Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ
ଆଜିର ଖବର

ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ

August 13, 2026No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ
ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ

ଖୋର୍ଦ୍ଧା: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଟାଉନ୍‌ ହଲ୍‌ ପରିସରରୁ ଏଚ୍‌ଆଇଭି/ଏଡ୍‌ସ ସମ୍ପର୍କିତ ଦ୍ଵି-ମାସିକ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ୨୦୨୬–୨୭ ତୃତୀୟ ପର୍ଯ୍ୟାୟର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନହଲ ଠାରେ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ। ଅଭିଯାନର ଶୁଭାରମ୍ଭ ସହିତ ସଚେତନତା ରାଲି ଓ ସଚେତନତା ସମ୍ବଳିତ ପ୍ରଚାର ପ୍ରସାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମନ୍ତ୍ରୀ ଡ଼. ମହାଲିଙ୍ଗ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏଚ ଆଇ ଭି ବିରୋଧରେ ଲଢ଼େଇ କେବଳ ସଂକ୍ରମଣ ବିରୋଧରେ ଲଢ଼େଇ ନୁହେଁ, ଏହା ଅଜ୍ଞତା, ଭୟ, ଭ୍ରାନ୍ତ ଧାରଣା ଓ ଭେଦଭାବ ବିରୋଧରେ ମଧ୍ୟ ଏକ ଲଢ଼େଇ। ସଚେତନତା, ସଠିକ୍‌ ସୂଚନା, ଏଚ ଆଇ ଭି ପରୀକ୍ଷା, ଚିକିତ୍ସା ଏବଂ ସହାନୁଭୂତି ଏହି ଲଢ଼େଇର ପ୍ରମୁଖ ଅସ୍ତ୍ର ବୋଲି ସେ ଉଲ୍ଲେଖ କରିଥିଲେ।

ମନ୍ତ୍ରୀଙ୍କ ଅଭିଭାଷଣ ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୪୬ ହଜାର ଲୋକ ଏଚ ଆଇ ଭି ସଂକ୍ରମିତ ଅଛନ୍ତି। ଏଥିରେ ୧୫ ବର୍ଷରୁ କମ୍‌ ବୟସର ୧,୫୩୦ ଜଣ ଶିଶୁ ଏବଂ ୧୫ରୁ ୨୪ ବର୍ଷ ବୟସର ୨,୭୨୫ ଜଣ ଯୁବକ-ଯୁବତୀ ଅନ୍ତର୍ଭୁକ୍ତ ଅଛନ୍ତି। ରାଜ୍ୟର ଏଚ ଆଇ ଭି ପରୀକ୍ଷା ବ୍ୟାପକତା ହାର ୦.୧୨ ପ୍ରତିଶତ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତୁଳନା କଲେ HIVର ମୋଟ ପ୍ରତିଶତ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ୧୫ତମ।

ସେହିପରି, ଜାତୀୟ ସ୍ତରରେ ପ୍ରତି ୧,୦୦୦ ଏଚ ଆଇ ଭି ମୁକ୍ତ ଜନସଂଖ୍ୟାରେ ବାର୍ଷିକ ନୂତନ ଏଚ ଆଇ ଭି ସଂକ୍ରମଣ ହାର ୦.୦୫ ଥିବାବେଳେ ଓଡ଼ିଶାରେ ଏହା ୦.୦୨ ରହିଛି। ତେବେ ୨୦୨୫ର ଏଚ ଆଇ ଭି ଆକଳନରେ ପୂର୍ବର ଦୁଇଟି ଆକଳନ ତୁଳନାରେ ଅନୁଗୋଳ, ଗଞ୍ଜାମ, ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଏଚ ଆଇ ଭି ବୃଦ୍ଧିମୁଖୀ ପ୍ରବଣତା ଦେଖାଯାଇଥିବା ମନ୍ତ୍ରୀ କହିଥିଲେ।

