Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ
ଆଜିର ଖବର

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସିପିଆଇ (ଏମଏଲ)
MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ରର ଭାଜପା ସରକାର ଖଣିଜ ସମ୍ପଦ ଉପରେ କର୍ପୋରେଟ୍ ଦଖଲକୁ ବଢ଼ାଇବା ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରିବା ଉଦ୍ଦେଶ୍ୟରେ MMDR ଆଇନରେ ସଂଶୋଧନ ଆଣିଛି। ସଂସଦରେ ପର୍ଯ୍ୟାପ୍ତ ଆଲୋଚନା ବିନା ଅତ୍ୟନ୍ତ ଦ୍ରୁତଗତିରେ, ମାତ୍ର ପାଞ୍ଚ ମିନିଟ୍‌ରେ ଏହାକୁ ପାରିତ କରାଯିବା ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଅବମାନନା। CPI(ML) ଓଡ଼ିଶା ରାଜ୍ୟ କମିଟି ଏହି କର୍ପୋରେଟ୍‌-ସପକ୍ଷ ସଂଶୋଧନକୁ ଦୃଢ଼ ଭାବରେ ବିରୋଧ କରୁଛି।

୨୦୨୪ ଜୁଲାଇରେ ସୁପ୍ରିମ୍ କୋର୍ଟଙ୍କ ନଅ ଜଣିଆ ସମ୍ବିଧାନ ପୀଠ ରାଜ୍ୟଗୁଡ଼ିକର ଖଣିଜ ଅଧିକାର ଓ ରାଜସ୍ୱ ଆଦାୟ ସମ୍ପର୍କରେ ଐତିହାସିକ ରାୟ ଦେଇଥିଲେ। ରାୟର ମୂଳ ବିଷୟ ଅନୁଯାୟୀ ଖଣିଜ ସମ୍ପଦ ଉପରେ ରାଜ୍ୟଗୁଡ଼ିକର ବୈଧ ଅଧିକାର ଓ ରାଜସ୍ୱ ଆଦାୟ କରିବାର କ୍ଷମତାକୁ ସ୍ୱୀକାର କରାଯାଇ ଥିଲା। ଏହି ରାୟକୁ ଅକାମୀ କରିବା ପାଇଁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦି ସରକାର ନୂଆ ସଂଶୋଧନ ବିଲ ଆଣିଛନ୍ତି।
ରାଜ୍ୟଗୁଡ଼ିକର ଆଇନଗତ ଅଧିକାରକୁ ସୀମିତ କରିବାର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଭାରତୀୟ ସଂଘୀୟ ବ୍ୟବସ୍ଥା ଉପରେ ଗୁରୁତର ଆକ୍ରମଣ। ଏହାର ସବୁଠାରୁ ବଡ଼ ଆର୍ଥିକ ଆଘାତ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟକୁ ସହିବାକୁ ପଡ଼ିବ। ଓଡ଼ିଶା ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୂର୍ବତନ ବକେୟା ରାଜସ୍ୱ ହରାଇବା ସହ ଭବିଷ୍ୟତରେ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କା ରାଜସ୍ୱ ହରାଇବାର ଆଶଙ୍କା ରହିଛି। ଏହା ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଓ ଜନସାଧାରଣଙ୍କ ଅଧିକାର ଉପରେ ଏକ ବିରାଟ ଆଘାତ।

ସଂଶୋଧିତ ଆଇନର ମାଧ୍ୟମରେ କ୍ୟାପ୍ଟିଭ୍ ଖଣିରୁ ଉତ୍ପାଦିତ ଖଣିଜକୁ ଅସୀମିତ ପରିମାଣ ଖୋଲା ବଜାରରେ ବିକ୍ରି କରିବାର ସୁଯୋଗ,ଧାର୍ଯ୍ୟ ଖଣି ଅଞ୍ଚଳର ନିଜ ଇଚ୍ଛା ଅନୁଯାୟୀ ବିସ୍ତାର କରିବା ପାଇଁ ଖଣି ମାଲିକ ମାନଙ୍କୁ ଛାଡ଼ିଦେବା ଏବଂ ବିଭିନ୍ନ ପ୍ରକାରର ରିହାତି ମାଧ୍ୟମରେ କର୍ପୋରେଟ୍ ଲାଭକୁ ବଢ଼ାଇବାର ବ୍ୟବସ୍ଥା କରାଯାଉଛି।

କେନ୍ଦ୍ର ସରକାରଙ୍କ ଏହି ନୀତିର ଆଉ ଏକ ମୁଖ୍ୟ ଦିଗ ହେଉଛି ଦେଶର ଖଣିଜ ସମ୍ପଦକୁ ବଡ଼ ବଡ଼ କର୍ପୋରେଟ୍ ଗୋଷ୍ଠୀଙ୍କ ପାଇଁ ଆହୁରି ସହଜରେ ଉପଲବ୍ଧ କରାଇବା। ଓଡ଼ିଶାର ବକ୍ସାଇଟ୍, ଲୁହପଥର, କ୍ରୋମାଇଟ୍ ଭଳି ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଆଦାନୀ, ବେଦାନ୍ତ, ଜିନ୍ଦଲ, ଟାଟା, ବିର୍ଲା ଭଳି ବଡ଼ କର୍ପୋରେଟ୍ ଗୋଷ୍ଠୀଙ୍କ ଦଖଲକୁ ଏହା ଆହୁରି ସୁଦୃଢ଼ କରିବା ପାଇଁ ଆଇନଗତ ଓ ନୀତିଗତ ବାଧାଗୁଡ଼ିକୁ ହଟାଯାଉଛି। ଲାଭ କର୍ପୋରେଟ୍‌ର, କିନ୍ତୁ ଜଙ୍ଗଲ ଧ୍ୱଂସ, ଜଳ ଓ ବାୟୁ ପ୍ରଦୂଷଣ, ବିସ୍ଥାପନ, ଜୀବିକା ହାନି ଓ ସ୍ୱାସ୍ଥ୍ୟ ସଙ୍କଟର ବୋଝ ଓଡ଼ିଶାର ଲୋକଙ୍କ ଉପରେ ପଡ଼ିବ।

