Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ
ଆଜିର ଖବର

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ
ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଙ୍ଗାମା ଘଟଣାକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ସମସ୍ତ ୧୧୩ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି। ହଙ୍ଗାମା ସମୟରେ ବ୍ୟବହୃତ ଓ ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହରେ ୩୫୪ଟି ଗାଡ଼ି ମଧ୍ୟ ପୁଲିସ ଜବତ କରିଛି।

ତେବେ ଘଟଣାରେ ଅଟକ ଥିବା ଲୋକଙ୍କ ମଧ୍ୟରୁ ୬୦ ଜଣଙ୍କୁ ସେମାନଙ୍କ ଭଲ ବ୍ୟବହାର ଓ ଅନ୍ୟାନ୍ୟ ପରିସ୍ଥିତିକୁ ବିଚାର କରି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୩୦ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ OLA, Uber ଓ Rapido ଡ୍ରାଇଭରମାନେ ଧାରଣା ଦେଇଥିଲେ। ଅନଲାଇନ୍‌ ଟ୍ୟାକ୍ସି ଭଡ଼ା ନିର୍ଦ୍ଧାରଣରେ ସରକାରୀ ନିୟନ୍ତ୍ରଣ ସହ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ୍‌ ଲାଗୁ କରିବାକୁ ସେମାନେ ଦାବି କରିଥିଲେ।

ସଂଗଠନ ପକ୍ଷରୁ ଦିନରେ କିଲୋମିଟର ପିଛା ୧୨ ଟଙ୍କା ଓ ରାତିରେ ୧୫ ଟଙ୍କା ଭଡ଼ା ଧାର୍ଯ୍ୟ କରିବାକୁ ଦାବି ହୋଇଥିଲା। ଏହାସହ ଇନ୍ଧନ ଦର ବୃଦ୍ଧି ହେଲେ ଭଡ଼ା ବଢ଼ାଇବା, ପିକ୍‌ ଆୱାର ଓ ସପ୍ତାହାନ୍ତ ବୋନସ୍‌, ଦୀର୍ଘଦୂର ପିକ୍‌ଅପ୍‌ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଭଳି ଦାବି ରହିଥିଲା।

ତେବେ ଆନ୍ଦୋଳନର ଦ୍ୱିତୀୟ ଦିନରେ ବିକ୍ଷୋଭକାରୀମାନେ ହଙ୍ଗାମା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପରିସ୍ଥିତି ନିୟନ୍ତ୍ରଣ ସହ ହଙ୍ଗାମାରେ ସମ୍ପୃକ୍ତ ବିକ୍ଷୋଭକାରୀଙ୍କ ବିରୋଧରେ ପୁଲିସ ଦୃଢ଼ ପଦକ୍ଷେପ ନେଇଥିଲା ।  ଏହି ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି।

ola Rapido Uber ଲୋୟର ପିଏମ୍‌ଜି ହଙ୍ଗାମା:
Share. Facebook Twitter LinkedIn Email WhatsApp Copy Link

Related Posts

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026

ରାଜ୍ୟ ରାଜପଥରେ ୩ ଫୁଟର ପାଣି

August 20, 2026
Latest News

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଏବେ ଲୋକସଭା ଆସନ ପାଇଁ ବଡ଼ ନିଷ୍ପତ୍ତି ନେଲା କଂଗ୍ରେସ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ପ୍ରସ୍ତାବ ପାସ୍

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.