Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ
ଆଜିର ଖବର

ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ

August 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha’s SIR Model Adopted by Maharashtra
Odisha’s SIR Model Adopted by Maharashtra

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସଫଳ କାର୍ଯ୍ୟାନ୍ୱୟନ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ମହାରାଷ୍ଟ୍ର ସିଇଓ ଏସ୍. ଚୋକାଲିଙ୍ଗମ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁମ୍ବାଇ ଗସ୍ତ କରି ଗୋପାଳନ ବୃହନମୁମ୍ବାଇ ମହାନଗର ନିଗମର ୪ ଜଣ ଅତିରିକ୍ତ ପୌର ଆୟୁକ୍ତ, ୫ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଆଲୋଚନା ଚକ୍ରରେ ଓଡ଼ିଶାରେ ସଫଳତାପୂର୍ବକ ସମ୍ପାଦିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଯୋଜନା, ସମୀକ୍ଷା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ନିର୍ବାଚକମାନଙ୍କର ସଠିକ୍ ମ୍ୟାପିଂ, କ୍ଷେତ୍ର ସ୍ତରୀୟ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଆଧାରିତ ମନିଟରିଂ, ନୋଟିସ୍ ଜାରି, ଶୁଣାଣି ଏବଂ ମାମଲାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ଉପରେ ଓଡ଼ିଶା ସିଇଓ ଶ୍ରୀ ଗୋପାଳନ ଆଲୋକପାତ କରିଥିଲେ।

​ଶ୍ରୀ ଗୋପାଳନ ଜଣାଇଥିଲେ ଯେ ଓଡ଼ିଶା ମଡେଲ୍‌ରେ ତଥ୍ୟ ଆଧାରିତ ମନିଟରିଂ ଏବଂ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥିଲା। ବୁଥ୍ ଏବଂ ବିଏଲ୍‌ଓ  ସ୍ତରରେ ମ୍ୟାପିଂ ଅଗ୍ରଗତିର ନିରନ୍ତର ସମୀକ୍ଷା କରାଯିବା ସହ କମ୍ ପ୍ରଦର୍ଶନ କରୁଥିବା ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଏହାବାଦ୍ ସାଧାରଣ ନାଗରିକଙ୍କ ସୁବିଧା ଏବଂ ସ୍ୱୀପ୍ (SVEEP) କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରି ଭୋଟରଙ୍କ ସହଭାଗିତା ବୃଦ୍ଧି କରାଯାଇଥିଲା।

ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସଂଶୋଧନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାକୁ ସହଜ କରିବା ଏବଂ ଯୋଗ୍ୟ ନାଗରିକମାନଙ୍କୁ ନିଜ ଭୋଟର ତାଲିକାର ବିବରଣୀ ଯାଞ୍ଚ ଓ ଅଦ୍ୟତନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଶ୍ରୀ ଗୋପାଳନ ଓଡ଼ିଶାରେ ବର୍ତ୍ତମାନର ଭୋଟର ତାଲିକାକୁ ପୂର୍ବ ଭୋଟର ତାଲିକା ସହିତ ମ୍ୟାପିଂ କରିବାର ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ଏଥିରେ ମ୍ୟାପ୍‌ ହୋଇଥିବା, ମ୍ୟାପ୍‌ ହୋଇନଥିବା ଏବଂ ଅସଙ୍ଗତି ଥିବା ମାମଲାଗୁଡ଼ିକୁ ସୁସଂଗଠିତ ଭାବେ ଚିହ୍ନଟ କରାଯାଉଥିବା ବିଷୟରେ ସେ ସୂଚନା ଦେଇଥିଲେ।

ବୁଥ୍‌ୱାରୀ ଓ ବିଏଲ୍‌ଓ ୱାରୀ ମ୍ୟାପିଂ ପ୍ରଗତିର ନିରନ୍ତର ତଦାରଖ, କମ୍‌ ପ୍ରଗତି ହେଉଥିବା ଅଞ୍ଚଳରେ ସ୍ୱତନ୍ତ୍ର ହସ୍ତକ୍ଷେପ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ତଥ୍ୟଭିତ୍ତିକ ମନିଟରିଂ ଓ ସ୍ପଷ୍ଟ ଉତ୍ତରଦାୟିତ୍ୱ ଓଡ଼ିଶା ମଡେଲ୍‌ର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ସେ କହିଥିଲେ।

