୀର ସମୀକ୍ଷା କରି ଥିଲେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ଏବଂ ନିମ୍ନ ଆୟ ବର୍ଗ (LIG) ପରିବାରଙ୍କ ପାଇଁ ସୁଲଭ ମୂଲ୍ୟରେ ଆବାସ ଯୋଗାଇବା, ଟାଉନ୍ସିପ୍ ଯୋଜନା, ସ୍ଥାୟୀ ଓ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା ମନ୍ତ୍ରୀ ଡ଼ ମହାପାତ୍ର ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଗୃହ ନିର୍ମାଣର ମାନ, ଭିତ୍ତିଭୂମି ସୁବିଧା, କାର୍ଯ୍ୟର ଅଗ୍ରଗତି ,ବର୍ଷାଜଳ ସଂରକ୍ଷଣ,ବର୍ଷାଜଳ ନିଷ୍କାଶନ , ପାର୍କ, ଶକ୍ତି-ଦକ୍ଷ ଆଲୋକୀକରଣ ଏବଂ ବୈଜ୍ଞାନିକ ଭାବେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହୋଇଥିଲେ।

ପରିଦର୍ଶନ ସମୟରେ ପ୍ରକଳ୍ପ ସହ ଜଡ଼ିତ ଅଧିକାରୀ ଓ ଯନ୍ତ୍ରୀମାନେ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ନିର୍ମାଣ ପ୍ରକ୍ରିୟା ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପରିଦର୍ଶନ ସମୟରେ ସିଡକୋର (CIDCO) ଅଧୀକ୍ଷଣ ଯନ୍ତ୍ରୀ ବିଜୟ ପାଟିଲ, ଶ୍ରୀ କରାଡେ, ସିଡକୋର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ସାପକାଲେ, ଟାଟା କନ୍ସଲ୍ଟିଂ ର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର ସାମନ୍ତରାୟ, ଅନ୍ୟାନ୍ୟ ପିଏମସି ପ୍ରତିନିଧି ଏବଂ ଲାର୍ସେନ୍ ଆଣ୍ଡ ଟୁବ୍ରୋ ର ପ୍ରକଳ୍ପ ପରିଚାଳକ ଶ୍ରୀ କରୁଣାନିଧି ପ୍ରମୁଖ ଉପସ୍ଥିତ ଥିଲେ।

CIDCO PMAY Navi Mumbai ଡ. କୃଷ୍ଣଚନ୍ଦ୍ର ମହାପାତ୍ର ନଭୀ ମୁମ୍ବାଇ ସିଡକୋ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା ଏକାଦଶକୁ ୬ ୱିକେଟରେ ପରାସ୍ତ କଲା ଭାରତ: ଶେଷ ଓଭରରେ ଆବଶ୍ୟକ ଥିଲା ୧୬ ରନ୍

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ବିଷୟରେ ଅଜବ ବୟାନ ଦେଲେ ବ୍ରେଟ୍ ଲି: କେବେ ଶୁଣିନଥିବେ?

August 9, 2026

ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ: “ଚୋର, ଚୋର” ସ୍ଲୋଗାନ ଦେଲେ ସ୍ଥାନୀୟ ଲୋକ

August 9, 2026
Latest News

ନଭୀ ମୁମ୍ବାଇ ସିଡକୋର ପିଏମଏୱାଇ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

August 9, 2026

ଶ୍ରୀଲଙ୍କା ଏକାଦଶକୁ ୬ ୱିକେଟରେ ପରାସ୍ତ କଲା ଭାରତ: ଶେଷ ଓଭରରେ ଆବଶ୍ୟକ ଥିଲା ୧୬ ରନ୍

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ବିଷୟରେ ଅଜବ ବୟାନ ଦେଲେ ବ୍ରେଟ୍ ଲି: କେବେ ଶୁଣିନଥିବେ?

August 9, 2026

ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ: “ଚୋର, ଚୋର” ସ୍ଲୋଗାନ ଦେଲେ ସ୍ଥାନୀୟ ଲୋକ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.