Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ
ଆଜିର ଖବର

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ
ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଦଳଖମଣ ନିକଟରେଥିବା ଏକ ବ୍ରିଜ୍ ଉପରେ ବିଳମ୍ବିତ ରାତିରେ ସମ୍ବଲପୁରରୁ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ବିପରିତ ପଟୁ ଆସୁଥିବା ଲୁହା ବୋଝେଇ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢାଖୋଲ ମେଡିକାଲକୁ ଅଣା ଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ଉଭୟ ଡ୍ରାଇଭରଙ୍କର ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଢାଖୋଲ ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡି, ମୋଟର ଅଟକି ରହିଥିବାରୁ ଯାତାୟତରେ ଯାତ୍ରୀ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଡ୍ରାଇଭରଙ୍କୁ ବୁର୍ଲା VIMSAR କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ରେଢ଼ାଖୋଲ ପୋଲିସ ଓ NHAI କର୍ମଚାରୀମାନେ କ୍ରେନ ସାହାଯ୍ୟରେ ଗାଡି ଦୁଇଟିକୁ ହଟାଇବା ପାଇଁ ବହୁ ସମୟ ଉଦ୍ୟମ କରି ସଫଳ ହୋଇଥିଲେ। ରେଢ଼ାଖୋଲ ଟାଉନ୍ ଜାତୀୟ ରାଜପଥ-୫୫ ଅଣ ଓସାରିଆ ଥିବାରୁ ଦୁର୍ଘଟଣା ଘଟୁଛି। ଦୀର୍ଘ ୧୨ ଘଣ୍ଟା ଫସି ରହିଥିବା ଶହ ଶହ ଯାତ୍ରୀ କୌଣସି ଦୋକାନ ନ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ପରିସ୍ଥିତି ଦେଖି ସାମାଜ ସେବୀ ଶିବଶମ୍ଭୁ ନନ୍ଦ ସହଯୋଗର ହାତ ବଢେ଼ଇଥିଲେ ଓ ତାଙ୍କ ସହିତ ରେଢ଼ାଖୋଲ ସଚେତନ ଯୁବକ ଭାଇମାନେ, ରେଢ଼ାଖୋଲ ନାଗରିକ କମିଟି ସଭାପତି ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ଶରତ କୁମାର ପ୍ରଧାନ, ରେଢ଼ାଖୋଲ ଅଗ୍ନିଶ୍ରମ ବାହିନୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପିଇବା ପାଣି ଓ ବିସ୍କୁଟ ବାଣ୍ଟିଥିଲେ।

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା ଦୁଇ ଚାଳକ ଗୁରୁତର ରେଢାଖୋଲ ସମ୍ବଲପୁର - କଟକ
Share. Facebook Twitter LinkedIn Email WhatsApp Copy Link

Related Posts

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026

ଓମ୍ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଆସନ୍ତା ୧୧ରୁ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପ୍ରତି ୨ ଟଙ୍କା ଅଧିକ

September 8, 2026

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

September 8, 2026
Latest News

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026

ଓମ୍ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଆସନ୍ତା ୧୧ରୁ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପ୍ରତି ୨ ଟଙ୍କା ଅଧିକ

September 8, 2026

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

September 8, 2026

ଦିଲ୍ଲୀ କୋଠା ଭୁଶୁଡ଼ିବା ପରେ ବଢିଲା ଚିନ୍ତା: ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ୧୫ ଦିନିଆ ଅଭିଯାନ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.