Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ
ଆଜିର ଖବର

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Two MoUs Signed to Boost Technical Education in Koraput
Two MoUs Signed to Boost Technical Education in Koraput

ଭୁବନେଶ୍ୱର/ଜୟପୁର: କୋରାପୁଟ ଜିଲ୍ଲାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଜୟପୁର ଆମ୍ବାଗୁଡ଼ାସ୍ଥିତ ସରକାରୀ ପଲିଟେକନିକ ପରିସରରେ ଶନିବାର ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀ ନିବାସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ବିଧାୟକ ରଘୁରାମ ମାଛ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଦୁଇଟି ପ୍ରମୁଖ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରି ଶିକ୍ଷାଦାନ ବ୍ୟବସ୍ଥା, ଅନୁଷ୍ଠାନର ଅଗ୍ରଗତି ଓ ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ଛାତ୍ରଛାତ୍ରୀଙ୍କ ଆବାସିକ ସୁବିଧାକୁ ସୁଦୃଢ଼ କରିବା ପାଇଁ ଅନୁଷ୍ଠାନ ପରିସରରେ ମୋଟ ୩୦୦ ଶଯ୍ୟାର ଦୁଇଟି ଛାତ୍ରାବାସ ନିର୍ମାଣ କରାଯାଉଛି। ଏଥିରେ ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ପାଇଁ ୯ କୋଟି ୧୭ ଲକ୍ଷ ଟଙ୍କା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀବାସ ପାଇଁ ୬ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଆବାସିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଆବାସିକ ପରିବେଶ ମିଳିପାରିବ।

ବୈଷୟିକ ଶିକ୍ଷାକୁ ଶିଳ୍ପ ଆବଶ୍ୟକତା ସହ ସମନ୍ୱିତ କରିବା ପାଇଁ ସ୍କାଇ ସ୍କିଲ୍ ଏକାଡେମି ପ୍ରାଇଭେଟ୍ ଲିମିଟେଡ୍, ହାଇଦ୍ରାବାଦ ଏବଂ ଟେକ୍ କମ୍ୟୁନିକେସନ୍ କମ୍ପ୍ୟୁଟର ଏକାଡେମି ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ସ୍କାଇ ସ୍କିଲ୍ ଏକାଡେମି ପକ୍ଷରୁ ଇଭି ଓ ବ୍ୟାଟେରି ପ୍ରଯୁକ୍ତି,  ଶିଳ୍ପ ପ୍ରଶିକ୍ଷଣ, ପାଠ୍ୟକ୍ରମ ପ୍ରସ୍ତୁତି ଓ ସ୍ୱଳ୍ପମିଆଦୀ ବୈଷୟିକ ପ୍ରଶିକ୍ଷଣ ଦିଆଯିବ। ସେହିପରି ଟେକ୍ କମ୍ୟୁନିକେସନ୍ କମ୍ପ୍ୟୁଟର ଏକାଡେମି ପକ୍ଷରୁ ଏଆଇ, ରୋବୋଟିକ୍ସ, ଇଣ୍ଡଷ୍ଟ୍ରି ୪.୦, ଡିଜିଟାଲ୍ ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ପରିଚାଳିତ ସେବା କ୍ଷେତ୍ରରେ ବ୍ୟାବହାରିକ ପ୍ରଶିକ୍ଷଣ ଦିଆଯିବ। ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପସଂସ୍ଥା ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇ ବ୍ୟାବହାରିକ ଅଭିଜ୍ଞତା, ଶିଳ୍ପ ପ୍ରଶିକ୍ଷଣ ଓ ନୂତନ ପ୍ରଯୁକ୍ତି ସମ୍ପର୍କିତ ଜ୍ଞାନ ହାସଲ କରିପାରିବେ। ଏହାଦ୍ୱାରା ଭବିଷ୍ୟତରେ ନିଯୁକ୍ତି ଓ ଦକ୍ଷତା ବିକାଶର ସୁଯୋଗ ମଧ୍ୟ ବୃଦ୍ଧି ପାଇବ। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବୈଷୟିକ ଶିକ୍ଷାକୁ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତି ସହ ଯୋଡ଼ିବା ଦିଗରେ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ବହନ କରୁଛି।

Boost Technical Education koraput Two MoUs Signed
Share. Facebook Twitter LinkedIn Email WhatsApp Copy Link

Related Posts

୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍

September 8, 2026

ଆଜି ରାମ ମନ୍ଦିର ସିଇଓ ପଦବୀ ଗ୍ରହଣ କରିବେ ଜିତେନ୍ଦ୍ର ମିଶ୍ର: ଏହି କାର୍ଯ୍ୟଗୁଡ଼ିକ ଉପରେ ଦେବେ ଧ୍ୟାନ

September 8, 2026

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026

ଯଦି ଦୁଲୀପ ଟ୍ରଫି ଫାଇନାଲ ଡ୍ର ହୁଏ, ତେବେ କିଏ ଜିତିବ ଟ୍ରଫି?: ଜାଣନ୍ତୁ ନିୟମ 

September 8, 2026
Latest News

୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍

September 8, 2026

ଆଜି ରାମ ମନ୍ଦିର ସିଇଓ ପଦବୀ ଗ୍ରହଣ କରିବେ ଜିତେନ୍ଦ୍ର ମିଶ୍ର: ଏହି କାର୍ଯ୍ୟଗୁଡ଼ିକ ଉପରେ ଦେବେ ଧ୍ୟାନ

September 8, 2026

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026

ଯଦି ଦୁଲୀପ ଟ୍ରଫି ଫାଇନାଲ ଡ୍ର ହୁଏ, ତେବେ କିଏ ଜିତିବ ଟ୍ରଫି?: ଜାଣନ୍ତୁ ନିୟମ 

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.