ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ ରାହାଣେ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ସହିତ ଭାରତ ପ୍ରଥମ ଇନିଂସରେ 297 ରନ୍ ସଂଗ୍ରହ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ୍ ବଳରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ବିଣ୍ଡିଜ୍ 8 ଓ୍ବିକେଟ୍ ହରାଇ 189 ରନ୍ ସଂଗ୍ରହ କରିଛି । ପ୍ରଥମ ଦିନର ସ୍କୋରରେ ମାତ୍ର 4 ରନ୍ ଯୋଡି ଋଷଭ ପନ୍ତ ଆଉଟ୍ ହେବା ପରେ ମହମ୍ମଦ ସାମି ମଧ୍ୟ 4 ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସାର୍ ଜାଡେଜା ଗିଅର୍ ବଦଳାଇ ଆକ୍ରମଣ କରିଥିଲେ । ଇଶାନ୍ତ ଶର୍ମା (19)ଙ୍କ ସହିତ ଜାଡେଜା 60 ରନ୍ ଯୋଡିଥିଲେ । ଏହାପରେ ଜାଡେଜା ବୁମ୍ରା(4)ଙ୍କ ସହିତ 29 ରନ୍ର ଭାଗିଦାରୀ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ହୋଲ୍ହରଙ୍କ ଶିକାର ହୋଇଥିଲେ । କେମାର ରୋଚ୍ ସର୍ବାଧିକ 4ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଗାବ୍ରିଏଲ୍, ଚେସ୍ ଏବଂ ହୋଲ୍ଡର ଯଥାକ୍ରମେ 3,2 ଏବଂ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ । ଏହାପରେ ଓ୍ବିଣ୍ଡିଜ୍ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲା । ସାମି ପ୍ରଥମ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଏହାପରେ ଇଶାନ୍ତ, ଜାଡେଜା ଏବଂ ବୁମ୍ରା ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରି ଭାରତକୁ ଡ୍ରାଇଭର୍ ସିଟ୍ରେ ବସାଇଥିଲେ । ଏହାପରେ ରଷ୍ଟନ ଚେସ୍ (48), ସାଇ ହୋପ୍ (24) ଏବଂ ସିମରନ୍ ହିଟ୍ମେୟର (35) ଭଲ ପ୍ରାରମ୍ଭ ପାଇଥିଲେ ମଧ୍ୟ ସମସ୍ତେ ଇଶାନ୍ତଙ୍କ ଶିକାର ହୋଇଥିଲେ । ଇଶାନ୍ତ 42 ରନ୍ରେ 5 ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ବୁମ୍ରା, ସାମି ଏବଂ ଜାଡେଜା ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।