ଗତ ତିନି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ICTC କେନ୍ଦ୍ର ମାଧ୍ୟମରେ ୧୦ ହଜାରରୁ ଅଧିକ ନୂତନ ଏଚ ଆଇ ଭି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଚିକିତ୍ସା ଓ ଯତ୍ନ ସେବା ସହିତ ସଂଯୋଗ କରାଯାଇଛି। ଏଥିରେ ୫୪୫ ଜଣ ଗର୍ଭବତୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।

ମନ୍ତ୍ରୀ କହିଥିଲେ ଯେ, ଏଚ ଆଇ ଭି ଚିହ୍ନଟ ହେବା ଜୀବନର ଶେଷ ନୁହେଁ। ସଠିକ୍‌ ସମୟରେ ପରୀକ୍ଷା, ପରାମର୍ଶ ଓ ନିୟମିତ ଚିକିତ୍ସା ମାଧ୍ୟମରେ ଏଚ ଆଇ ଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ଓ ସୁସ୍ଥ ଜୀବନ ବିତାଇପାରିବେ। ସେମାନେ ସମାଜର ଜଣେ ସଦସ୍ୟ ଏବଂ ତାଙ୍କ ପ୍ରତି କୌଣସି ପ୍ରକାର ଭେଦଭାବ ନକରି ସମ୍ମାନ ଓ ସହଯୋଗ ପ୍ରଦାନ କରିବା ଏକ ସଭ୍ୟ ଓ ସମାବେଶୀ ସମାଜର ପରିଚୟ ବୋଲି ସେ କହିଥିଲେ।

ଆଜିର ଯୁବପିଢ଼ିକୁ “Digital Generation” ଭାବେ ଅଭିହିତ କରି ମନ୍ତ୍ରୀ କହିଥିଲେ ଯେ HIV ସଚେତନତା ଅଭିଯାନକୁ ମଧ୍ୟ ଆଧୁନିକ ଓ ଡିଜିଟାଲ୍‌ କରିବା ଆବଶ୍ୟକ। ଚଳିତ ଅଭିଯାନରେ QR Code ଆଧାରିତ Online HIV Risk Assessment Toolର ବ୍ୟାପକ ପ୍ରଚାର କରାଯିବ। ଯୁବପିଢ଼ି ମୋବାଇଲ୍‌ ମାଧ୍ୟମରେ QR Code ସ୍କାନ୍‌ କରି ନିଜ HIV risk ସମ୍ପର୍କରେ ପ୍ରାଥମିକ ଆକଳନ କରିପାରିବେ।

ଯୁବପିଢ଼ିଙ୍କୁ HIV ସମ୍ପର୍କରେ ସଠିକ୍‌ ସୂଚନା ଜାଣିବା, ଆବଶ୍ୟକ ହେଲେ ବିନା ସଙ୍କୋଚରେ HIV ପରୀକ୍ଷା କରାଇବା, ନିରାପଦ ଓ ଦାୟିତ୍ୱଶୀଳ ଆଚରଣ ଅବଲମ୍ବନ କରିବା, HIV ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଭେଦଭାବ ନକରିବା ଏବଂ ଆବଶ୍ୟକ ସମୟରେ ଜାତୀୟ ଏଡ୍‌ସ ଟୋଲ୍‌-ଫ୍ରି ହେଲ୍ପଲାଇନ୍‌ ୧୦୯୭ର ସହାୟତା ନେବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।

