ବାଣପୁର: ବୁଧବାର ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ ଆରେଷ୍ଟ, ଡାଟା ଚୋରି, ଅନଲାଇନ ଫ୍ରଡ଼, ଗେମିଙ୍ଗ, ଫ୍ରଡ଼ ଲିଙ୍କ ପଠାଇ ଠକାମି ଇତ୍ୟାଦି ସାଇବର ଠକାମିରୁ ଦୁରେଇ ରଖିବାପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଖୋର୍ଦ୍ଧା ଟାଉନ ଥାନାର ଭାରାପ୍ରାପ୍ତ ପୋଲିସ ଅଧିକାରି ସୁନିତା ବେହେରା ସାଇବର ଠକାମୀ ର ବିଭିର୍ଣ୍ଣ ତରିକା, ଏଥିରୁ ବର୍ତ୍ତିବାର ଉପାୟ ଓ଼ ଟୋଲ ଫ୍ରି ନମ୍ବର ୧୯୩୦ କୁ ଉପଯୋଗ କରି ସାଇବର ଥାନାର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇ, ଛାତ୍ର ଛାତ୍ରୀଙ୍କ ପ୍ରଶ୍ନରଉତ୍ତର ଦେଇ ସନ୍ଦେହ ଦୂର କରିଥିଲେ। ଅଧ୍ୟକ୍ଷ ଡ଼ଃ ବର୍ମା ତାଙ୍କର ଘଟିଥିବା ବିଭିର୍ଣ୍ଣ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ।
ବାଣପୁର ଥାନା ଅଧିକାରୀ ଓ଼ ଅନ୍ୟ ଅଫିସର ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ମହାବିଦ୍ୟାଳୟର ଜୟନ୍ତ କୁମାର ବିହାରୀ, କ୍ୟାପଟେନ ଡ଼ଃ ଗୁରୁକିଶୋର ନାୟକ, ଉତ୍କଳିକା ପାଢ଼ୀ, ଲକ୍ଷ୍ମୀପ୍ରିୟା ପଲେଇ, ମିକି ମନସ୍ବିନୀ, ଗୋବିନ୍ଦ ବାରିକ ଓ଼ ପ୍ରାୟ ୮୦ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ।


