Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଓ୍ବିଣ୍ଡିଜ୍‌ ପ୍ରଥମ ଟେଷ୍ଟ : ଇଶାନ୍ତଙ୍କ 5 ଓ୍ବିକେଟରେ ଦୃଢ ସ୍ଥିତିରେ ଭାରତ
ଆଜିର ଖବର

ଭାରତ-ଓ୍ବିଣ୍ଡିଜ୍‌ ପ୍ରଥମ ଟେଷ୍ଟ : ଇଶାନ୍ତଙ୍କ 5 ଓ୍ବିକେଟରେ ଦୃଢ ସ୍ଥିତିରେ ଭାରତ

August 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ ରାହାଣେ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ସହିତ ଭାରତ ପ୍ରଥମ ଇନିଂସରେ 297 ରନ୍‌ ସଂଗ୍ରହ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ୍‌ ବଳରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ବିଣ୍ଡିଜ୍‌ 8 ଓ୍ବିକେଟ୍‌ ହରାଇ 189 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦିନର ସ୍କୋରରେ ମାତ୍ର 4 ରନ୍‌ ଯୋଡି ଋଷଭ ପନ୍ତ ଆଉଟ୍‌ ହେବା ପରେ ମହମ୍ମଦ ସାମି ମଧ୍ୟ 4 ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ସାର୍‌ ଜାଡେଜା ଗିଅର୍‌ ବଦଳାଇ ଆକ୍ରମଣ କରିଥିଲେ । ଇଶାନ୍ତ ଶର୍ମା (19)ଙ୍କ ସହିତ ଜାଡେଜା 60 ରନ୍‌ ଯୋଡିଥିଲେ । ଏହାପରେ ଜାଡେଜା ବୁମ୍‌ରା(4)ଙ୍କ ସହିତ 29 ରନ୍‌ର ଭାଗିଦାରୀ କରି ଶେଷ ବ୍ୟାଟ୍ସମ୍ୟାନ୍‌ ଭାବରେ ହୋଲ୍ହରଙ୍କ ଶିକାର ହୋଇଥିଲେ । କେମାର ରୋଚ୍‌ ସର୍ବାଧିକ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଗାବ୍ରିଏଲ୍‌, ଚେସ୍‌ ଏବଂ ହୋଲ୍ଡର ଯଥାକ୍ରମେ 3,2 ଏବଂ ଗୋଟିଏ ଓ୍ବିକେଟ୍‌ ହାସଲ କରିଥିଲେ । ଏହାପରେ ଓ୍ବିଣ୍ଡିଜ୍‌ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲା । ସାମି ପ୍ରଥମ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଏହାପରେ ଇଶାନ୍ତ, ଜାଡେଜା ଏବଂ ବୁମ୍‌ରା ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରି ଭାରତକୁ ଡ୍ରାଇଭର୍‌ ସିଟ୍‌ରେ ବସାଇଥିଲେ । ଏହାପରେ ରଷ୍ଟନ ଚେସ୍‌ (48), ସାଇ ହୋପ୍‌ (24) ଏବଂ ସିମରନ୍‌ ହିଟ୍‌ମେୟର (35) ଭଲ ପ୍ରାରମ୍ଭ ପାଇଥିଲେ ମଧ୍ୟ ସମସ୍ତେ ଇଶାନ୍ତଙ୍କ ଶିକାର ହୋଇଥିଲେ । ଇଶାନ୍ତ 42 ରନ୍‌ରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବୁମ୍‌ରା, ସାମି ଏବଂ ଜାଡେଜା ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.