୨୦୩୦ ସୁଦ୍ଧା AIDSକୁ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଭାବେ ସମାପ୍ତ କରିବା ଜାତୀୟ ଲକ୍ଷ୍ୟ ଏବଂ ଏହାକୁ ସଫଳ କରିବାରେ ଯୁବପିଢ଼ିର ଭୂମିକା ସବୁଠାରୁ ବଡ଼ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଓଡ଼ିଶାର ଯୁବଶକ୍ତି ଏହି ଦାୟିତ୍ୱ ନେଇ ରାଜ୍ୟକୁ ଏକ ସୁସ୍ଥ, ସଚେତନ, ସୁରକ୍ଷିତ ଓ ସମାବେଶୀ ରାଜ୍ୟ ଭାବେ ଆଗକୁ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ମନ୍ତ୍ରୀ “ସୁସ୍ଥ ଯୁବପିଢ଼ି, ସୁସ୍ଥ ଓଡ଼ିଶା” ଏବଂ “ସଚେତନ ଯୁବପିଢ଼ି, ଶକ୍ତିଶାଳୀ ଓଡ଼ିଶା”ର ସଂକଳ୍ପ ଦେଇଥିଲେ। ଅଭିଯାନକୁ ଏକ ସଫଳ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ୨୦୨୫ ବ୍ୟାପକ ସଚେତନତା ଅଭିଯାନର ଏକ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ପ୍ରତି ମୋବାଇଲରେ ସଚେତନତା, ପ୍ରତ୍ୟକଙ୍କ ପାଖରେ ସଠିକ ସୂଚନା ପାଇଁ ଦୁରସଂଚାର ବିଭାଗ ସହଯୋଗର ହାତ ବଢେଇଥିଲା ଏବଂ ମଗଣା SMS ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏସଏମଏସ ଜରିଆରେ ରାଜ୍ୟର ପ୍ରତ୍ୟକଟି ଲୋକ ପାଖକୁ ସଚେତନତାର ବାର୍ତ୍ତା ଏହି ଦୁଇ ମାସ ମଧ୍ୟରେ ପ୍ରତ୍ୟେକ ସପ୍ତାହରେ ପହଞ୍ଚିବ। ମୋବାଇଲ୍‌କୁ ଏକ ସରଳ ଓ ବ୍ୟାପକ ଜନସଚେତନତା ମାଧ୍ୟମ ଭାବେ ବ୍ୟବହାର କରି ଅଧିକରୁ ଅଧିକ ଲୋକଙ୍କୁ HIV ସମ୍ପର୍କରେ ସଠିକ୍‌ ସୂଚନା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହା ସହିତ ସୋସିଆଲ୍‌ ମିଡିଆକୁ ମଧ୍ୟ HIV/AIDS ସଚେତନତାର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବ୍ୟବହାର କରାଯିବ। Facebook, Instagram, YouTube, X ଆଦି ଡିଜିଟାଲ୍‌ ପ୍ଲାଟଫର୍ମରେ HIV ପ୍ରତିରୋଧ, ନିୟମିତ ପରୀକ୍ଷା, ଚିକିତ୍ସା ସେବା, ଭ୍ରାନ୍ତ ଧାରଣା ଦୂରୀକରଣ ଏବଂ HIV ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଭେଦଭାବ ନକରିବା ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା, ଛୋଟ ଭିଡିଓ, ଗ୍ରାଫିକ୍ସ, ଡିଜିଟାଲ୍‌ ପୋଷ୍ଟର ଓ ଅନ୍ୟାନ୍ୟ ସୃଜନଶୀଳ ସାମଗ୍ରୀ ପ୍ରଚାର କରିବାକୁ ସେ ଆହ୍ବାନ କରିଥିଲେ।

