ଭୁବନେଶ୍ବର: କୋଟି କୋଟି ଟଙ୍କାର ଲଘୁଖଣିଜ ଦୁର୍ନୀତି ଓ ଚୋରା କାରବାର ମାମଲାରେ ଢେଙ୍କାନାଳର ରତିକାନ୍ତ ରାଉତ ଓରଫ ଜୁଲୁଙ୍କୁ ଇଡି ଗିରଫ କରିଛି। ଲଘୁଖଣିଜ ସମ୍ପଦରେ ହେରଫେର ଅଭିଯୋଗରେ ପୁଲିସ ତାଙ୍କୁ ପୂର୍ବରୁ ଗିରଫ କରିଥିଲା।
ଲଘୁଖଣିଜ ଚୋରା କାରବାର ମାମଲାରେ ତଦନ୍ତକୁ ଆଗକୁ ବଢ଼ାଇ ଇଡି ରତିକାନ୍ତଙ୍କୁ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡାକିଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି।
ଗିରଫ ପରେ ରତିକାନ୍ତଙ୍କର କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଛି। ଅଧିକ ପଚରାଉଚରା ପାଇଁ ଇଡି ଆସନ୍ତାକାଲି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣେ ଇଡି ଅଧିକାରୀ ସୂଚନା ଦେଇଛନ୍ତି।
ମାମଲାରେ ଲଘୁଖଣିଜ କାରବାରର ଆର୍ଥିକ କାରବାର ଓ ଅନ୍ୟାନ୍ୟ ଦିଗ ନେଇ ଇଡି ତଦନ୍ତ ଜାରି ରଖିଛି।


