ଭୁବନେଶ୍ୱର: ହାଇକୋର୍ଟରେ ବିଚାରପତିଙ୍କ ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ କେନ୍ଦ୍ର ସହ ଆଲୋଚନା ହୋଇଥିବା ସେ କହିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଖୁବ୍ଶୀଘ୍ର ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ହେବ। ନ୍ୟାୟ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ନ ଉପୁଜେ, ସେଥିପାଇଁ ସରକାର ଯତ୍ନବାନ ରହିଛନ୍ତି।
ସେ ଆହୁରି କହିଛନ୍ତି, ସୁପ୍ରିମକୋର୍ଟ କଲେଜିୟମ ଶୀଘ୍ର ନିଷ୍ପତ୍ତି ନେଲେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଆଗକୁ ବଢ଼ିବ। ଏହା ଫଳରେ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁଗମ ହେବ ବୋଲି ଆଶା କରାଯାଉଛି।