ଖଣିଜ ସମ୍ପଦ ସୀମିତ ଏବଂ ଏହା ଭବିଷ୍ୟତ ପିଢ଼ିର ମଧ୍ୟ ସମ୍ପଦ। ତେଣୁ କର୍ପୋରେଟ୍ ଲାଭ ପାଇଁ ଅନିୟନ୍ତ୍ରିତ ଖଣି ଖନନ ନୁହେଁ, ଜନସ୍ୱାର୍ଥ ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ। ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଖଣି ଖନନ ଓ ବିସ୍ଥାପନ ବିରୋଧରେ ଚାଲୁଥିବା ଜନ ଆନ୍ଦୋଳନ ଏହି ବାର୍ତ୍ତା ଦେଉଛି ଯେ, ରାଜ୍ୟରେ ଖଣି ଲୁଟ୍ ବହୁତ ହୋଇଗଲା ,ବିସ୍ଥାପନ ଓ ପରିବେଶ ଧ୍ଵଂସ ବହୁତ ହୋଇଗଲା। ତେଣୁ ଓଡ଼ିଶାରେ ନୂଆ ଖଣି ଖୋଲିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଉ ଏବଂ ଚାଲୁଥିବା ଖଣିଗୁଡ଼ିକର ସାମାଜିକ ଓ ପରିବେଶୀୟ ପ୍ରଭାବର ସ୍ୱାଧୀନ ମୂଲ୍ୟାଙ୍କନ କରାଯାଉ।

ଓଡ଼ିଶା ସରକାରଙ୍କ ନୀରବତା ଆହୁରି ଚିନ୍ତାଜନକ। ଝାଡ଼ଖଣ୍ଡ ସରକାର ରାଜ୍ୟର ଅଧିକାର ଓ ରାଜସ୍ୱ ସୁରକ୍ଷା ପାଇଁ ପ୍ରତିବାଦର ସ୍ୱର ଉଠାଉଥିବା ବେଳେ ଓଡ଼ିଶା ସରକାର କେନ୍ଦ୍ରର ନୀତି ସମ୍ମୁଖରେ ନୀରବ ରହିବା ରାଜ୍ୟର ସ୍ୱାର୍ଥ ପାଇଁ କ୍ଷତିକାରକ। ରାଜ୍ୟ ସରକାର ତୁରନ୍ତ ନିଜର ସାମ୍ବିଧାନିକ ଓ ଆର୍ଥିକ ଅଧିକାରର ସୁରକ୍ଷା ପାଇଁ ଦୃଢ଼ ଅବସ୍ଥାନ ନିଅନ୍ତୁ।

CPI(ML) ଦାବି କରୁଛି—MMDR ସଂଶୋଧନ ତୁରନ୍ତ ପ୍ରତ୍ୟାହାର କରାଯାଉ, ଓଡ଼ିଶାର ବକେୟା ଖଣିଜ ରାଜସ୍ୱ ଆଦାୟର ଅଧିକାର ସୁରକ୍ଷିତ ରଖାଯାଉ, ରାଜ୍ୟର ଖଣିଜ ଓ ଆର୍ଥିକ ଅଧିକାରକୁ ସମ୍ମାନ କରାଯାଉ, ଗ୍ରାମସଭା ଓ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରାଯାଉ ଏବଂ କର୍ପୋରେଟ୍ ଲୁଟ୍ ବନ୍ଦ କରାଯାଉ।

ଓଡ଼ିଶାର ପ୍ରାକୃତିକ ସମ୍ପଦ, ରାଜ୍ୟର ଅଧିକାର ଓ ଜନସାଧାରଣଙ୍କ ଜୀବନଜୀବିକା ରକ୍ଷା ପାଇଁ ଶ୍ରମିକ, କୃଷକ, ଆଦିବାସୀ, ଯୁବ, ଛାତ୍ର, ମହିଳା, ବୁଦ୍ଧିଜୀବୀ ଓ ସମସ୍ତ ଗଣତାନ୍ତ୍ରିକ ଶକ୍ତିଙ୍କୁ ଏକତ୍ରିତ ହୋଇ ରାଜ୍ୟବ୍ୟାପୀ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ CPI(ML) ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ ଜଣାଉଛି।

CPI(ML) MMDR ସଂଶୋଧନ ବିଲ ଓଡିଶା କର୍ପୋରେଟ୍ ଲୁଟ୍ ଖଣିଜ ସମ୍ପଦର ସୁରକ୍ଷା ଭାଜପା ସରକାର ସିପିଆଇ (ଏମଏଲ)
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026
Latest News

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.