Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି
ଆଜିର ଖବର

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି
ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତାର ୮ଟି ସାମିଲ ସଂଗଠନ ଯଥା- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଅଲୋଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କର୍ମଚାରୀ ସଂଘ, ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସମନ୍ୱୟ ସମିତି, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୁଇ ଦିନ ହେଲା ହଜାର ହଜାର ସଂଖ୍ୟାରେ ଦିନରାତି ବର୍ଷା ଓ ପବନକୁ ଭ୍ରୂକ୍ଷେପ ନକରି ଗାନ୍ଧୀମାର୍ଗରେ ପଡ଼ିରହିଛନ୍ତି। ସମସ୍ୟା ଏତେ ଜଟିଳ ଯେ ଜୀବନ ସେମାନଙ୍କ ନିକଟରେ ତୁଚ୍ଛ ପାଲଟି ଯାଇଛି। ଅଥଚ ସରକାରଙ୍କ ପକ୍ଷରୁ ସାମାନ୍ୟ ସମ୍ବେଦନଶୀଳତା ପରିଲକ୍ଷିତ ହେଉ ନାହିଁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ପ୍ରକାଶଥାଉକି, ଅଗଷ୍ଟ ୭ ତାରିଖ ଠାରୁ ବିଭିନ୍ନ ପର୍ଯ୍ୟାୟରେ ଦାବିପତ୍ର ପ୍ରଦାନ ଓ ଆନ୍ଦୋଳନ ଚାଲିଛି। ଅଥଚ ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଦାବି ପୂରଣ କ୍ଷେତ୍ରରେ ପାଦଟିଏ ମଧ୍ୟ ଆଗକୁ ବଢ଼ାଇ ନାହାଁନ୍ତି। ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ମାଗଣାରେ ଶିକ୍ଷାଦାନ କରିଚାଲିଛନ୍ତି। ସେମାନଙ୍କୁ କାହିଁକି ଅନୁଦାନ ପ୍ରଦାନ କରାଯାଉ ନାହିଁ ବୋଲି ସମନ୍ୱୟ ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି। ସେହିପରି ସରକାରଙ୍କର କେଉଁ ଆଇନରେ ଅଛି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଟି ୩୦ ବର୍ଷ ଚାକିରି କଲା ପରେ ଅବସର ନେବା ବେଳେ ଶୂନ୍ୟ ହସ୍ତରେ ବିଦାୟ ନେବେ। ପେନସନ୍ ନାହିଁ, ଚାକିରି ସର୍ତ୍ତାବଳୀ ନାହିଁ। ଅବସର ପରେ ସେ ମୂଲ ଲାଗେ କିମ୍ବା ପାନଦୋକାନ କରି ଗୁଜୁରାଣ ମେଣ୍ଟାଏ। ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ ଟୋପାଏ ଖାଇବାକୁ ମଧ୍ୟ ତା ପାଖରେ ସମ୍ବଳ ନଥିବ, ସିଧା ସଳଖ ସରକାର ମାନବାଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି।
ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା, ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା,   ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ପ୍ରଚଳିତ ସମାନ ସୁବିଧା ସୁଯୋଗ ଯଥା- ଶିକ୍ଷାଉପକରଣ, ପୋଷାକ ଓ ସାଇକେଲ ଯୋଗାଇ ଦେବା ଇତ୍ୟାଦି।
ବର୍ତ୍ତମାନର ଲୋକଙ୍କର ସରକାର ଏହି ଦାବିଗୁଡ଼ିକର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅନୁଦାନରୁ ବାଦ୍ ପଡ଼ିଥିବା ସ୍ୱଳ୍ପ ସଂଖ୍ୟକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିôବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି।
ଆଜିର ସାଧାରଣ ସଭାରେ ରାଜ୍ୟର ବିଭିନ୍ନ ଗଣସଂଗଠନର ନେତୃତ୍ୱମାନଙ୍କ ମଧ୍ୟରୁ କଂଗ୍ରେସ ଦଳର ପ୍ରାକ୍ତନ ବିଧାୟିକା ସିପ୍ରା ମଲ୍ଲିକ୍‌, ବରିଷ୍ଠ ସଭ୍ୟ ଅଭୟ କୁମାର ସାହୁ, ଛାତ୍ର କଂଗ୍ରେସର ସଭାପତି ବିଭୂତି ଭୂଷଣ ମହାପାତ୍ର, ଓଡ଼ିଶା ଜନତା କଂଗ୍ରେସର ସଭାପତି ଇଂ ମହମ୍ମଦ ମୋକିମ୍‌, ଉପସଭାପତି ବଦ୍ରିନାରାୟଣ ମହାନ୍ତି, ପ୍ରଦୀପ୍ତ ପ୍ରଧାନ, ସି.ପି.ଆଇ.ର ପ୍ରାକ୍ତନ ବିଧାୟକ ନାରାୟଣ ରେଡ୍ଡି, ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରନ୍ତୁ। ନଚେତ୍ ଆଗାମୀ ଦିନରେ ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ  ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅହୋରାତ୍ର ଧାରଣା ଦ୍ୱିତୀୟ ଦିବସ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ: ଶରୀରରେ ଦାଗ, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

August 17, 2026

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ୧.୨୦ ଲକ୍ଷ ଲୋକ ପ୍ରଭାବିତ, ୨୯ ପଞ୍ଚାୟତ ଜଳବନ୍ଦୀ

August 17, 2026

୪୨ ଲକ୍ଷର ଧାନକିଣା ଅନିୟମିତତା: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ

August 17, 2026

ଗାଁ ଦାଣ୍ଡ ବନ୍ୟାପାଣିରେ ବୁଡି ବାଳକ ମୃତ

August 17, 2026
Latest News

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026

ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ: ଶରୀରରେ ଦାଗ, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

August 17, 2026

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ୧.୨୦ ଲକ୍ଷ ଲୋକ ପ୍ରଭାବିତ, ୨୯ ପଞ୍ଚାୟତ ଜଳବନ୍ଦୀ

August 17, 2026

୪୨ ଲକ୍ଷର ଧାନକିଣା ଅନିୟମିତତା: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ

August 17, 2026

ଆମେରିକା ଏବଂ ଭାରତ ମଧ୍ୟରେ ବଡ଼ ଡ୍ରୋନ୍ ଚୁକ୍ତି: ଶତ୍ରୁ ଦେଶ ପାଇଁ ବଢିଲା ଚିନ୍ତା

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.