ସେହିପରି, ଏସ୍‌ଆଇଆର୍‌ର ନୋଟିସ୍‌ ଓ ଶୁଣାଣି ପର୍ଯ୍ୟାୟ ସମ୍ପର୍କରେ ମଧ୍ୟ ଶ୍ରୀ ଗୋପାଳନ ବିସ୍ତୃତ ସୂଚନା ଦେଇଥିଲେ। ସମୟାନୁସାରେ ନୋଟିସ୍‌ ପ୍ରସ୍ତୁତି ଓ ପ୍ରଦାନ, ଭୋଟରଙ୍କୁ ଯଥେଷ୍ଟ ସମୟ ଦେଇ ଶୁଣାଣିର ସୂଚୀ ପ୍ରସ୍ତୁତି, ଦଲିଲ ଓ ଦାବିଗୁଡ଼ିକର ଯାଞ୍ଚ, ଶୁଣାଣିର ବିବରଣୀ ରେକର୍ଡ କରିବା ଏବଂ ଅଧିକାରୀମାନଙ୍କ ଦ୍ୱାରା ମାମଲାର ସମୟୋଚିତ ଫଇସଲା ଉପରେ ସେ ଗୁରୁତ୍ୱ ଦେଇଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ମାମଲା ଯେପରି ବିଚାରାଧୀନ ନ ରହେ, ସେଥିପାଇଁ ନୋଟିସ୍‌ ଓ ଶୁଣାଣିର ପ୍ରଗତିକୁ ନିରନ୍ତର ତଦାରଖ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

ନିର୍ବାଚକ ପଞ୍ଜିକରଣ ଅଧିକାରୀ/ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସ୍ତରରେ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଏଲ୍‌ଓ ସ୍ତରରେ ତଦାରଖ, ବୈଷୟିକ ଓ ପରିଚାଳନାଗତ ସମସ୍ୟାର ତୁରନ୍ତ ସମାଧାନ ଏବଂ ସଂଶୋଧନ ପ୍ରକ୍ରିୟାର ନିରନ୍ତର ତଦାରଖ ଉପରେ ମଧ୍ୟ ଶ୍ରୀ ଗୋପାଳନ ଗୁରୁତ୍ୱ ଦେଇଥିଲେ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିବାରେ ନିୟମିତ ସମୀକ୍ଷା ବୈଠକ, ସମସ୍ୟା ଚିହ୍ନଟ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶାର ଅଭିଜ୍ଞତାରୁ ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନେ ଶ୍ରୀ ଗୋପାଳନଙ୍କ ସହ ଏସ୍‌ଆଇଆର୍‌ କାର୍ଯ୍ୟାନ୍ୱୟନର ବିଭିନ୍ନ ପରିଚାଳନାଗତ ଦିଗ ଉପରେ ଆଲୋଚନା କରିଥିଲେ।

ଏସ୍‌. ଚୋକ୍କାଲିଙ୍ଗମ୍‌ ଏସ୍‌ଆଇଆର୍‌ କାର୍ଯ୍ୟାନ୍ୱୟନରେ ଓଡ଼ିଶା ମଡେଲ୍‌ ଏବଂ ରାଜ୍ୟ ଆପଣାଇଥିବା ସୁସଂଗଠିତ ପଦ୍ଧତିକୁ ପ୍ରଶଂସା କରିଥିଲେ।ବିଶେଷ କରି ମ୍ୟାପିଂ, ମନିଟରିଂ, ନୋଟିସ୍‌ ପ୍ରସ୍ତୁତି ଓ ଶୁଣାଣି କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ପଦ୍ଧତିଗୁଡ଼ିକୁ ମହାରାଷ୍ଟ୍ରରେ ଏସ୍‌ଆଇଆର୍‌ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଭାବେ ପରୀକ୍ଷା କରି ଆପଣାଯିବ ବୋଲି ସେ ପ୍ରକାଶ କରିଥିଲେ।

maharashtra Odisha’s SIR Model SIR ଏସଆଇଆର ମଡେଲ ଏସ୍. ଚୋକାଲିଙ୍ଗମ୍‌ ମହାରାଷ୍ଟ୍ର ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Latest News

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.