Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଖରୀପୁଟ ଡିଏଭି ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
ଆଜିର ଖବର

ପୋଖରୀପୁଟ ଡିଏଭି ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

August 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୋଖରୀପୁଟ ଡିଏଭି ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
ପୋଖରୀପୁଟ ଡିଏଭି ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍‌, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ। ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍‌: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍‌’ ବିଳମ୍ବନ ଅର୍ଥାତ୍ କାର୍ଯ୍ୟକୁ ଟାଳିବାର ଅଭ୍ୟାସ ଉପରେ ଆଧାରିତ।

ଅଗଷ୍ଟ ୧୫ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ଶ୍ରେୟାଶୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ।

ସରଳ ଓ ଚିନ୍ତନଶୀଳ ଶୈଳୀରେ ଲିଖିତ ଏହି ପୁସ୍ତକରେ କାମ, ନିଷ୍ପତି ଓ ସ୍ୱପ୍ନକୁ ‘ପରେ କରିବା’ ନୀତିରେ ଟାଳିବାର ପ୍ରବୃତି ସଂପର୍କରେ ଆଲୋକପାତ କରାଯାଇଛି। ପ୍ରୋକ୍ରାଷ୍ଟିନେସନ୍ କେବଳ ଅଳସୁଆପଣ ନୁହେଁ, ବରଂ ଭୟ, ଅନିଶ୍ଚିତତା, ସବୁକିଛି ଠିକ୍ କରିବାର ଚାପ ଏବଂ ସ୍ୱପ୍ନକୁ ଅନ୍ୟ ଏକ ଦିନ ନିମନ୍ତେ ରଖି ଦେବା ଭଳି ମାନବୀୟ ଭାବନା ସହ ଜଡିତ ବୋଲି ପୁସ୍ତକରେ ଦର୍ଶାଯାଇଛି।

ଛାତ୍ରଛାତ୍ରୀ ଓ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଏହି ପୁସ୍ତକର ମୁଖ୍ୟ ବାର୍ତା ହେଉଛି ଜୀବନରେ କିଛି ଆରମ୍ଭ କରିବା ପାଇଁ ସବୁ କିଛି ସଂପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ ବରଂ ପ୍ରଥମ ପଦକ୍ଷେପ ନେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଶ୍ରେୟାଶୀ ପାଠପଢ଼ା ସହ ଚିତ୍ରକଳା ଓ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି । ଦୈନନ୍ଦିନ ଜୀବନର ଛୋଟ ଛୋଟ ଘଟଣା ମଧ୍ୟରେ କାହାଣୀ ଖୋଜିବା ତାଙ୍କର ବିଶେଷ ରୁଚି। ତାଙ୍କର ଏହି ଉତ୍ସୁକତା ଓ ପର୍ଯ୍ୟବେକ୍ଷଣ ଶକ୍ତି ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଛି।

ଶ୍ରେୟାଶୀ ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୋଭନ ପଟ୍ଟନାୟକ ଏବଂ ସମ ହସ୍ପିଟାଲ୍‌ର ଫାର୍ମାସି ବିଭାଗର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡାଙ୍କ କନ୍ୟା। ଏତେ କମ୍ ବୟସରେ ଶ୍ରେୟାଶୀଙ୍କ ଏହି ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳ୍ପନା ଶକ୍ତି ଓ ସାହିତ୍ୟିକ ପ୍ରତିଭାର ବିକାଶ ସହ ନିଜ ଚିନ୍ତାଧାରାକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର କଳାକୁ ପ୍ରତିଫଳିତ କରୁଛି।

‘ଲାଇଫ୍‌: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍‌ ଡିଏଭି ପବ୍ଲିକ୍ ସ୍କୁଲ୍‌ ପୁସ୍ତକ ଉନ୍ମୋଚିତ ପୋଖରୀପୁଟ ପୋଖରୀପୁଟ ଡିଏଭି ବିଳମ୍ବନ ପ୍ରସଙ୍ଗ ଶ୍ରେୟାଶୀ ପଟ୍ଟନାୟକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.