ଏହି ଅବସରରେ ବିଧାୟକ ପ୍ରଦୀପ କୁମାର ସାହୁ କହିଥିଲେ ଯେ, HIV/AIDS ସମ୍ପର୍କରେ ସମାଜର କିଛି ସ୍ତରରେ ଏବେ ମଧ୍ୟ ଭୟ ଓ ଭ୍ରାନ୍ତ ଧାରଣା ରହିଛି। ଏହି ଭୁଲ ଧାରଣା ଦୂର କରିବା ପାଇଁ ଭୟ ନୁହେଁ, ସଠିକ୍‌ ସୂଚନା ହିଁ ଆମର ଶକ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ସମୟରେ HIV ପରୀକ୍ଷା, ପରାମର୍ଶ ଓ ଚିକିତ୍ସା ସେବା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଯୁବପିଢ଼ିକୁ ସମାଜର ସବୁଠାରୁ ବଡ଼ ପରିବର୍ତ୍ତନକାରୀ ଶକ୍ତି ଭାବେ ବର୍ଣ୍ଣନା କରି ଶ୍ରୀ ସାହୁ କହିଥିଲେ ଯେ, ଯୁବକ-ଯୁବତୀମାନେ ସଚେତନ ହେଲେ ପରିବାର ଓ ସମାଜ ମଧ୍ୟ ସଚେତନ ହେବ। ଯୁବପିଢ଼ି HIV/AIDS ଓ ଯୌନ ସଂକ୍ରମଣ ସମ୍ପର୍କରେ ସଠିକ୍‌ ସୂଚନା ଜାଣିବା ସହ ନିଜ ସାଙ୍ଗସାଥୀ ଓ ପରିବାର ମଧ୍ୟରେ ଏହି ସଚେତନତା ପହଞ୍ଚାଇବାକୁ ସେ ଅନୁରୋଧ କରିଥିଲେ। ସୋସିଆଲ୍‌ ମିଡିଆର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଗୋଟିଏ ସଠିକ୍‌ ଓ ବିଶ୍ୱସନୀୟ ସନ୍ଦେଶ ମାଧ୍ୟମରେ ବହୁ ସଂଖ୍ୟକ ଲୋକଙ୍କ ନିକଟରେ HIV ସଚେତନତା ପହଞ୍ଚାଯାଇପାରିବ। ତେଣୁ ଭୁଲ ସୂଚନା ପ୍ରଚାର ନକରି ସଠିକ୍‌ ଓ ବିଶ୍ୱସନୀୟ ସୂଚନାକୁ ସୋସିଆଲ୍‌ ମିଡିଆରେ ଅଧିକରୁ ଅଧିକ ପ୍ରଚାର କରିବାକୁ ସେ ଆହ୍ୱାନ ଦେଇଥିଲେ।

HIV/AIDS ବିରୋଧୀ ଅଭିଯାନକୁ କେବଳ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ନଭାବି ଜନପ୍ରତିନିଧି, ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଯୁବପିଢ଼ି, ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଓ ସାଧାରଣ ଜନତାଙ୍କ ସାମୂହିକ ଅଂଶଗ୍ରହଣରେ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ବିଧାୟକ ପ୍ରଦୀପ କୁମାର ସାହୁ ଆହ୍ୱାନ ଦେଇଥିଲେ। ସମସ୍ତଙ୍କ ସାମୂହିକ ପ୍ରୟାସରେ ଏକ ସୁସ୍ଥ, ସଚେତନ ଓ ଭେଦଭାବମୁକ୍ତ ଓଡ଼ିଶା ଗଢ଼ିବା ସମ୍ଭବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ବ୍ୟାପକ ସଚେତନତା ଅଭିଯାନ ଉଦ୍‌ଘାଟନ ଅବସରରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଖୋର୍ଦ୍ଧା ମାଟିରେ ଏଭଳି ଏକ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏହି ଅଭିଯାନକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଭ୍ରାନ୍ତ ଧାରଣା ଦୂର କରିବା, ଜୀବନ ରକ୍ଷା କରିବା ଓ ସୁସ୍ଥ ସମାଜ ଗଢ଼ିବାର ଏକ ଜନଆନ୍ଦୋଳନ ବୋଲି ସେ ଅଭିହିତ କରିଥିଲେ।

