Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ
ଆଜିର ଖବର

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସହରାଞ୍ଚଳରେ ଟ୍ରାଫିକ୍‌ ଭିଡ଼ ଓ ଦୁର୍ଘଟଣା କମାଇବା ପାଇଁ ନୂଆ ଜାତୀୟ ରାଜପଥ ନୀତିରେ ୪ ଲେନ୍‌ ବିଶିଷ୍ଟ ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ସହର ଓ ଉପକଣ୍ଠରେ ନିର୍ମାଣ ହେବାକୁ ଥିବା ନୂଆ ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ ସର୍ବନିମ୍ନ ୪ ଲେନ୍‌ର ହେବ ଏବଂ ଏଥିରେ ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା ରହିବ।

ଏହି ରାସ୍ତାଗୁଡ଼ିକୁ ଏଭଳି ଭାବେ ନିର୍ମାଣ କରାଯିବ, ଯାହାଦ୍ୱାରା ଦ୍ରୁତଗତିରେ ଯାନବାହନ ଚଳାଚଳ କରିପାରିବ। ସହର ଭିତରେ ଭାରୀ ଯାନ ଓ ଦୂରଗାମୀ ଯାତାୟାତର ଚାପ କମାଇବା ସହ ସ୍ଥାନୀୟ ଯାତାୟାତକୁ ସୁଗମ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ରେ ଅନିୟନ୍ତ୍ରିତ ଯାତାୟାତ ରୋକିବା ସହ ଦୁଇଟି ଛକ ମଧ୍ୟରେ ସର୍ବନିମ୍ନ ୫ କିମି ଦୂରତା ରଖାଯିବ। ସେହିପରି ସ୍ଥାନୀୟ ଯାନ ପାଇଁ ସର୍ଭିସ୍‌ ରୋଡ୍‌ ନିର୍ମାଣ କରାଯିବ।

ଏହାସହ ରାସ୍ତା କଡ଼ରେ ଅନିୟନ୍ତ୍ରିତ ବ୍ୟବସାୟିକ ଓ ଆବାସିକ ନିର୍ମାଣ ଉପରେ ରୋକ୍‌ ଲଗାଯିବ। ବାଇପାସ୍‌ର ଉଭୟ ପାର୍ଶ୍ୱରେ ୧୫ ମିଟର ଅଞ୍ଚଳକୁ ‘ନୋ-ଡେଭଲପମେଣ୍ଟ ଗ୍ରିନ୍‌ ଜୋନ୍‌’ ଭାବେ ରଖାଯିବ। ନୂଆ ବ୍ୟବସ୍ଥା ଲାଗୁ ହେଲେ ସହରର ଟ୍ରାଫିକ୍‌ ଚାପ କମିବା ସହ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ ବୋଲି ଆଶା କରାଯାଉଛି।

୪ ଲେନ୍‌ର ବାଇପାସ୍‌ ନୂଆ ଜାତୀୟ ରାଜପଥ ନୀତି ରିଙ୍ଗ୍‌ରୋଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026
Latest News

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026

ବଙ୍ଗଳାରେ UCC ପ୍ରଚଳନ ଦ୍ୱାରା ପ୍ରତ୍ୟାହାର ହେବ ୧୩ ଟି ବିବାହ ଆଇନ: ଜାଣନ୍ତୁ କ’ଣ ବଦଳିବ?

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.