Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଥ ଦିବସରେ ଅହୋରାତ୍ର ଧାରଣା: ରାଜରାସ୍ତାରେ ହଜାର ହଜାର ଅଧ୍ୟାପକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ
ଆଜିର ଖବର

ଚତୁର୍ଥ ଦିବସରେ ଅହୋରାତ୍ର ଧାରଣା: ରାଜରାସ୍ତାରେ ହଜାର ହଜାର ଅଧ୍ୟାପକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ

August 19, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅହୋରାତ୍ର ଧାରଣା
ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ଚତୁର୍ଥ ଦିବସରେ ଉପନୀତ। ତୁହାକୁ ତୁହା ବର୍ଷା, ପ୍ରବଳ ଗୁଳୁଗୁଳି ଓ ଚାଇଁଚାଇଁ ଖରାକୁ ଖାତିର ନକରି ରାଜଧାନୀର ରାଜରାସ୍ତାରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ନିଜର ହକ୍ ପାଇଁ  ଦିନ ରାତି ପଡ଼ିରହିଛନ୍ତି। ସରକାର ତୁରନ୍ତ ସମସ୍ୟା ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ଦାଶ ଆହୁରି ମଧ୍ୟ କହିଛନ୍ତି ସରକାର ବାରମ୍ବାର ସ୍ଥାୟୀ ସମାଧାନ କଥା କହୁଥିଲେ ମଧ୍ୟ ତାହା କେବଳ କଥାରେ ରହିଛି। ସମାନ କଥା ପାଇଁ ଶିକ୍ଷକ କର୍ମଚାରୀମାନଙ୍କୁ ବାରମ୍ବାର ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଆସିବାକୁ ପଡ଼ୁଛି।

ସୂଚନାଥାଉକି, ଆଜକୁ ୩୦ ବର୍ଷ ଧରି ଅନୁଦାନ ଯୋଗ୍ୟ ସ୍କୁଲ କଲେଜ ଗୁଡ଼ିକରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନେ ମାଗଣାରେ ଖଟୁଛନ୍ତି ଏବଂ ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରୁ ବିନା ପେନସନ୍‌ରେ ଶୂନ୍ୟ ହସ୍ତରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଉଛନ୍ତି। ୩୦-୩୫ ବର୍ଷ ଧରି ଶିକ୍ଷାଦାନ କଲାପରେ ଶିକ୍ଷକ କର୍ମଚାରୀଟିଏ ରିକ୍ତହସ୍ତରେ ଘରକୁ ଫେରୁଛି। ସେମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ହୋଇଆସୁଛି। ସରକାର ମଧ୍ୟ ବାରମ୍ବାର ଏହା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ କରୁ ନାହାନ୍ତି। ଧୀରେ ଧୀରେ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜଗୁଡ଼ିକ ଶିକ୍ଷକ ଶୂନ୍ୟ ହେଲାଣି। ଏହି ବିଦ୍ୟାଳୟରେ ନିଯୁକ୍ତି ନହେଲେ ଏଗୁଡ଼ିକ ବନ୍ଦ ହୋଇଯିବ। ଏକଥା ସରକାରଙ୍କୁ ବହୁବାର ଅବଗତ କରାଯାଇଛି। ତଥାପି ସରକାର କମିଟି ନାମରେ ନୀରବ ରହିବା ସମସ୍ତଙ୍କୁ ବିସ୍ମିତ କରୁଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ଏଥିସହିତ ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ କଲେଜକୁ ତୁରନ୍ତ ଅନୁଦାନ ପ୍ରଦାନ, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରିବା, ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଯୁକ୍ତି, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରକରିବା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ହୋଇ ଆସୁଛି। ଏହିପରି ଅନେକ ସମସ୍ୟା ସମ୍ପର୍କରେ ସମନ୍ୱୟ ସମିତି ତରଫରୁ ବହୁବାର ଆଲୋଚନା କରାଗଲେ ମଧ୍ୟ ତା’ର କୌଣସି ସୁଫଳ ମିଳୁ ନାହିଁ।

ଆଜିର ସାଧାରଣ ସଭାରେ ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ଅମୀୟ କୁମାର ମହାନ୍ତି, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏବଂ ସି.ପି.ଆଇ. ନେତୃତ୍ୱ କ୍ଷୀରୋଦ ସିଂହଦେଓ, ଜୟନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କର ଦାବି ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ସହିତ ସରକାର ତୁରନ୍ତ ଏସବୁ ଦାବି ପୂରଣ କରି ଶିକ୍ଷକ ମାନଙ୍କୁ ବିଦ୍ୟାଳୟକୁ ଫେରାନ୍ତୁ ବୋଲି ମତ ରଖିଥିଲେ। ସିପିଆଇର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମିଶ୍ର ରାତ୍ରିରେ ଆନ୍ଦୋଳନ ସ୍ଥଳକୁ ଆସି ଶିକ୍ଷକ ମାନଙ୍କର ସମସ୍ୟା ପଚାରି ବୁଝିଥିଲେ।

ସରକାର ଆପେଣେଇ ଚାଲିଥିବା କାଳକ୍ଷେପଣ ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ଚାଲୁ ରହିଛି। ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବିଗୁଡ଼ିକ ପ୍ରତି ଅଣଦେଖା କରନ୍ତି ଓ ସମସ୍ୟାର ସ୍ଥାୟୀ ସମାଧାନ ନକରି ସାମାଜିକ ଅପରାଧ କରି ଚାଲନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ଅହୋରାତ୍ର ଧାରଣା ଗାନ୍ଧୀମାର୍ଗ ଚତୁର୍ଥ ଦିବସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026
Latest News

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ସେୟାର ବଜାରରେ କମ୍ପନ: ୮୧୩ ପଏଣ୍ଟ ଖସିଲା ସେନ୍‌ସେକ୍ସ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.