ସେ HIV ଓ ଯୌନ ସଂକ୍ରମଣ ସମ୍ପର୍କରେ ରହିଥିବା ଭୁଲ ଧାରଣା ଦୂର କରିବା ଉପରେ ଗୁରୁତ୍ୱ ଦେଇ “ଭୟ ନୁହେଁ, ସଠିକ୍ ସୂଚନା ହିଁ ଆମର ସବୁଠାରୁ ବଡ଼ ସୁରକ୍ଷା” ବୋଲି ବାର୍ତ୍ତା ଦେଇଥିଲେ। ଠିକ ସମୟରେ HIV ପରୀକ୍ଷା, ଚିକିତ୍ସା ଏବଂ ସଚେତନ ଜୀବନଶୈଳୀ ମାଧ୍ୟମରେ HIVକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଥିଲେ। ଯୁବପିଢ଼ିଙ୍କୁ ଅଭିଯାନର ମୁଖ୍ୟ ଅଗ୍ରଦୂତ ଭାବେ ଉଲ୍ଲେଖ କରି ଶ୍ରୀ ଜଗଦେବ ସେମାନଙ୍କୁ HIV ସମ୍ପର୍କରେ ସଠିକ୍ ସୂଚନା ହାସଲ କରିବା, ସାଙ୍ଗସାଥୀଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏବଂ HIV ସହିତ ବଞ୍ଚୁଥିବା ବ୍ୟକ୍ତିଙ୍କ ପ୍ରତି ଥିବା ଭେଦଭାବ ଦୂର କରିବାରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ସୁ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ଯୋଗୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବା ସହ ସ୍ୱାସ୍ଥ୍ୟ ସଚେତନତା, ପ୍ରତିରୋଧ ଓ ଉନ୍ନତ ଚିକିତ୍ସା ସୁବିଧାକୁ ସୁଦୃଢ଼ କରୁଥିବା ସେ ଉଲ୍ଲେଖ କରିଥିଲେ। ଶେଷରେ, ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଭିନନ୍ଦନ ଜଣାଇ ସେ “ସଚେତନ ହେବା, ସଚେତନ କରିବା, ଭେଦଭାବ ଦୂର କରିବା ଏବଂ ଏକ ସୁସ୍ଥ, ସଶକ୍ତ ଓଡ଼ିଶା ଗଢ଼ିବା” ପାଇଁ ସମସ୍ତଙ୍କୁ ସାମୂହିକ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମୃତ ଋତୁରାଜ କହିଥିଲେ ଯେ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧାରେ HIV/AIDS ସମ୍ପର୍କିତ ଦୁଇ ମାସିକ ବ୍ୟାପକ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟର ରାଜ୍ୟସ୍ତରୀୟ ଶୁଭାରମ୍ଭ ହେଉଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସେ କହିଥିଲେ ଯେ, ଯୁବପିଢ଼ି ସମାଜର ବର୍ତ୍ତମାନର ପରିବର୍ତ୍ତନକାରୀ ଶକ୍ତି। ତେଣୁ ଯୁବମାନଙ୍କୁ HIV/AIDS ଓ STI ସମ୍ପର୍କରେ ସଠିକ୍ ଓ ବିଶ୍ୱସନୀୟ ସୂଚନା ପ୍ରଦାନ କରିବା ସହିତ ସମୟରେ ପରୀକ୍ଷା ଓ ଚିକିତ୍ସା ପାଇଁ ସଚେତନ କରିବା ଆବଶ୍ୟକ। HIV ସମ୍ପର୍କିତ ଭ୍ରାନ୍ତ ଧାରଣା ଓ ଭେଦଭାବ ଦୂର କରି, HIV ସହିତ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ଭେଦଭାବମୁକ୍ତ ଆଚରଣ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅଭିଯାନର ସଫଳତା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ଶିକ୍ଷା, ଯୁବ ସେବା, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଗଣମାଧ୍ୟମ ଓ ଅନ୍ୟାନ୍ୟ ବିଭାଗର ସମନ୍ୱିତ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଥିଲେ। ଯୁବପିଢ଼ିଙ୍କୁ ଏହି ଅଭିଯାନର ଦୂତ ହୋଇ ସଠିକ୍ ସୂଚନା ସମାଜର ପ୍ରତ୍ୟେକ ସ୍ତରକୁ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଶେଷରେ, ସମଗ୍ର ସରକାରୀ ବିଭାଗର ସମନ୍ୱିତ ପ୍ରୟାସ ଓ ସମଗ୍ର ସମାଜର ସାମୂହିକ ଅଂଶଗ୍ରହଣ ମାଧ୍ୟମରେ ଏକ ସୁସ୍ଥ, ସଚେତନ, ସଶକ୍ତ ଓ ସମାବେଶୀ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସଭା ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ରୂପଭାନୁ ମିଶ୍ର ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ HIV/AIDS ଓ STI ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ ଓ ଭ୍ରାନ୍ତ ଧାରଣା ଦୂର କରିବା, HIV ପରୀକ୍ଷା, ପରାମର୍ଶ ଓ ଚିକିତ୍ସା ସେବା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା, ଗର୍ଭବତୀ ମହିଳାଙ୍କ HIV ଓ ସିଫିଲିସ ପରୀକ୍ଷାକୁ ପ୍ରୋତ୍ସାହନ ଦେଇ ମା’ଠାରୁ ଶିଶୁକୁ ସଂକ୍ରମଣ ରୋକିବା, ୧୦୯୭ ଟୋଲ୍-ଫ୍ରି ହେଲ୍ପଲାଇନ୍ ଓ HIV ସେବା ସମ୍ପର୍କରେ ପ୍ରଚାର କରିବା, HIV & AIDS (Prevention & Control) Act, 2017 ସମ୍ପର୍କରେ ସଚେତନତା ବୃଦ୍ଧି କରି ଭେଦଭାବ ଦୂର କରିବା , QR Code ଆଧାରିତ Online HIV Risk Assessment Tool ମାଧ୍ୟମରେ ଲୋକଙ୍କୁ HIV ପରୀକ୍ଷା ଓ ସେବା ସହିତ ଯୋଡ଼ିବା। ଗତ ଦୁଇ ବର୍ଷର ସଫଳତା ଉଲ୍ଲେଖ କରି ସେ କହିଥିଲେ ଯେ ୫,୦୧୮ଟି ଗ୍ରାମ, ୬୪୧ଟି ବିଦ୍ୟାଳୟ, ୪୫୬ଟି ମହାବିଦ୍ୟାଳୟ ଏବଂ ୫୨ଟି ବିଶେଷ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା।

