ବାଣପୁର: ଆଜି ପୂର୍ବାହ୍ନ ୧୦. ୩୦ ମିନିଟ ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ପଠନ ଶ୍ରେଣୀ ଗୃହରେ ଅଧ୍ୟକ୍ଷ ଡ଼ଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱ ଓ଼ ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥାର ଆବାହକତ୍ୱରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଜାପତିବ୍ରହ୍ମାକୁମାରୀ ସଂସ୍ଥାର ଭଉଣୀ ସୁଜାତା ନିଶାକୁ ନା କରି ସ୍ୱାସ୍ଥ୍ୟବାନ ଜୀବନ ଯାପନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସ।ହିତ କରିଥିଲେ। ଭଞ୍ଜ କିଶୋର ସାହୁ ନିଶା ମଣିଷର ପ୍ରଧାନ ଶତ୍ରୁ, ନିଶାମୁକ୍ତ ଜୀବନ ସଫଳତାର ମାର୍ଗ ବୋଲି ବକ୍ତବ୍ୟ ରଖିଥିଲେ। ନିଶାମୁକ୍ତ ଭାରତ କରିବାକୁ ଭଉଣୀ ସୁଜାତା ଛାତ୍ର ଛାତ୍ରୀ ମାନଙ୍କୁ ଶପଥପାଠ କରାଇଥିଲେ।
ଅଧ୍ୟ।ପକ କ୍ୟାପଟେନ ଗୁରୁକିଶୋର ନାୟକ ନିଶା କିପରି ଅଧିକାଂଶ ଲୋକଙ୍କୁ କର।ୟତ କରିସାରିଛି ଓ଼ ଏହାଦ୍ୱାରା ବହୁମୂଲ୍ୟବାନ ଜୀବନ ନଷ୍ଟ ହୋଇଯ।ଉଛି, ସେଥିରୁ ବିରତରହିବାକୁ ମତ ଦେଇଥିଲେ। ଅଧ୍ୟକ୍ଷ୍ୟ ଡ଼ଃ ବର୍ମା ବିକଶିତ ଭାରତ କରିବା ପାଇଁ ନିଶାମୁକ୍ତ ଜୀବନ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ପଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।


