ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡବଜାର ଥାନା ଅନ୍ତର୍ଗତ ଜନୈକା ଛାତ୍ରୀ ଟିଉସନ୍ ଯାଇ ଆଉ ଘରକୁ ଫେରିନଥିଲା। ଏହିଭଳି ପରିସ୍ଥିତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାର ସନ୍ଧାନ ନପାଇବାରୁ ବଡବଜାର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇ ଜାଣିବାକୁ ପାଇଲେ ଯେ, ସେହି ବଡବଜାର ଅଞ୍ଚଳର କେଦାର ବେହେରା ନାମକ ଜଣେ ଯୁବକ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦାରିଙ୍ଗବାଡି ନେଇ ଯାଇଥିଲା ଓ ପରେ ବଡବଜାର ଅଞ୍ଚଳରେ ଗୋଟିଏ ଭଡ଼ା ଘରେ ରଖିଥିଲା। ଏହା ସହିତ ନାବାଳିକା ଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ଏସବୁ ଖବର ପାଇ ପୋଲିସ ଉକ୍ତ ଭଡ଼ା ଘରେ ପହଞ୍ଚି ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କେଦାରକୁ କାବୁ କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ କେଦାରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।


