Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ
ଆଜିର ଖବର

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କେନ୍ଦୁଝର: ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବନ୍ୟା ଆଶଙ୍କା ବଢ଼ିଛି। ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବା ବେଳେ ପାଟଣା ଓ ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବୈତରଣୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆନନ୍ଦପୁର ରିଙ୍ଗ୍‌ବନ୍ଧରେ ପୂର୍ବରୁ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟରେ ବିଳମ୍ବ ହେବାରୁ ପୁଣି ସେହି ସ୍ଥାନରେ ପାଣି ପଶିବା ଆରମ୍ଭ କରିଛି। ଏହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି।

ସେହିପରି ଯୋଡ଼ା, ଚମ୍ପୁଆ ଓ ଆନନ୍ଦପୁର ଅଞ୍ଚଳରେ ମଧ୍ୟ ଜଳସ୍ତର ବଢ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଥିବା ବେଳେ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ଅନ୍ୟପଟେ, ଯୋଡ଼ା ପୌରାଞ୍ଚଳରେ ସୁନା ନଦୀର ପାଣି ପଶିବା ଫଳରେ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ନଦୀକୂଳ ମାର୍କେଟ ଅଞ୍ଚଳ, ମହିଳା ମହାବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳ ଓ ବାଚୁ ହଟିଂ ଅଞ୍ଚଳର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବଡ଼ବିଲ ସହରର ବିଭିନ୍ନ ୱାର୍ଡରେ ମଧ୍ୟ ଜଳ ଜମିଥିବା ବେଳେ ଭଦ୍ରାସାହି ରାସ୍ତାର ସେରେଣ୍ଡା ନିକଟରେ ରାଜ୍ୟ ରାଜପଥ ଉପରେ ବନ୍ୟାଜଳ ଲହଡ଼ି ମାରୁଛି। ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି।

ବୈତରଣୀ ଯୋଡ଼ା-ବଡ଼ବିଲ
Share. Facebook Twitter LinkedIn Email WhatsApp Copy Link

Related Posts

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026
Latest News

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026

ବଙ୍ଗଳାରେ UCC ପ୍ରଚଳନ ଦ୍ୱାରା ପ୍ରତ୍ୟାହାର ହେବ ୧୩ ଟି ବିବାହ ଆଇନ: ଜାଣନ୍ତୁ କ’ଣ ବଦଳିବ?

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.