ଚଳିତ ବର୍ଷ ଅପହଞ୍ଚ ଗ୍ରାମ, ଯୁବପିଢ଼ି, ପରିବାର ଓ ସମୁଦାୟ ନିକଟରେ ପହଞ୍ଚିବାକୁ ବିଶେଷ ଗୁରୁତ୍ୱ ଦିଆଯିବ। ଗ୍ରାମସ୍ତରୀୟ ସଭା, ବିଦ୍ୟାଳୟ-ମହାବିଦ୍ୟାଳୟ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ରାଲି, ଲୋକକଳା, ଫ୍ଲାଶ ମବ୍, ଘରକୁ ଘର ସଚେତନତା, IEC ଭ୍ୟାନ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ବାର୍ତ୍ତା ପହଞ୍ଚାଯିବ।

ଏହି ଅବସରରେ ଦ୍ୱିତୀୟ ପର୍ଯ୍ୟାୟର ଶିକ୍ଷା, ସୂଚନା ଅଭିଯାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାର CDM & PHOମାନଙ୍କୁ ସମ୍ମାନିତ କରାଯାଇଥିଲା। HIV/AIDS ସଚେତନତା କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଦୂରସଂଚାର ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଏମ୍. ମୁରଲୀ କୃଷ୍ଣ ଏବଂ ତାଙ୍କ ଟିମକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ସଭାରେ ମଞ୍ଚାସିନ ଥିବାବେଳେ ରାଲିରେ ଯୋଗଦେଇଥିଲେ।

ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପାଇକ ଆଖଡ଼ା ଏବଂ ପରେ ପରେ ଫ୍ଲାଶ ମୋବ ପ୍ରଦର୍ଶନ କରିଥିଲେ। ଶେଷରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସ୍ଥା ଅଧିକାରୀ ଡାକ୍ତର ସଞ୍ଜୟ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା, ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବିଭାଗର ଅଧିକାରୀ ଓ କର୍ମଚାରୀ ସମେତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

hiv ଆନ୍ତର୍ଜାତୀୟ ଯୁବ ଦିବସ ଏଡ୍‌ସ ସଚେତନତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୩ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 13, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026
Latest News

ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ

August 13, 2026

ଅଗଷ୍ଟ ୧୩ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 13, 2026

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.