Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ
ଆଜିର ଖବର

ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

August 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sampad Swain Lays Foundation for EV Tech Centre at Mathili ITI
Sampad Swain Lays Foundation for EV Tech Centre at Mathili ITI

ମାଲକାନଗିରି: ମାଲକାନଗିରି ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।

ଏହାସହ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଇଞ୍ଜିନିୟରିଂ ଡ୍ରଇଂ ଲ୍ୟାବ୍, ଅନଲାଇନ୍ କ୍ଲାସରୁମ୍ ଏବଂ ସମ୍ମିଳନୀ କକ୍ଷର ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.ଟି.ଆଇ. ମାଥିଲି, ଆଇ.ଟି.ଆଇ. ମାଲକାନଗିରି ଏବଂ ମାଲକାନଗିରି ସରକାରୀ ପଲିଟେକ୍ନିକର କାର୍ଯ୍ୟକଳାପ ଏବଂ ତାଲିମ୍ ସୁବିଧା ନେଇ ଆଲୋଚନା କରାଯାଇଥିଲା।

ପ୍ରତ୍ୟେକ ଅନୁଷ୍ଠାନର ଅଧ୍ୟକ୍ଷମାନେ ସେମାନଙ୍କର ଶୈକ୍ଷିକ ଓ ତାଲିମ୍ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଶିଳ୍ପ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲେ।

ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ୍, ମାଲକାନଗିରି DIPA ଟିମ୍ ଏବଂ ଇଡ୍କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଦକ୍ଷତା ବିକାଶ ଏବଂ ଶିଳ୍ପ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବା ଦିଗରେ କାମ କରିବା ପାଇଁ ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପ୍ରମୁଖ ସାମିଲ ହୋଇଥିଲେ।

EV Tech Centre Lays Foundation Mathili ITI Sampad Swain
Share. Facebook Twitter LinkedIn Email WhatsApp Copy Link

Related Posts

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026
Latest News

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.